ଭୁବନେଶ୍ବର: ତ୍ରିକୋଣୀୟ ପ୍ରେମରୁ ରାଜଧାନୀରେ ମୁଣ୍ଡ ଗଡ଼ିବା ଘଟଣାରେ କମିସନରେଟ୍ ପୁଲିସ ହାତରେ ବଡ଼ ସଫଳତା ଲାଗିଛି। ହତ୍ୟାକାଣ୍ଡର ମାଷ୍ଟରମାଇଣ୍ଡ ସମେତ ୫ଜଣଙ୍କୁ ଗୁଜରାଟ୍ରୁ ଗିରଫ କରିଛି। ସେମାନେ ହେଲେ ମୁଖ୍ୟ ଅଭିଯୁକ୍ତ ନୂଆପଲ୍ଲୀ ନାରାୟଣ ବସ୍ତିର ରାଜେଶ ନାୟଏ ଓରଫ ନାଣ୍ଡୁ(୧୯), ରାଜା ରାୟ ଓରଫ ବଙ୍ଗାଳି ରାଜା(୧୯), କାଳିଆ ମହାନ୍ତି(୨୦), ଶନି ନାଏକ ଓରଫ ଚିନା(୧୯) ଓ ରାଜେଶ ବେହେରା(୨୦)। ପୁଲିସ ସେମାନଙ୍କଠାରୁ ହତ୍ୟାକାଣ୍ଡରେ ବ୍ୟବହୃତ କଟୁରି , ମୋବାଇଲ୍ ଫୋନ୍ ଆଦି ଜବତ କରିଛି। ଆଜି ପୁଲିସ ସେବାଭବନରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀ ପୁଲିସ କମିସନର ସୁରେଶ ଦେବଦତ୍ତ ସିଂ, ଅତିରିକ୍ତ ପୁଲିସ କମିସନର ନରସିଂହ ଭୋଳ ଏବଂ ଡିସିପି ଜଗ୍ମୋହନ ମୀନା ହତ୍ୟାକାଣ୍ଡ ଓ ଅଭିଯୁକ୍ତଙ୍କ ଗିରଫଦାରୀ ନେଇ ସୂଚନା ଦେଇଛନ୍ତି।
Toilet: ପାରଳା ପୌରପରିଷଦର ୧୦ ଶୌଚାଳୟରେ ଝୁଲୁଛି ତାଲା
କମିସନର ଶ୍ରୀ ସିଂହ କହିଛନ୍ତି ଯେ ଜିତେନ୍ଦ୍ର ଦାସ ଓରଫ ବବୁଲ୍ ଯାଜପୁର କୋରେଇ ଅଞ୍ଚଳରୁ ଆସି ବହୁଦିନ ହେବ ରାଜଧାନୀର ନୀଳକଣ୍ଠନଗର ଅଞ୍ଚଳରେ ପରିବାର ସହ ରହି ଗାଡ଼ିଚାଳକ ଭାବେ କାମ କରୁଥିଲେ। ପାଖାପାଖି ୨ବର୍ଷ ହେବ ସେ ସ୍ଥାନୀୟ ଅଞ୍ଚଳରେ ଜଣେ ଯୁବତୀଙ୍କୁ ଭଲପାଉଥିଲେ। କିଛିମାସ ତଳେ ଯୁବତୀଙ୍କ ସହ ନାଣ୍ଡୁର ସମ୍ପର୍କକୁ ନେଇ ଆରମ୍ଭ ହୋଇଥିଲା ବିବାଦ। ଯୁବତୀଙ୍କଠାରୁ ଦୂରେଇ ରହିବାକୁ ନାଣ୍ଡୁ ବାରମ୍ବାର ବବୁଲ୍ଙ୍କୁ ଧମକ ଦେଇଥିଲା। ଏହାକୁ କେନ୍ଦ୍ର କରି କାର୍ତ୍ତିକେଶ୍ବର ପୂଜା, ରାଧାକୃଷ୍ଣ ପୂଜା, ଗଣେଶ ପୂଜା ଭସାଣି ସମୟରେ ନାଣ୍ଡୁ ଗୋଷ୍ଠୀ ଓ ବବୁଲ୍ ଗୋଷ୍ଠୀ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ତେବେ ଏହି ତ୍ରିକୋଣୀୟ ପ୍ରେମ ସମ୍ପର୍କ ପାଇଁ ନାଣ୍ଡୁ ରାସ୍ତାରୁ କଣ୍ଟା ହଟାଇବା ପାଇଁ ନିଷ୍ପତ୍ତି ନେଇଥିଲା। ବବୁଲକୁ ହତ୍ୟା ପାଇଁ ପୂର୍ବରୁ ୩/୪ଥର ଉଦ୍ୟମ କରିଥିଲା। ହେଲେ ସବୁଥର ବବୁଲ୍ ଖସିଯାଇଥିଲା। ଗତ ୨୭ ତାରିଖ ରାତିରେ ବବୁଲ୍ ସିବିଆଇ ଛକ ନିକଟରେ ବାଇକ୍ ଉପରେ ବସିଥିବା ବେଳେ ନାଣ୍ଡୁ, ରାଜେଶ, ଚାଇନା, କାଳିଆ, ରାଜା ତାଙ୍କୁ ଗୋଡ଼ାଇ ଗୋଡ଼ାଇ ଖଣ୍ଡା ଓ ଚାପଡ଼ରେ ହାଣିଥିଲେ। ନୂଆପଲ୍ଲୀ ଥାନା ପୁଲିସ ବବୁଲ୍ଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ପ୍ରଥମେ ଡାକ୍ତରଖାନାରେ ଭର୍ତ୍ତି କରିଥିଲା।
Pollution: ଡମଶାଳ ନାଳ କୂଳରେ ଧନ୍ବନ୍ତରୀ ଘାସ ରୋପଣ, ଦେଶରେ ପ୍ରଥମ!
ଚିକିତ୍ସାଧୀନ ଥିବା ବେଳେ ୧ ତାରିଖ ସକାଳ ୬.୪୫ରେ ତା’ର ମୃତ୍ୟୁ ଘଟିଥିଲା। ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବିରେ ବବୁଲ୍ଙ୍କ ସମର୍ଥକ ରାସ୍ତାରୋକ କରିବା ସହ ଅଭିଯୁଙ୍କ ଘର ଭଙ୍ଗାରୁଜା କରିଥିଲେ। ଅନ୍ୟପଟେ ବବୁଲ୍ ମରିବା କଥା ଜାଣିବା ପରେ ନାଣ୍ଡୁ ତାର ସମର୍ଥକଙ୍କୁ ନେଇ ଗୁଜରାଟ୍ ପଳାଇ ସେଠାରେ ଭିଣୋଇଙ୍କ ପାଖରେ ରହିଥିଲା। ପୁଲିସ ଠିକଣା ଠାବ କରିବା ପରେ ଚଢ଼ଉ କରି ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରିଥିଲା। ଆଜି ୫ଜଣଙ୍କୁ କୋର୍ଟଚାଲାଣ କରିଛି। ତେବେ ପୂର୍ବରୁ ନାଣ୍ଡୁ ନାଁରେ ୨ଟି ଓ ଶନି ନାଁରେ ୨ଟି ଅପରାଧିକ ମାମଲା ଥିବା ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2026/01/10/sfhfssfhxbvbv-2026-01-10-03-34-09.jpg)