ତୈଳଚିତ୍ରର ସୁଦକ୍ଷ ବିନ୍ଧାଣି ଥିଲେ ମୁରଲୀଧର

ତୈଳଚିତ୍ରର ସୁଦକ୍ଷ ବିନ୍ଧାଣି ଥିଲେ ମୁରଲୀଧର

ଧଉଳି: ଶାନ୍ତିସ୍ତୂପ ପରିସରରେ ଥିବା ଧଉଳି ଚାରୁକଳା ମହାବିଦ୍ୟାଳୟ ସଭା କକ୍ଷରେ ଆଜି ପୂର୍ବାହ୍ନରେ ସ୍ୱର୍ଗତ ମୁରଲୀଧର ଟାଲିଙ୍କ ରାଜ୍ୟସ୍ତରୀୟ ଶ୍ରାଦ୍ଧବାର୍ଷିକୀ ପାଳିତ ହୋଇଯାଇଛି। ସଂସ୍କୃତି ବିଭାଗ, ରାଜ୍ୟ ଲଳିତକଳା ଏକାଡେମି ମିଳିତ ଆନୁକୂଲ୍ୟରେ ଏବଂ ଉକ୍ତ ଚାରୁକଳା ମହାବିଦ୍ୟାଳୟର ସହଯୋଗରେ ଏକାଡେମିର ସଭାପତି ପଦ୍ମବିଭୂଷଣ ଡ. ରଘୁନାଥ ମହାପାତ୍ର ଏଥିରେ ପୌରୋହିତ୍ୟ କରିଥିଲେ । ଏହି ଅବସରରେ ବିଭୂତି କାନୁନ୍‌ଗୋ ମୁଖ୍ୟ ଅତିଥି ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ ଅଲେଖ ଚରଣ ସାହୁ ମୁଖ୍ୟବକ୍ତା, ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟର ଚିତ୍ର ବିଭାଗର ଅଧ୍ୟାପକ ପ୍ରବୀର କୁମାର ଦଳାଇ, କଲେଜର ସଂପାଦକ ମିହିରକାନ୍ତ ପ୍ରହରାଜ ଓ ଏକାଡେମିର ସଚିବ ଦେବାନନ୍ଦ ବରିହା ପ୍ରମୁଖ ଯୋଗ ଦେଇ ସ୍ୱର୍ଗତ ଶିଳ୍ପୀଙ୍କର ଜୀବନୀ ଓ କଳାକୃତି ସବୁ ଅବିସ୍ମରଣୀୟ ବୋଲି କହିବା ସହିତ ସେ ଉଭୟ ତୈଳଚିତ୍ର ପ୍ରତିକୃତି ଅଙ୍କନ ଓ ଜଳରଙ୍ଗ ଚିତ୍ରର ଜଣେ ସୁଦକ୍ଷ ବିନ୍ଧାଣି ଥିଲେ ବୋଲି ମତ ଦେଇଥିଲେ ।
ମହାବିଦ୍ୟାଳୟର ଅଧ୍ୟକ୍ଷ ପଞ୍ଚାନନ ସାମଲ ସ୍ୱାଗତ ଭାଷଣ ଦେବା ସହିତ ଶିଳ୍ପୀଙ୍କ ଧର୍ମପତ୍ନୀ ଓ ପୁତ୍ର ଦେବୀ ପ୍ରସାଦ ଟାଲି, ଶ୍ୟାମ ପ୍ରସାଦ ଟାଲି ଓ ପୁତ୍ରବଧୁ ଲିପିଶ୍ରୀ ନାୟକ, ମାହାବିଦ୍ୟାଳୟର କାର୍ଯ୍ୟକାରୀ ସଭ୍ୟ କମଳିନୀ ରଥ, ଅଧ୍ୟାପିକା ସସ୍ମିତା କାମିଳା, ଚନ୍ଦନ କୁମାର ସାମଲ, ମାନସ ରଂଜନ ନାୟକ, ବିଶ୍ୱକାନ୍ତ ପଣ୍ଡା ପ୍ରମୁଖ କାର୍ଯ୍ୟକ୍ରମରେ ସାମିଲ ଥିଲେ । ଏହି ଅବସରରେ ଶିଳ୍ପୀଙ୍କ ଚିତ୍ର ସମୂହର ଏକ ସ୍ଲାଇଡ୍‌ ସୋ’ ପ୍ରଦର୍ଶିତ ହୋଇଥିଲା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe