ମୁକ୍ତେଶ୍ୱର ଉତ୍ସବ : ନୃତ୍ୟରେ ପଞ୍ଚଭୂତରୁ କାଞ୍ଚି ଅଭିଯାନ

Advertisment
ମୁକ୍ତେଶ୍ୱର ଉତ୍ସବ : ନୃତ୍ୟରେ ପଞ୍ଚଭୂତରୁ କାଞ୍ଚି ଅଭିଯାନ

ଭୁବନେଶ୍ୱର : ଓଡ଼ିଶା ପର୍ଯ୍ୟଟନ ବିଭାଗ ଏବଂ ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ ଓ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମି ଦ୍ୱାରା ଆୟୋଜିତ ମୁକ୍ତେଶ୍ୱର ଉତ୍ସବର ଆଜି ଥିଲା ଦ୍ୱିତୀୟ ସନ୍ଧ୍ୟା। ଓଡ଼ିଶୀ ନୃତ୍ୟର ଏକକ ପର୍ଯ୍ୟାୟରେ ଶାଳିିନି ପଟ୍ଟନାୟକଙ୍କ ପ୍ରସ୍ତୁତିରେ ଥିଲା ପଞ୍ଚଭୂତ ଏବଂ ରୁଦ୍ରମଙ୍ଗଳା। ଯାହାର ନୃତ୍ୟ ସଂରଚନା କରିଥିଲେ ଗୁରୁ ଅରୁଣା ମହାନ୍ତି।

ଦ୍ୱୈତ ନୃତ୍ୟ ପର୍ଯ୍ୟାୟରେ ସିପ୍ରା ସ୍ୱାଇଁ ଓ ଐଶର୍ଯ୍ୟା ସିଂହଦେଓଙ୍କ ଦ୍ୱାରା ପ୍ରଥମେ ପରିବେଷିତ ହୋଇଥିଲା ପଲ୍ଲବୀ। ତାଙ୍କର ଦ୍ୱିତୀୟ ଅର୍ଘ୍ୟ ଥିଲା ଅର୍ଦ୍ଧନାରୀଶ୍ୱର। ସ୍ୱର ସଂଯୋଜନା କରିଥିଲେ ସୁରମଣି ରଘୁନାଥ ପାଣିଗ୍ରାହୀ ଏବଂ ନୃତ୍ୟ ସଂରଚନା କରିଥିଲେ ଗୁରୁ ରତିକାନ୍ତ ମହାପାତ୍ର। ପଦ, ଛନ୍ଦ, ଲୟର ଏକ କମନୀୟ ଉପସ୍ଥାପନା ତାଙ୍କ ପରିବେଷଣରେ ଦେଖିବାକୁ ମିଳିଥିଲା। ସଂଧ୍ୟାର ଶେଷ କାର୍ଯ୍ୟକ୍ରମ ଥିଲା ଦେବମିତ୍ର ସେନ୍‌ଗୁପ୍ତା ଓ ସାଥୀଙ୍କ କାଞ୍ଚି ଅଭିଯାନ। ଯାହାର ସ୍ୱର ସଂଯୋଜନା କରିଥିଲେ ଗୁରୁ ଡ. ବିଜୟ ଜେନା ଏବଂ ନୃତ୍ୟ ସଂରଚନା କରିଥିଲେ ନିଜେ ଦେବମିତ୍ର ସେନ୍‌ଗୁପ୍ତା। ସନ୍ଧ୍ୟାର ଅତିଥିମାନେ ଥିଲେ, ସୀତାକାନ୍ତ ଦାସ, ଅରବିନ୍ଦ ବେହେରା, ନୀଳାଦ୍ରି ମୋହନ ଶତପଥୀ, ପ୍ରକାଶ ମହାପାତ୍ର, ବିଜୟ ଜେନା ଓ ସଙ୍ଗୀତା ଗୋସାଇଁ। କାର୍ଯ୍ୟକ୍ରମକୁ ସଂଚାଳନା କରିଥିଲେ ଶ୍ରୀନିବାସ ଘଟୁଆରୀ ଓ ଅନୁଜା ତାରିଣୀ ମିଶ୍ର ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe