ମୋ ଜୀବନ ଓ ସାହିତ୍ୟ ଏକ ଖୋଲା ବହି: ବିଭୂତି ପଟ୍ଟନାୟକ

Advertisment

କେନ୍ଦ୍ର ସାହିତ୍ୟ ଅକାଦେମିର ଲେଖକଙ୍କ ସହ କାର୍ଯ୍ୟକ୍ରମ

କେନ୍ଦ୍ର ସାହିତ୍ୟ ଅକାଦେମିର ଲେଖକଙ୍କ ସହ କାର୍ଯ୍ୟକ୍ରମ

ମୋ ଜୀବନ ଓ ସାହିତ୍ୟ ଏକ ଖୋଲା ବହି: ବିଭୂତି ପଟ୍ଟନାୟକ

ଭୁବେନଶ୍ୱର: ଆଜି ସଂଧ୍ୟାରେ କେନ୍ଦ୍ର ସାହିତ୍ୟ ଅକାଦେମି ପକ୍ଷରୁ ଭୁବନେଶ୍ୱରସ୍ଥିତ ଲୋହିଆ ଭବନଠାରେ ‘ଲେଖକଙ୍କ ସହିତ’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ବିଶିଷ୍ଟ କଥାକାର ବିଭୂତି ପଟ୍ଟନାୟକ ଯୋଗ ଦେଇ କହିଲେ, ମୋ ଜୀବନ ଓ ସାହିତ୍ୟ ଏକ ଖୋଲା ବହି। ଗୋଟିଏ ସଂଘର୍ଷମୟ ଜୀବନ ଦେଇ ଗତି କରିଥିଲେ ମଧ୍ୟ ଆଦର୍ଶବାଦରୁ ମୁଁ ବିଚ୍ୟୁତ ହୋଇନାହିଁ। ସମାଜବାଦୀ ଚିନ୍ତା ଓ ଚେତନା ମୋତେ ଛାତ୍ର ଅବସ୍ଥାରୁ ଉଦ୍‌ବୁଦ୍ଧ କରିଛି ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ।

ଏହି କାର୍ଯ୍ୟକ୍ରମରେ ସାହିତ୍ୟ ଅକାଦେମି ଓଡ଼ିଆ ଉପଦେଷ୍ଟା ମଣ୍ଡଳୀର ଆବାହକ ପ୍ରଫେସର ବିଜୟାନନ୍ଦ ସିଂହ ସଭାପତିତ୍ୱ କରିଥିଲା ବେଳେ ଅକାଦେମିର ସଚିବ କେ. ଶ୍ରୀନିବାସ ରାଓ ସ୍ବାଗତ ଭାଷଣ ଦେଇଥିଲେ। ଓଡ଼ିଆ ଉପଦେଷ୍ଟା ମଣ୍ଡଳୀର ବରିଷ୍ଠ ସଦସ୍ୟ ପ୍ରଫେସର ବିଜୟ କୁମାର ଶତପଥୀ ଧନ୍ୟବାଦ ଦେଇଥିଲେ। ଉତ୍ସବରେ ପଦ୍ମଶ୍ରୀ ଦେବୀପ୍ରସନ୍ନ ପଟ୍ଟନାୟକ, ଗୌରହରି ଦାସ, ଅଧ୍ୟାପକ ବିଶ୍ୱରଂଜନ ଓ ଶ୍ରୀ ପଟ୍ଟନାୟକଙ୍କ ସହଧର୍ମିଣୀ ସୁରପ୍ରଭା ଦେବୀଙ୍କ ସମେତ ବହୁ ବୁଦ୍ଧିଜୀବୀ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe