ନିଶା ନିବାରଣ କେନ୍ଦ୍ରରେ ହତ୍ୟା ମାମଲା: ଆଉ ଜଣେ ଅଭିଯୁକ୍ତ ଗିରଫ

Advertisment
ଟ୍ରାଫିକ୍‌ କର୍ମଚାରୀଙ୍କୁ ମାଡ଼ ମାରି ୨ ଗିରଫ

new indian express

ଭୁବନେଶ୍ବର : ରାଜଧାନୀ ଉପକଣ୍ଠ ପାଣ୍ଡରା ନିକଟସ୍ଥ ‘କୃପା ଫାଉଣ୍ଡେସନ’ ନିଶା ନିବାରଣ କେନ୍ଦ୍ରର ଅନ୍ତେବାସୀ ତ୍ରିନାଥ ସେଠୀ ହତ୍ୟା ମାମଲାରେ ସହିଦନଗର ଥାନା ପୁଲିସ ଆଉ ଜଣେ ଅଭିଯୁକ୍ତକୁ ଗିରଫ କରିଛି। ଅଭିଯୁକ୍ତ ହେଲେ ବଳଙ୍ଗା ଶାଳଜଙ୍ଗ ଅଞ୍ଚଳର ବାବୁ ବେହେରା ଓରଫ୍ କିଶନ(୨୧)। କୋର୍ଟରେ ଜାମିନ ନାମଞ୍ଜୁର ହେବାରୁ କିଶନକୁ ଝାରପଡ଼ା ଜେଲ୍ ହାଜତକୁ ପଠାଇ ଦିଆଯାଇଛି। ଏହି ମାମଲାରେ ପୂର୍ବରୁ ନିଶା ନିବାରଣ କେନ୍ଦ୍ରର ମାଲିକ କୀର୍ତ୍ତି କୁମାର ତ୍ରିପାଠୀକୁ ଗିରଫ କରାଯାଇଛି। ତେବେ ଆହୁରି କିଛି ଅଭିଯୁକ୍ତ ଫେରାର ଅଛନ୍ତି। ସୂଚନାଯୋଗ୍ୟ, ଗତ ଅଗଷ୍ଟ ୫ ତାରିଖରେ ନିଶା ନିବାରଣ କେନ୍ଦ୍ରରେ ଜଗତସଂହପୁର ଅଲଣାହାଟ ଜୋତ ଅଞ୍ଚଳର ତ୍ରିନାଥଙ୍କୁ ପିଟିପିଟି ହତ୍ୟା କରାଯାଇଥିବା ନେଇ ଅଭିଯୋଗ ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe