ମହେନ୍ଦ୍ର ଓ ଶୀର୍ଷାନନ୍ଦଙ୍କୁ ମୂର୍ଚ୍ଛନା ସମ୍ମାନ

Advertisment

ମନ୍ମଥ ମିଶ୍ରଙ୍କୁ ଆଜୀବନ ସାଧନା ସମ୍ମାନ

ମନ୍ମଥ ମିଶ୍ରଙ୍କୁ ଆଜୀବନ ସାଧନା ସମ୍ମାନ

ମହେନ୍ଦ୍ର ଓ ଶୀର୍ଷାନନ୍ଦଙ୍କୁ ମୂର୍ଚ୍ଛନା ସମ୍ମାନ

ଭୁବନେଶ୍ବର: ବିଶିଷ୍ଟ ସଂଗୀତକାର ଅକ୍ଷୟ ମହାନ୍ତିଙ୍କ ଦ୍ବାରା ପ୍ରତିଷ୍ଠିତ ସାଂସ୍କୃତିକ ଅନୁଷ୍ଠାନ ‘ମୂର୍ଚ୍ଛନା’ର ୧୮ତମ ବାର୍ଷିକୋତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ସଂଗୀତକାର ମହେନ୍ଦ୍ର ଆଚାର୍ଯ୍ୟ ଓ ଗୀତିକାର ଶୀର୍ଷାନନ୍ଦ ଦାସ କାନୁନ୍‌ଗୋଙ୍କୁ ମୂର୍ଚ୍ଛନା ସମ୍ମାନ-୨୦୨୨ରେ ସମ୍ମାନିତ କରାଯାଇଥିଲା। ସେହିଭଳି ମନ୍ମଥ ମିଶ୍ରଙ୍କୁ ଆଜୀବନ ସାଧନା ସମ୍ମାନ-୨୦୨୨ରେ ସମ୍ମାନିତ କରାଯାଇଛି। ଏହି ଅବସରରେ ପୂର୍ବ ଆୟୋଜିତ ଓଡ଼ିଆ ଆଧୁନିକ ସଂଗୀତ ପ୍ରତିଯୋଗିତାର କୃତୀ ଛାତ୍ରଛାତ୍ରୀଙ୍କୁ ଆଜି ପୁରସ୍କୃତ କରାଯାଇଥିଲା।

ପରେ ସଂଗୀତ କାର୍ଯ୍ୟକ୍ରମରେ କଣ୍ଠଶିଳ୍ପୀ ଶ୍ରୀକାନ୍ତ ଦାସ, ଜୟଶ୍ରୀ ସାହୁ, ଅଜୟ ମହାନ୍ତି, ଚିତ୍ରଭାନୁ ମହାନ୍ତି, ମହେନ୍ଦ୍ର ଆଚାର୍ଯ୍ୟ, ଶତରୂପା, ଅନ୍ବେଷା ପାଢ଼ୀ, ଆର୍ଯ୍ୟ ଆଚାର୍ଯ୍ୟ ପ୍ରମୁଖ ସଂଗୀତ ପରିବେଷଣ କରିଥିଲେ। ଅନୁଷ୍ଠାନର ସଭାପତି ପ୍ରଦୋଷ ପଟ୍ଟନାୟକଙ୍କ ସଭାପତିତ୍ବରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଓଡ଼ିଶା ସଂଗୀତ ନାଟକ ଏକାଡେମି ସଚିବ ପ୍ରବୋଧ ରଥ, ମୁଖ୍ୟବକ୍ତା ଭାବେ ଏସ୍‌ବିଆଇ ସରକାରୀ କୋଷାଗାର ଶାଖା ସହାୟକ ମହାପ୍ରବନ୍ଧକ ସୌରଭ ରଥ ଯୋଗ ଦେଇଥିଲେ। ହେମନ୍ତ ପରମଗୁରୁ, ରବୀନ୍ଦ୍ର ମହାନ୍ତି, ତୁଷାରକାନ୍ତି ଚୌଧୁରୀ, ପ୍ରଣୟ ଜେଠୀ, ଦେବେନ୍ଦ୍ର ସାହୁ ଓ ପୁଷ୍ପମିତ୍ରା ମହାନ୍ତି ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। କମଲ୍‌ କିରଣ ସଂଚାଳନ କରିଥିବା ବେଳେ ଉପସଭାପତି ଗୋଲକ ଚରଣ ମାର୍ଥା ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe