ଡରାଇଲାଣି ମୋ ବସ୍‌: ୬ ମାସରେ ୧୫ ଦୁର୍ଘଟଣା, ମଲେଣି ୨, ୨୦ ପଙ୍ଗୁ

Advertisment

ମୋ ବସ୍‌ ଦେଖିଲେ ଡରଲାଗିଲାଣି। ନା ଟ୍ରାଫିକ୍‌ ସିଗ୍‌ନାଲ୍‌ ମାନୁଛନ୍ତି ନା ଦୁର୍ଘଟଣା ଘଟାଇବା ପରେ ତ୍ରୁଟି ସ୍ବୀକାର କରୁଛନ୍ତି। ଯାହା ଫଳରେ ପ୍ରତ୍ୟେକ ଦିନ ମୋ ବସ୍‌କୁ ନେଇ କେଉଁଠି ନା କେଉଁଠି ବିବାଦ ଦେଖାଦେଉଛି।

ମୋ ବସ୍‌ ଦେଖିଲେ ଡରଲାଗିଲାଣି। ନା ଟ୍ରାଫିକ୍‌ ସିଗ୍‌ନାଲ୍‌ ମାନୁଛନ୍ତି ନା ଦୁର୍ଘଟଣା ଘଟାଇବା ପରେ ତ୍ରୁଟି ସ୍ବୀକାର କରୁଛନ୍ତି। ଯାହା ଫଳରେ ପ୍ରତ୍ୟେକ ଦିନ ମୋ ବସ୍‌କୁ ନେଇ କେଉଁଠି ନା କେଉଁଠି ବିବାଦ ଦେଖାଦେଉଛି।

hfhfnc

ଭୁବନେଶ୍ବର: ମୋ ବସ୍‌ ଦେଖିଲେ ଡରଲାଗିଲାଣି। ନା ଟ୍ରାଫିକ୍‌ ସିଗ୍‌ନାଲ୍‌ ମାନୁଛନ୍ତି ନା ଦୁର୍ଘଟଣା ଘଟାଇବା ପରେ ତ୍ରୁଟି ସ୍ବୀକାର କରୁଛନ୍ତି। ଯାହା ଫଳରେ ପ୍ରତ୍ୟେକ ଦିନ ମୋ ବସ୍‌କୁ ନେଇ କେଉଁଠି ନା କେଉଁଠି ବିବାଦ ଦେଖାଦେଉଛି। କେବଳ ବିବାଦ ହେଉନାହିଁ ବରଂ ଦୁର୍ଘଟଣାରେ ମୁଣ୍ଡ ଗଡ଼ୁଛି, ନିରୀହ ପଥଚାରୀ ପଙ୍ଗୁ ହୋଇଯାଉଛନ୍ତି। ତଥ୍ୟ ମୁତାବକ, ବିଗତ ୬ ମାସରେ ‘ମୋ ବସ୍‌’ ଦ୍ବାରା ୧୫ ଦୁର୍ଘଟଣା ଘଟିଛି। ଏଥିରେ ୨ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୨୦ଜଣ ଗୁରୁତର ଆହତ ପଙ୍ଗୁ ହୋଇଯାଇଛନ୍ତି। 

ଗତ ବର୍ଷ ସେପ୍ଟେମ୍ବରରେ ନନ୍ଦନକାନନ ରୋଡ୍‌ରେ ମୋ ବସ୍‌ ପିଟିଦେବାରୁ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିଲା। ଗତ ଜାନୁଆରି ୨୪ ତାରିଖରେ ଜନପଥ ୟୁକୋ ବ୍ୟାଙ୍କ ସାମ୍ନାରେ ଦୁଇ ମୋ ବସ୍‌ ପଛକୁ ପଛ ପିଟି ହେବାରୁ ୪ଜଣ ଗୁରୁତର ଆହତ ହୋଇଥିଲେ। ନଭେମ୍ବର ୨ ତାରିଖରେ ଚନ୍ଦ୍ରଶେଖରପୁର ପେଟ୍ରୋଲ୍‌ ପମ୍ପ ଛକରେ ରାସ୍ତା‌ ପାର୍‌ ହେଉଥିବା ବେଳେ ସମ୍ବଲପୁର ଜିଲ୍ଲାର ଝିଲ୍ଲୀ ସୋହଲାଙ୍କୁ ମୋ ବସ୍‌ ପିଟିବାରୁ ସେ ଗୋଟିଏ ହାତ ହରାଇବାକୁ ଯାଉଛନ୍ତି। କର୍ତ୍ତୃପକ୍ଷ ଏ ପର୍ଯ୍ୟନ୍ତ ତାଙ୍କ ପାଇଁ କିଛି କରିନାହାନ୍ତି। ଏତେସବୁ ପରେ ମଧ୍ୟ ନା ଚାଳକ ଚେତୁଛନ୍ତି ନା କ୍ରୁଟ୍‌। ପ୍ରତ୍ୟେକ ଦୁର୍ଘଟଣା ପରେ କ୍ରୁଟ୍‌ କର୍ତ୍ତୃପକ୍ଷ କେବଳ ଚାଳକକୁ ସସ୍‌ପେଣ୍ଡ କରିଦେଇ ନିଜର ଦାୟିତ୍ବ ସାରିଦେଇଛନ୍ତି। କର୍ତ୍ତୃପକ୍ଷଙ୍କ କୋହଳ ମନୋଭାବ ମୋ ବସ୍‌ ଚାଳକଙ୍କ୍ ଆତଙ୍କ ବଢ଼ିବାରେ ଲାଗିଛି। ଦୁର୍ଘଟଣା ଘଟାଇବା ପରେ ସେମାନେ ପାଲଟା ନାଲିଆଖି ଦେଖାଉଛନ୍ତି। କ୍ରୁଟ୍‌ ସରକାରଙ୍କ ସଂସ୍ଥା ହୋଇଥିବାରୁ ପୁଲିସ ସମର୍ଥନ କରିବାକୁ ବାଧ୍ୟ ହେଉଛି। ଯେଉଁଥିପାଇଁ ସାଧାରଣ ‌ଲୋକ ହିଁ କ୍ଷତିଗ୍ରସ୍ତ ହେଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe