ମା’କୁ ନାବାଳକ ପୁଅ ହତ୍ୟା ମାମଲା: ଶବ ସତ୍କାର ପାଇଁ ମନା କରିଦେଲା ସ୍ବାମୀ

Advertisment
ସ୍ବାତୀକୁ ହତ୍ୟା କରି ଫିଙ୍ଗିଦେଲେ!

Kashmir Observer

ଭୁବନେଶ୍ବର: ରାଜଧାନୀରେ ମା’କୁ ଦୁଇ ନାବାଳକ ପୁଅ ହତ୍ୟା କରିବା ଘଟଣାକୁ ୭ଦିନ ବିତି ଗଲାଣି। ଘଟଣା ଦିନଠାରୁ ବିନୋଦିନୀଙ୍କ ମୃତଦେହ କ୍ୟାପିଟାଲ ହସ୍ପିଟାଲରେ ସରକ୍ଷିତ ରହିଛି। ପୁଲିସ୍‌ ବିନୋଦିନୀଙ୍କ ବାପଘରଠାରୁ ଆରମ୍ଭ କରି ଶ୍ବଶୁର ଘର ପର୍ଯ୍ୟନ୍ତ ସମସ୍ତଙ୍କୁ ଖବର ଦେଇଥିଲା। କିନ୍ତୁ ସମସ୍ତେ ମନା କରି ଦେଇଥିଲେ। ପୁରୀ ଜେଲରେ ହତ୍ୟା ମାମଲାରେ ଆଜୀବନ ବନ୍ଦୀ ଜୀବନ ବିତାଉଥିବା ବିନୋଦିନୀଙ୍କ ସ୍ବାମୀ ନିହାର ପ୍ରଧାନକୁ ମଧ୍ୟ ଏୟାରଫିଲ୍ଡ ଥାନା ପୁଲିସ ଖବର ପଠାଇଥିଲା। କିନ୍ତୁ ସେ ଆସିପାରିବ ନାହିଁ ବୋଲି ଜେଲ କର୍ତ୍ତୃପକ୍ଷଙ୍କ ଜରିଆରେ ମନା କରିଦେଇଛି। ଦୁଇ ପୁଅ ବାଳ ସୁଧାର ଗୃହରେ ଥିବା ବେଳେ ସେମାନେ ମୁଖାଗ୍ନି ଦେବାକୁ ଆସିବେ କି ନାହିଁ, ତାହା ସ୍ପଷ୍ଟ ହୋଇନାହିଁ। ଗତ ୭ ଦିନ ହେଲା ସତ୍କାର ଅପେକ୍ଷାରେ ରହିଛି ଶବ। ଆଉ ଦିନେ କିମ୍ବା ଦୁଇ ଦିନ ଅପେକ୍ଷା କରି ପୁଲିସ ଶବ ସତ୍କାର କରିଦେବ ବୋଲି ସୂଚନା ମିଳିଛି। ସୂଚନାଯୋଗ୍ୟ, ଗତ ୧୬ ତାରିଖ ରାତିରେ ସୁନ୍ଦରପଦା-ଜଟଣୀ ରାସ୍ତାର ପଧାନ ସାହି ନିକଟ ଅର୍କିଡ୍ ଆପାର୍ଟମେଣ୍ଟରେ ଦୁଇ ନାବାଳକ ପୁଅ ମା’କୁ ହତ୍ୟା କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe