ଲକ୍ଷ୍ୟଠୁ ଦୂରରେ ‘ମୋ ଇ-ରାଇଡ୍‌’: ରୁଟ୍‌ ସଂଖ୍ୟା ୧୩ରୁ ୮କୁ ଖସିଗଲାଣି ସନ୍ଧ୍ୟା ୬ଟା ପରେ ସେବା ମିଳୁନି

Advertisment

ଗଳିକନ୍ଦିରୁ ଲୋକଙ୍କୁ ଆଣି ମୋ’ ବସ୍‌ ଷ୍ଟାଣ୍ଡ୍‌ରେ ଛାଡ଼ିବା ଲକ୍ଷ୍ୟରେ ୨୦୨୨ରେ ବ୍ୟାଟେରି ଅଟୋ ସେବା ‘ମୋ ଇ-ରାଇଡ୍‌’ ଆରମ୍ଭ ହୋଇଥିଲା। ପ୍ରଥମ ପର୍ଯ୍ୟାୟରେ ଏହି ଅଟୋକୁ କେବଳ ମହିଳା ଓ କିନ୍ନରମାନେ ଚଳାଇବେ ବୋଲି ନିଷ୍ପତ୍ତି ହୋଇଥିଲା।

ଗଳିକନ୍ଦିରୁ ଲୋକଙ୍କୁ ଆଣି ମୋ’ ବସ୍‌ ଷ୍ଟାଣ୍ଡ୍‌ରେ ଛାଡ଼ିବା ଲକ୍ଷ୍ୟରେ ୨୦୨୨ରେ ବ୍ୟାଟେରି ଅଟୋ ସେବା ‘ମୋ ଇ-ରାଇଡ୍‌’ ଆରମ୍ଭ ହୋଇଥିଲା। ପ୍ରଥମ ପର୍ଯ୍ୟାୟରେ ଏହି ଅଟୋକୁ କେବଳ ମହିଳା ଓ କିନ୍ନରମାନେ ଚଳାଇବେ ବୋଲି ନିଷ୍ପତ୍ତି ହୋଇଥିଲା।

fgfgbvgff

ଭୁବନେଶ୍ୱର: ଗଳିକନ୍ଦିରୁ ଲୋକଙ୍କୁ ଆଣି ମୋ’ ବସ୍‌ ଷ୍ଟାଣ୍ଡ୍‌ରେ ଛାଡ଼ିବା ଲକ୍ଷ୍ୟରେ ୨୦୨୨ରେ ବ୍ୟାଟେରି ଅଟୋ ସେବା ‘ମୋ ଇ-ରାଇଡ୍‌’ ଆରମ୍ଭ ହୋଇଥିଲା। ପ୍ରଥମ ପର୍ଯ୍ୟାୟରେ ଏହି ଅଟୋକୁ କେବଳ ମହିଳା ଓ କିନ୍ନରମାନେ ଚଳାଇବେ ବୋଲି ନିଷ୍ପତ୍ତି ହୋଇଥିଲା। ହେଲେ ମାସେ ନପୁରୁଣୁ କିନ୍ନରମାନେ ଚାକିରି ଛାଡ଼ି ଦେଇଥିଲେ। କ’ଣ ପାଇଁ ଚାକିରି ଛାଡ଼ିଲେ ତାହାର ବି ପ୍ରମାଣ ମିଳିପାରିଲାନି। ଏହା ମଧ୍ୟରେ ବ୍ୟାଟେରି ‌ଅଟୋ ସେବାକୁ ଅଢ଼େଇ ବର୍ଷ ପୂରି ଯାଇଥିଲେ ସୁଦ୍ଧା ଏଯାବତ୍‌ ରୁଟ୍‌ ସଂଖ୍ୟା ବଢ଼ି ପାରିଲାନି। ଫଳରେ ଯାତ୍ରୀଙ୍କୁ ଲକ୍ଷ୍ୟସ୍ଥଳରେ ପହଞ୍ଚାଇବା ପାଇଁ ଘରୋଇ ଅଟୋ ଉପରେ ନିର୍ଭର କରିବାକୁ ପଡ଼ୁଛି।ପ୍ରଥମେ ପଟିଆ, ଚନ୍ଦ୍ରଶେଖରପୁର, ନୀଳାଦ୍ରିବିହାର, ପାତ୍ରପଡ଼ା, ଭରତପୁର, କଳିଙ୍ଗବିହାର ଓ ପୋଖରୀପୁଟ ଅଞ୍ଚଳରେ ଏହି ଅଟୋ ଚଳାଚଳ କରୁଥିଲା। 

ଏଥିପାଇଁ ୧୩ଟି ରୁଟ୍‌ ଚିହ୍ନଟ କରାଯାଇଥିଲା। କିନ୍ତୁ ବର୍ତ୍ତମାନ ମାତ୍ର ୮ଟି ରୁଟ୍‌ରେ ୫୦ ବ୍ୟାଟେରି ଅଟୋ ଚଳାଚଳ କରୁଛି। ଯେପରିକି କିଟ୍‌ କ୍ୟାମ୍ପସ୍‌ରୁ ପ୍ରଶାନ୍ତି ବିହାର, କିଟ୍‌ ଛକରୁ ପଟିଆ ଷ୍ଟେସନ, ହନୁମାନ ମନ୍ଦିର ବିକ୍ୟୁଏସ୍‌ରୁ କଳିଙ୍ଗନଗର, ପାତ୍ରପଡ଼ା କେ-୯ରୁ ଏମସ୍‌, ଆଇଟିଆର୍‌ ଛକରୁ ଆଇଗିଣିଆ, ଇନଫୋସିଟି ଛକରୁ ଵିପ୍ରୋ ଆଦି ରୁଟ୍‌ରେ ଏହି ସେବା ମିଳୁଛି। ପୁଣି କେବଳ ସକାଳ ୯ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଏହି ସେବା ଉପଲବ୍‌ଧ ଥିବାରୁ ଅନ୍ୟ ସମୟରେ ଲୋକ ହଇରାଣରେ ପଡ଼ୁଛନ୍ତି। ଇ-ଅଟୋରେ ଯେଉଁଠି ୧୦ ଟଙ୍କା ପଡ଼ୁଛି, ସେଠାରେ ଘରୋଇ ଅଟୋ ୩୦ ଟଙ୍କା ଦାବି କରୁଛନ୍ତି। ମୁଖ୍ୟତଃ ସନ୍ଧ୍ୟା ୬ଟା ପରେ ଏହି ସେବା ମିଳୁ ନଥିବାରୁ ବହୁ ଲୋକ ଘରୋଇ ଅଟୋ ବା ଟ୍ୟାକ୍ସି ଉପରେ ନିର୍ଭର କରିବାକୁ ବାଧ୍ୟ ହେଉଛନ୍ତି। 

ତେବେ ଏନେଇ ‘କ୍ରୁଟ୍‌’ର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ଆଗକୁ ରୁଟ୍‌ ବଢ଼ାଇବା ପାଇଁ ପ୍ରସ୍ତାବ ଯାଇଛି। ଖୁବ ଶୀଘ୍ର ରୁଟ୍‌ ସଂଖ୍ୟା ବଢ଼ିବ ବୋଲି ଆଶା କରାଯାଉଛି। ବର୍ତ୍ତମାନ ବ୍ୟାଟେରି ଅଟୋ ଚଳାଇବା ପାଇଁ ଜଣେ କିନ୍ନର କାର୍ଯ୍ୟରେ ଯୋଗ ଦେଇଛନ୍ତି। ପିଲାମାନଙ୍କୁ ମଧ୍ୟ ପ୍ରଶିକ୍ଷଣ ଦିଆଯାଉଛି। ତେଣୁ ଆଗକୁ ଯାତ୍ରୀମାନଙ୍କ ପାଇଁ ଆହୁରି ବାଧା ବିହୀନ ଯାତ୍ରା ମିଳିବ ବୋଲି ଅଧିକାରୀ ଜଣକ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe