ମୁଣ୍ଡଳୀ ନିକଟ ମହାନଦୀରୁ ମୃଗ ଉଦ୍ଧାର

Advertisment
ମୁଣ୍ଡଳୀ ନିକଟ ମହାନଦୀରୁ ମୃଗ ଉଦ୍ଧାର

ବାରଙ୍ଗ: ମୁଣ୍ଡଳୀ ବ୍ୟାରେଜ୍‌ ତଳ ମୁଣ୍ଡ ମହାନଦୀ ପାଣିରୁ ଆଜି ସକାଳେ ମାଛ ଧରୁଥିବା କିଛି ଧୀବର ଏକ ମୃଗକୁ ଉଦ୍ଧାର କରିଛନ୍ତିି। ମୃଗଟି ମହାନଦୀର ଅପର ପାର୍ଶ୍ୱ ଆଠଗଡ଼ ବନଖଣ୍ଡ ଅଧୀନ ସର୍ପେଶ୍ୱର ପଟରୁ ପାଣିରେ ପହଁରି ମୁଣ୍ଡଳୀ ପାଖ ନଦୀବନ୍ଧ ଉଠିବାକୁ ଉଦ୍ୟମ କରିଥିଲା। ତାକୁ ଦେଖି କୁକୁରମାନେ ଆକ୍ରମଣ କରିବାକୁ ଗୋଡ଼ାଇଥିଲେ। ଭୟଭୀତ ହୋଇ ମୃଗଟି କୂଳ ଛାଡ଼ି ପୁଣି ଗଭୀର ପାଣିକୁ ପହଁରି ଚାଲିଯାଇଥିଲା। ତେବେ ହାଲିଆ ହୋଇ ପ୍ରାଣ ବଞ୍ଚାଇବାକୁ ଉଦ୍ୟମ କରୁଥିବା ମୃଗଟିକୁ କାଳନ୍ଦୀ ସୂତାର, ସଞୟ ଦଳାଇ, ରବି ଦଳାଇ, ମାନସ ବେହେରା ଓ ଦର୍ବେଶ୍ୱର ସୂତାରଙ୍କ ସମେତ ଧୀବରମାନେ ଡଙ୍ଗା ସାହାଯ୍ୟରେ ଯାଇ ରସି ପକାଇ ଉଦ୍ଧାର କରିଥିଲେ। ଡମପଡ଼ା ବନ ବିଭାଗକୁ ହସ୍ତାନ୍ତର କରିବା ପରେ ଉଦ୍ଧାର ମୃଗଟିକୁ ସୁରକ୍ଷିତ ଭାବେ ଡମପଡ଼ା ଅଭୟାରଣ୍ୟରେ ଛଡ଼ାଯାଇଛି। ମୃଗଟିର ବୟସ ପ୍ରାୟ ୭ ବର୍ଷ ଓ ଓଜନ ଦେଢ଼ କ୍ୱିଣ୍ଟାଲ ହେବ। ଉଲ୍ଲେଖଯୋଗ୍ୟ ଯେ ପ୍ରତି ବର୍ଷ ଶିକାରୀଙ୍କ କବଳରୁ ପ୍ରାଣ ରକ୍ଷା କରିବା ଲାଗି କିମ୍ବା ନଦୀରୁ ପାଣି ପିଇବାକୁ ଆସିଥିବା ବେଳେ ବୁଲା କୁକୁର ଓ ଲୋକଙ୍କ ଦ୍ୱାରା ଭୟଭୀତ ହୋଇ ବହୁ ଜଙ୍ଗଲି ହରିଣ ଓ କୁଟୁରାମାନେ ଏଭଳି ଭାବେ ଫସି ଯାଇଥାନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe