ଯୁବତୀଙ୍କୁ ଅକର୍ମଣ୍ୟ କଲା ‘ମୋ ବସ୍‌’: ଜାତୀୟ ରାଜପଥ ଭାବି ଚଳାଉଛନ୍ତି

Advertisment

ଆଜି ପୂର୍ବାହ୍ଣରେ ଚନ୍ଦ୍ରଶେଖରପୁର ପେଟ୍ରୋଲ ପମ୍ପ ନିକଟରେ ମୋ’ ବସ୍‌ ଧକ୍କାରେ ଜଣେ ଯୁବତୀ ଗୁରୁତର ହୋଇଛନ୍ତି। ଆହତ ଯୁବତୀ ହେଲେ ଚନ୍ଦ୍ରଶେଖରପୁର ହାଉସିଂବୋର୍ଡ କଲୋନିସ୍ଥିତ ଏକ ପାର୍ଲର୍‌ରେ ବିଉଟିସିଆନ୍‌ ତାଲିମ ନେଉଥିବା ସମ୍ବଲପୁରର ଝିଲ୍ଲୀ ସୋହଲା(୨୨)।

ଆଜି ପୂର୍ବାହ୍ଣରେ ଚନ୍ଦ୍ରଶେଖରପୁର ପେଟ୍ରୋଲ ପମ୍ପ ନିକଟରେ ମୋ’ ବସ୍‌ ଧକ୍କାରେ ଜଣେ ଯୁବତୀ ଗୁରୁତର ହୋଇଛନ୍ତି। ଆହତ ଯୁବତୀ ହେଲେ ଚନ୍ଦ୍ରଶେଖରପୁର ହାଉସିଂବୋର୍ଡ କଲୋନିସ୍ଥିତ ଏକ ପାର୍ଲର୍‌ରେ ବିଉଟିସିଆନ୍‌ ତାଲିମ ନେଉଥିବା ସମ୍ବଲପୁରର ଝିଲ୍ଲୀ ସୋହଲା(୨୨)।

gdgdgjdgjddjg

ଚନ୍ଦ୍ରଶେଖରପୁର: ଆଜି ପୂର୍ବାହ୍ଣରେ ଚନ୍ଦ୍ରଶେଖରପୁର ପେଟ୍ରୋଲ ପମ୍ପ ନିକଟରେ ମୋ’ ବସ୍‌ ଧକ୍କାରେ ଜଣେ ଯୁବତୀ ଗୁରୁତର ହୋଇଛନ୍ତି। ଆହତ ଯୁବତୀ ହେଲେ ଚନ୍ଦ୍ରଶେଖରପୁର ହାଉସିଂବୋର୍ଡ କଲୋନିସ୍ଥିତ ଏକ ପାର୍ଲର୍‌ରେ ବିଉଟିସିଆନ୍‌ ତାଲିମ ନେଉଥିବା ସମ୍ବଲପୁରର ଝିଲ୍ଲୀ ସୋହଲା(୨୨)। ବସ୍‌ ଚକା ଚଢ଼ିଯିବାରୁ ତାଙ୍କ ବାମ ହାତଟି ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଥିବା ଜଣାପଡ଼ିଛି। ତାଙ୍କୁ ପ୍ରଥମେ କ୍ୟାପିଟାଲ୍‌ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା। ମାତ୍ର ଅବସ୍ଥା ସଂକଟାପନ୍ନ ଥିବାରୁ ତାଙ୍କୁ ଭୁବନେଶ୍ବର ଏମ୍‌ସ ସ୍ଥାନାନ୍ତର କରାଯାଇଛି। ଏହି ଦୁର୍ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଥିଲା ଏବଂ ଉତ୍ତ୍ୟକ୍ତ ଲୋକେ ରାସ୍ତା ଅବରୋଧ କରିଥିଲେ। ପ୍ରାୟ ୩ଘଣ୍ଟା ପରେ ରାସ୍ତାରେ ଯାନବାହନ ଚଳାଚଳ ସ୍ବାଭାବିକ ହୋଇଥିଲା। ବସ୍‌ ଚାଳକ ଥାନାରେ ଅଟକ ଥିବା ଜାଣିବା ପରେ ଲୋକେ ରାସ୍ତା ଉପରୁ ଧାରଣାରୁ ହଟିଥିଲେ। 

ସ୍ଥାନୀୟ ଲୋକଙ୍କ ସୂଚନାନୁସାରେ ମୋ’ ବସ୍‌ଟି ପଟିଆରୁ ଜୟଦେବବିହାର ଦିଗରେ ଦ୍ରୁତବେଗରେ ଯାଉଥିଲା। ଚାଳକ ବେଶ୍ ବେପରୁଆ ଭାବେ ଗାଡ଼ି ଚଳାଉଥିଲେ। ଝିଲ୍ଲୀ ରାସ୍ତା ପାର୍‌ ହେଉଥିବା ବେଳେ ବସ୍‌ଟି ତାଙ୍କୁ ଧକ୍କା ଦେଇଥିଲା। ଝିଲ୍ଲୀ ରାସ୍ତା ଉପରେ ପଡ଼ିଯିବା ପରେ ବି ମୋ’ ବସ୍‌ ଅଟକି ନଥିଲା। ଦ୍ରୁତବେଗ ଥିବାରୁ ବସ୍‌ ଚାଳକ ବ୍ରେକ୍‌ କରିବା ସମ୍ଭବ ହୋଇନଥିଲା। ଫଳରେ ବସ୍‌ଟି ଝିଲ୍ଲୀଙ୍କ ବାମ ହାତରେ ମାଡ଼ି ଯାଇଥିଲା। ସେ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥ‌ାରେ ପଡ଼ିଥିବା ବେଳେ ନିର୍ଦ୍ଦୟ ବସ୍‌ ଚାଳକ ସେଠାରେ ନ ଅଟକି ବସ୍‌ ନେଇ ‌ପଳାଇଥିଲେ। ପ୍ରତ୍ୟକ୍ଷଦର୍ଶୀଙ୍କ କହିବା କଥା ବସ୍‌ ପଳାଇବା ପରେ ଝିଲ୍ଲୀଙ୍କ ମୃତ୍ୟୁ ହୋଇଯାଇଛି ବୋଲି ସନ୍ଦେହ ସୃଷ୍ଟି ହୋଇଥିଲା। ଲୋକେ ଆମ୍ବୁଲାନ୍‌ସରେ ତାଙ୍କୁ କ୍ୟାପିଟାଲ୍‌ ହସ୍ପିଟାଲ୍‌ ପଠାଇଦେଇଥିଲେ। କିନ୍ତୁ ମୋ ବସ୍‌ ଧକ୍କାରେ ଜଣଙ୍କର ମୃତ୍ୟୁ ହୋଇଛି ବୋଲି ଖବର ପ୍ରଚାର ହୋଇଯିବାରୁ ଉତ୍ତେଜନା ବଢ଼ିଥିଲା। ଶହଶହ ଉତ୍ତ୍ୟକ୍ତ ଲୋକେ ରାସ୍ତା ଅବରୋଧ କରିଥିଲେ। ପରେପରେ ମୈତ୍ରୀବିହାର, ଚନ୍ଦ୍ରଶେଖରପୁର ଓ ଇନ୍‌ଫୋସିଟି ଥାନା ପୁଲିସ ସହ ଆଇଆର୍‌ବି ବାଟାଲିୟନ୍‌ ପୁଲିସ ବଳ ପହଞ୍ଚିଥିଲେ। ରାସ୍ତା ବନ୍ଦ ଯୋଗୁ ୧୦ରୁ ଅଧିକ ମୋ’ ବସ୍‌ ଅଟକି ରହିଥିଲା। ଯାତ୍ରୀମାନେ ବସ୍‌ରୁ ଓହ୍ଲାଇ ଅଟୋ ଯୋଗେ ଯାତ୍ରା କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe