ନାରାୟଣ ଭାଇଙ୍କ ମଟନ୍‌ ଗୁପ୍‌ଚୁପ୍‌

Advertisment
ନାରାୟଣ ଭାଇଙ୍କ ମଟନ୍‌ ଗୁପ୍‌ଚୁପ୍‌

ଅନେକଙ୍କ ପାଇଁ ଗୁପଚୁପ୍‌ଠୁ ଭଲ ଚଟ୍‌ପଟି ବୋଧେ ଆଉ କିଛି ଥାଇ ନପାରେ। ତେବେ ଗୁପ୍‌ଚୁପ୍‌ରେ ଯଦି ଆଳୁ ବଦଳରେ ମଟନ୍‌ର ସ୍ୱାଦ ମିଳେ...। ଆପଣଙ୍କୁ ଟିକେ ଅଡ଼ୁଆ ଲାଗୁଥିବ ନିଶ୍ଚୟ। କିନ୍ତୁ ହଁ ଆଜ୍ଞା, ଆପଣ ବି ଏଇଭଳି ଏକ ଭିନ୍ନ ଧରଣର ଗୁପ୍‌ଚୁପ୍‌ର ସ୍ୱାଦ ନେଇପାରିବେ। ବାଣୀବିହାରସ୍ଥିତ ପାଣ୍ଟାଲୁନ୍‌ ନିକଟରେ ଥିବା ‘ବିଗ୍‌ ବାଇଟ୍‌’ ଷ୍ଟଲ୍‌ରେ ମିଳୁଛି ମଟନ୍‌ ଓ ଚିକେନ୍‌ ଗୁପ୍‌ଚୁପ୍‌। କୋବି, ଗାଜର, ବିଟ୍‌, ଆଳୁ ଓ ମଟନ୍‌କୁ ସିଝାଇ ପ୍ରସ୍ତୁତ କରାଯାଉଥିବା ଷ୍ଟପିଙ୍ଗ୍‌କୁ ପୂର ଭଳି ଦେଇ ଗୁପ୍‌ଚୁପ୍‌ ପରସିବା ବେଳେ ଆପଣଙ୍କ ପାଟିରେ ବି ପାଣି ଆସିଯିବ। ଏକ ପ୍ଲେଟ୍‌ରେ କଟା ପିଆଜ, ଧନିଆ ପତ୍ର, ଲେମ୍ବୁ, ଗୋଲମରିଚ ଗୁଣ୍ଡ, ଚାଟ୍‌ ମସଲା ଓ ଲଙ୍କା ଗୁଣ୍ଡ ଛିଞ୍ଚି ଏହି ପୂରା ପ୍ଲେଟ୍‌କୁ ପ୍ରସ୍ତୁତ କରିବା ବେଳେ ଯେ କେହି ବି ଏହାର ମଜା ନେବା ପାଇଁ ବ୍ୟାକୁଳ ହେବ। ପ୍ଲେଟ୍‌୍‌ ପ୍ରସ୍ତୁତ ହେବା ପରେ ୟଲୋ ସସ୍‌କୁ ଉପରେ ପକାଯାଇ ପରଶା ଯାଏ। ଗୋଟାଏ ପ୍ଲେଟ୍‌ରେ ୭ପିସ୍‌ ଗୁପୁଚୁପ୍‌ ଦିଆଯାଉଥିବା ବେଳେ ଦର ରହିଛି ୫୦ଟଙ୍କା। ସେହିପରି ସମାନ ସାମଗ୍ରୀରେ ତିଆରି ହୋଇଥାଏ ଚିକେନ୍‌ ଗୁପୁଚୁପ୍‌ ଓ ଛତୁ ଗୁପ୍‌ଚୁପ୍‌। ଏହି ଦୁଇଟିର ଦାମ୍‌ ରହିଛି ୩୦ଟଙ୍କା । ନାରାୟଣଙ୍କ କହିବା ମୁତାବକ ୟଲୋ ସସ୍‌ ହେଉଛି ତାଙ୍କର ନିଜସ୍ୱ ପ୍ରସ୍ତୁତି। ଯାହା ଅନ୍ୟଠି ମିଳେ ନାହିଁ। ପାଟିକୁ ସ୍ୱାଦିଷ୍ଟ ଓ ଗୁପ୍‌ଚୁପ୍‌କୁ ନିଆରା ଭାବେ ପ୍ରସ୍ତୁତ କରୁଥିବା ସସ୍‌କୁ ଜାଣିବାକୁ ହେଲେ ନିଶ୍ଚିତ ଏଠାକୁ ଆସି ସ୍ୱାଦ ଚାଖିବାକୁ ପଡ଼ିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe