ରେଳବାଇ ଷ୍ଟାଡିୟମ୍‌ରେ ବହୁକ୍ରୀଡ଼ା ସୁବିଧା

Advertisment
ରେଳବାଇ ଷ୍ଟାଡିୟମ୍‌ରେ ବହୁକ୍ରୀଡ଼ା ସୁବିଧା

ଚନ୍ଦ୍ରଶେଖରପୁର : ରେଳବାଇ ଇନଡୋର୍‌ ଷ୍ଟାଡିୟମ୍‌ରେ ବିଭିନ୍ନ କ୍ରୀଡ଼ା ସୁବିଧା ଉଦ୍‌ଘାଟିତ ହୋଇଛି। ପୂର୍ବତଟ ରେଳପଥ ମହାପ୍ରବନ୍ଧକ ବିଦ୍ୟାଭୂଷଣଙ୍କ ସମେତ ରେଳପଥର ଅତିରିକ୍ତ ମହାପ୍ରବନ୍ଧକ ସୁଧୀର କୁମାର, ପ୍ରମୁଖ ବିଭାଗୀୟ ଅଧିକାରୀ ଓ କ୍ରୀଡ଼ାବିତଙ୍କ ଉପସ୍ଥିତରେ ଦୁଇ ମହଲା ବିଶିଷ୍ଟ ଜିମ୍ନାସିୟମ୍, ଇନଡୋର୍‌ ଷ୍ଟାଡିୟମ୍‌ରେ ଟେବୁଲ୍ ଟେନିସ୍ କୋର୍ଟ, ହ୍ୟାଣ୍ଡବଲ କୋର୍ଟ, ବାସ୍କେଟବଲ କୋର୍ଟ ଓ କବାଡ଼ି କୋର୍ଟ ଉଦ୍‌ଘାଟନ କରାଯାଇଛି। ଇନଡୋର୍‌ ଷ୍ଟାଡିୟମ୍‌ ପାଖରେ ଏକ ଲନ୍‌ ଟେନିସ୍‌ କ୍ଳେ’ କୋର୍ଟ ଓ ରେଳବାଇ କ୍ରିକେଟ୍ ଷ୍ଟାଡିୟମରେ କ୍ରିକେଟ୍ ଏକାଡେମିକୁ ମହାପ୍ରବନ୍ଧକ ଉଦ୍‌ଘାଟନ କରିଛନ୍ତି।

କ୍ରୀଡ଼ାକୁ ପ୍ରୋତ୍ସାହିତ କରିବା ପାଇଁ ପୂର୍ବତଟ ରେଳ ସ୍ପୋର୍ଟସ୍‌ ଆସୋସିଏସନ୍ (ଇସିଇଆରଏସ୍‌ଏ) ରେଳ ଇନଡୋର୍‌ ସ୍ପୋର୍ଟସ କମ୍ପ୍ଲେକ୍ସ ଯୋଗାଇ ଦେଇଛି। ବର୍ତ୍ତମାନ ଏହାକୁ ଅନେକ ସୁବିଧା ସହ ନବୀକରଣ କରାଯାଇଛି। ଏହି କ୍ରୀଡ଼ା କମ୍ପ୍ଲେକ୍ସରେ ବ୍ୟାଡ୍‌ମିଣ୍ଟନ୍, ଟେବୁଲ୍ ଟେନିସ୍, ଭଲିବଲ୍, ବାସ୍କେଟ ବଲ, ହ୍ୟାଣ୍ଡ ବଲ୍‌, କବାଡ଼ି, କ୍ୟାରମ୍, ଚେସ୍, ଲନ୍ ଟେନିସ୍, ଜିମ୍ନାସିୟମ୍ ଓ ଯୋଗ ଇତ୍ୟାଦିର ସୁବିଧା ରହିଛି। ଏହି ରେଳ ଇନଡୋର୍‌ ଷ୍ଟାଡିୟମ୍‌ରେ ଅନେକ ଜାତୀୟ କ୍ରୀଡ଼ା କାର୍ଯ୍ୟକ୍ରମ ଆୟୋଜିତ ହୋଇଛି। କ୍ରିକେଟ୍ ଏକାଡେମି ସହ ରେଳବାଇର କ୍ରୀଡ଼ା ସୁବିଧାଗୁଡ଼ିକ ରେଳ କର୍ମଚାରୀ, ସେମାନଙ୍କ ପିଲା ଓ ସ୍ଥାନୀୟ ଯୁବପିଢ଼ିଙ୍କୁ ସେମାନଙ୍କ ଅନ୍ତର୍ନିହିତ କ୍ରୀଡ଼ା ସମ୍ବନ୍ଧରେ ପ୍ରୋତ୍ସାହିତ କରିବ। କ୍ରୀଡ଼ା ପ୍ରତି ସେମାନଙ୍କ ପ୍ରତିଭାକୁ ପ୍ରକାଶ କରିବାରେ ଓ ଦକ୍ଷତା ବିକାଶରେ ସାହାଯ୍ୟ କରିବ। ଏହି କ୍ରୀଡ଼ା ସୁବିଧା ମଧ୍ୟ କ୍ରୀଡ଼ା କାର୍ଯ୍ୟକଳାପ ପାଇଁ ଭଡ଼ା ଭିତ୍ତିରେ ସର୍ବସାଧାରଣଙ୍କ ପାଇଁ ଉପଲବ୍ଧ କରାଯିବ। ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ପୂର୍ବତଟ ରେଳପଥ କ୍ରୀଡ଼ା ସଙ୍ଗଠନ ସଭାପତି ଗୌତମ ଦତ୍ତ ଓ ସମ୍ପାଦକ ଅଶୋକ କୁମାର ମିଶ୍ର ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe