ମୁକ୍ତେଶ୍ୱର ନୃତ୍ୟ ମହୋତ୍ସବ ଉଦ୍‌ଘାଟିତ

ମୁକ୍ତେଶ୍ୱର ମନ୍ଦିର ପ୍ରାଙ୍ଗଣରେ ଆରମ୍ଭ ହୋଇଛି ଆରମ୍ଭ ହୋଇଛି ୫ ଦିନିଆ ମୁକ୍ତେଶ୍ୱର ନୃତ୍ୟ ମହୋତ୍ସବ। ଆଜି ସନ୍ଧ୍ୟାରେ କେନ୍ଦ୍ର ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍‌ ଜୟଶଙ୍କର ମହୋତ୍ସବକୁ ଉଦ୍‌ଘାଟନ କରିଥିଲେ।

sssfccx

ଭୁବନେଶ୍ୱର: ମୁକ୍ତେଶ୍ୱର ମନ୍ଦିର ପ୍ରାଙ୍ଗଣରେ ଆରମ୍ଭ ହୋଇଛି ଆରମ୍ଭ ହୋଇଛି ୫ ଦିନିଆ ମୁକ୍ତେଶ୍ୱର ନୃତ୍ୟ ମହୋତ୍ସବ। ଆଜି ସନ୍ଧ୍ୟାରେ କେନ୍ଦ୍ର ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍‌ ଜୟଶଙ୍କର ମହୋତ୍ସବକୁ ଉଦ୍‌ଘାଟନ କରିଥିଲେ। ଅନ୍ୟତମ ବିଶିଷ୍ଟ ଅତିଥି ଭାବେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ, ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ, ବଲାଙ୍ଗୀର ସାଂସଦ ସଙ୍ଗୀତା କୁମାରୀ ସିଂହଦେଓ, ଏକାମ୍ର ଭୁବନେଶ୍ୱର ବିଧାୟକ ବାବୁ ସିଂ, ଗୃହ ବିଭାଗର ପ୍ରମୁଖ ଶାସନସଚିବ ସତ୍ୟବ୍ରତ ସାହୁ, ଗୁରୁଜୀ ଡ. ଚନ୍ଦ୍ରଭାନୁ ଶତପଥୀ ଯୋଗଦେଇ ଶିଳ୍ପୀମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ।

ଲୋକପ୍ରିୟ କଣ୍ଠଶିଳ୍ପୀ ଅଭିଲିପ୍ସା ପଣ୍ଡାଙ୍କ ଦ୍ୱାରା ‘ହରହର ଶମ୍ଭୁ’ ଗୀତରୁ ମହୋତ୍ସବ ଆରମ୍ଭ ହୋଇଥିଲା।  ଏହାପରେ ନୃତ୍ୟଶିଳ୍ପୀ ଦେବାଶିଷ ପଟ୍ଟନାୟକ ‘ଓମ୍ ଧେୟମ୍ ନିତ୍ୟମ୍ ମହେଶମ୍’ ଗୀତରେ ମଙ୍ଗଳାଚରଣ, ରାଗଶ୍ରୀ ପଲ୍ଲବୀ, ଶିବାଷ୍ଟକମ୍ ଓଡ଼ିଶୀ ନୃତ୍ୟରେ ପ୍ରଭୁଙ୍କ ବନ୍ଦନା କରିବା ସହ ସମସ୍ତ ଦର୍ଶକମାନଙ୍କୁ ବିମୋହିତ କରିଥିଲେ। ନିତ୍ୟାନନ୍ଦ ଦାସ ଓ ବିଜୟ କୁମାର ଦାଶଙ୍କ ଦ୍ୱାରା ଦ୍ୱେତ ଓଡ଼ିଶୀ ଏବଂ ପୁଷ୍ପିତା ମିଶ୍ର ଓ ଗ୍ରୁପ୍‌ ଦ୍ୱାରା ପ୍ରଦର୍ଶିତ ଦଳଗତ ଓଡ଼ିଶୀ ନୃତ୍ୟ ମଧ୍ୟ ସମସ୍ତଙ୍କ ପାଇଁ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଥିଲା। କାର୍ଯ୍ୟକ୍ରମକୁ ସୋମା ମହାପାତ୍ର ଓ ଶ୍ରୀନିବାସ ଘଟୁଆରୀ ସଂଯୋଜନା କରିଥିଲେ। ଆଜି ସନ୍ଧ୍ୟାରେ ସ୍ଥାନୀୟ ଲୋକଙ୍କ ସମେତ ରାଜ୍ୟ ତଥା ରାଜ୍ୟ ବାହାରର ବିଶିଷ୍ଟ ଅତିଥି ଓ ଅନେକ ପ୍ରବାସୀ ଭାରତୀୟମାନେ ଶାସ୍ତ୍ରୀୟ ନୃତ୍ୟକୁ ଉପଭୋଗ କରିଥିଲେ। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe