ପେଟରେ ବିଅର ବୋତଲ ଭୁସି ବଡ଼ ଭାଇକୁ ହତ୍ୟା

Advertisment

ବାଲିସାହିରେ ହଇଚଇ

ବାଲିସାହିରେ ହଇଚଇ

ନିଖୋଜ ଯୁବକଙ୍କ ମୃତଦେହ ପଶ୍ଚିମବଙ୍ଗରୁ ଉଦ୍ଧାର

Image Courtesy of NDTV

ବାଲିପାଟଣା: ସ୍ଥାନୀୟ ମୁକୁନ୍ଦଦାସପୁର ବାଲିସାହି ଗ୍ରାମରେ ଘଟିଛି ଏକ ଅଭାବନୀୟ କାଣ୍ଡ। ନିଶାଡ଼ି ତଥା ଦୁର୍ଦ୍ଦାନ୍ତ ବଡ଼ ଭାଇ ପେଟରେ ବିଅର ବୋତଲ ଭୁସି ସାନଭାଇ ହତ୍ୟା କରିଥିବା କୁହାଯାଉଛି। ମୃତକ ହେଲେ ସୁଶାନ୍ତ ବେହେରା ଓରଫ୍ ଜଗୁ। ନିଶାସକ୍ତ ଅବସ୍ଥାରେ ଥିବା ଜଗୁର ଆକ୍ରମଣରୁ ରକ୍ଷା ପାଇବାକୁ ଯାଇ ସାନଭାଇ ରାଜା ହଠାତ୍ ବିଅର ବୋତଲରେ ଆକ୍ରମଣ କରିବାରୁ ଏହି ହତ୍ୟାକାଣ୍ଡ ଘଟିଥିବା ଚର୍ଚ୍ଚା ହେଉଛି। ତେବେ ଏହି ମାମଲାରେ ବାଲିପାଟଣା ଥାନା ପୁଲିସ ସାନ ଭାଇ ରାଜାକୁ ଗିରଫ କରିଛି। କିନ୍ତୁ ପରିବାର ପକ୍ଷରୁ କୌଣସି ଅଭିଯୋଗ ହୋଇନଥିବା ବେଳେ ଅଧିକ ତଦନ୍ତ ପାଇଁ ଆଜି ରାଜାକୁ କୋର୍ଟ ଚାଲାଣ କରାଯାଇନାହିଁ। ଦୁର୍ଦ୍ଦାନ୍ତ ଜଗୁର ମୃତ୍ୟୁ ପରେ ବାଲିସାହିରେ ହଇଚଇ ସୃଷ୍ଟି ହୋଇଛି।

ଗତକାଲି ରାତିରେ ଜଗୁ ଘରକୁ ନିଶାସକ୍ତ ଅବସ୍ଥାରେ ଆସି ସମସ୍ତଙ୍କୁ ଗାଳିମନ୍ଦ କରିଥିଲା। ସବୁଥର ଭଳି ସାନ ଭାଇ ରାଜାକୁ ବି ମାଡ଼ ମାରିଥିଲା। ପରିବାର ଲୋକେ ମିଳିତ ଭାବେ ତାକୁ କାବୁ କରି ଏକ ଘରେ ପୂରାଇ ବାହାରୁ କବାଟ କିଳି ଦେଇଥିଲେ। ତଥାପି ଦୁର୍ଦ୍ଦାନ୍ତ ଜଗୁ କବାଟ ଭାଙ୍ଗି ବାହାରି ଆସିଥିଲା ଏବଂ ରାଜାକୁ ପୁଣି ଆକ୍ରମଣ କରିଥିଲା। ରାଜା ସେଠାରୁ ଦୌଡ଼ି ପଳାଇବାକୁ ବସିଥିବା‌ ବେଳେ ଜଗୁ ତାକୁ ଟେକା ପଥର ପକାଇ ଅଟକାଇଥିଲା। ରାଜାକୁ ମାଡ଼ି ବସି ତା’ ହାତକୁ କାମୁଡ଼ି ଦେଇଥିଲା।

ଜୀବନ ବିକଳରେ ରାଜା ସେଠା‌ରେ ପଡ଼ିଥିବା ଏକ ବିଅର ବୋତଲକୁ ଭାଙ୍ଗି ଜଗୁ ପେଟକୁ ଭୁସି ଦେଇଥିଲା। ଫଳରେ ଜଗୁ ପେଟରୁ ଅନ୍ତବୁଜୁଳା ବାହାରି ଆସିଥିଲା। ଜଗୁ ତଳେ ପଡ଼ି ଚିତ୍କାର କରୁଥିବା ବେଳେ ତାଙ୍କ ମା’ ସାହିପଡ଼ିଶା ଲୋକଙ୍କୁ ସାହାଯ୍ୟ ପାଇଁ ଡାକ ପକାଇଥିଲେ। ମାତ୍ର ‌ପଡ଼ୋଶୀମାନେ କେହି ଦୁର୍ଦ୍ଦାନ୍ତ ଜଗୁ ପା‌ଖକୁ ଯାଇନଥିଲେ। କିଛି ସମୟ ପରେ ୧୦୮ ଆମ୍ବୁଲାନ୍‌ସ ଆସି ଜଗୁକୁ ପ୍ରଥମେ ପିପିଲି ହସ୍ପିଟାଲକୁ ନେଇଥିଲା। ପରେ ତାକୁ କଟକ ବଡ଼ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା। ଆଜି ସକାଳେ ଚିକିତ୍ସାଧୀନ ଅବସ୍ଥାରେ ଜଗୁର ମୃତ୍ୟୁ ହୋଇଯାଇଥିଲା। ଖବର ପାଇ ବାଲିପାଟଣା ଥାନା ପୁଲିସ ବାଲିସାହିରେ ଚଢ଼ଉ କରି ରାଜାକୁ ଧରିଥିଲା। ରାଜା ସବୁ ମାନିଯାଇଥିବା ଆଇଆଇସି ଓମ୍‌ପ୍ରକାଶ ମହାନ୍ତି ସୂଚନା ଦେଇଛନ୍ତି।

ପ୍ରକାଶଯୋଗ୍ୟ ଯେ ଜଗୁ ବେଶ୍ ଦୁର୍ଦ୍ଦାନ୍ତ ଥିଲା। ନିଶାସକ୍ତ ଅବସ୍ଥାରେ ଘରକୁ ଆସି ପରିବାର ଲୋକଙ୍କୁ ମାରଧର କରୁଥିଲା। ଜଗୁର ଏଭଳି ଆଚରଣରେ ଅତିଷ୍ଠ ହୋଇ ବାପା ପୂର୍ଣ୍ଣଚନ୍ଦ୍ର ବେହେରା ଆତ୍ମହତ୍ୟା କରିଥିଲେ ବୋଲି କୁହାଯାଏ। ଏମିତିକି ଜଗୁ ନିଜ ସ୍ତ୍ରୀ ପିଲାଙ୍କୁ ମାରଧଣ କରି ଘରୁ ତଡ଼ି ଦେଇଛି ଏବଂ ସ୍ତ୍ରୀ ପିଲାଛୁଆଙ୍କୁ ନେଇ ତାଙ୍କ ବାପ ଘରେ ରହୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe