ମା, ମାତୃଭାଷା ଓ ମାତୃଭୂମିକୁ ଭୁଲିଯିବା ଉଚିତ ନୁହେଁ: ଉପରାଷ୍ଟ୍ରପତି

Advertisment

‘ମାଇଁ ମଦର, ମାଇଁ ହିରୋ’ ପୁସ୍ତକ ଉନ୍ମୋଚିତ

‘ମାଇଁ ମଦର, ମାଇଁ ହିରୋ’ ପୁସ୍ତକ ଉନ୍ମୋଚିତ

ମା, ମାତୃଭାଷା ଓ ମାତୃଭୂମିକୁ ଭୁଲିଯିବା ଉଚିତ ନୁହେଁ: ଉପରାଷ୍ଟ୍ରପତି

ଚନ୍ଦ୍ରଶେଖରପୁର, ୨।୪ (ଇମିସ): ମା, ମାତୃଭାଷା ଓ ମାତୃଭୂମିକୁ ଭୁଲିଯିବା ଉଚିତ ନୁହେଁ। ମା’ ହିଁ ବାସ୍ତବରେ ଆମ ସମସ୍ତଙ୍କ ଜୀବନର ହିରୋ। ଆମେ ବହୁ ବିଶିଷ୍ଟ ଲୋକଙ୍କ ଜୀବନୀ ପଢ଼ିଛେ ଓ ପଢ଼ୁଛେ, କିନ୍ତୁ ଜଣେ ମା’ର ଜୀବନୀ ସବୁଠାରୁ ଗୁରୁତ୍ବପୂର୍ଣ୍ଣ ଓ ପ୍ରେରଣାଦାୟୀ। ଆଜି ଓଡ଼ିଶା ରାଜଭବନଠାରେ ଶିକ୍ଷାବିତ୍‍ ଓ ସମାଜସେବୀ ଅଚ୍ୟୁତ ସାମନ୍ତଙ୍କ ଲିଖିତ ‘ମାଇଁ ମଦର, ମାଇଁ ହିରୋ’ ଇଂରାଜୀ ପୁସ୍ତକର ଉନ୍ମୋଚନ ଅବସରରେ ଭାରତର ଉପରାଷ୍ଟ୍ରପତି ଏମ୍‍ ଭେଙ୍କେୟା ନାଇଡୁ ଏଭଳି କହିଛନ୍ତି।

ଏହି ଅବସରରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‍ କହିଲେ ଯେ କେବଳ ମାନବସେବା ନୁହେଁ, ମାନବିକତା ପୂଜା ମଧ୍ୟ ବଡ଼ କଥା। ସୂଚନାଯୋଗ୍ୟ, ଅଚ୍ୟୁତ ସାମନ୍ତଙ୍କ ମା’ ନୀଳିମାରାଣୀ ନିଜ ସଂଘର୍ଷମୟ ଜୀବନ ମଧ୍ୟରେ ନିଜ ପିଲାଙ୍କୁ ସଫଳ ମଣିଷ କରି ଗଢ଼ି ତୋଳିଛନ୍ତି। ମା’ଙ୍କ ଜୀବନାଦର୍ଶ ଓ ମୂଲ୍ୟବୋଧକୁ ଆଧାର କରି ଲେଖକ ଶ୍ରୀ ସାମନ୍ତ କିଭଳି ଆଗକୁ ବଢ଼ି ପାରିଛନ୍ତି, ତାହା ହିଁ ଏହି ପୁସ୍ତକର ନିଷ୍କର୍ଷ। ନିଜ ବକ୍ତବ୍ୟରେ ଶ୍ରୀ ସାମନ୍ତ କହିଛନ୍ତି ଯେ ନାରୀଶକ୍ତିର ପ୍ରଭାବ ସେ ପିଲାଟି ବେଳୁ ଅନୁଭବ କରିଆସିଛନ୍ତି। ନାରୀଶକ୍ତି ସର୍ବଦା ସମାଜର ଉନ୍ନତି କରିଆସିଛି। ନାରୀଶକ୍ତି ଯେତେ ସଶକ୍ତ ହେବ, ସମାଜ ସେତେ ଉନ୍ନତ ହେବ ବୋଲି ଶ୍ରୀ ସାମନ୍ତ ବିଶ୍ୱାସ କରନ୍ତି। ନାରୀଶକ୍ତିକୁ ବ୍ୟାଖ୍ୟା କରିବାକୁ ଯାଇ ଶ୍ରୀ ସାମନ୍ତ ନିଜ ମା’ଙ୍କୁ ଉଦାହରଣ ଭାବେ ନେଇଛନ୍ତି।

ମା’ ନୀଳିମାରାଣୀ ଦେବୀଙ୍କ ଆଦର୍ଶ ଓ ପ୍ରେରଣା ଯୋଗୁଁ କଟକ ଜିଲ୍ଲାର ନିପଟ ମଫସଲ ଗାଁ କଲରାବାଙ୍କ ଦେଶର ପ୍ରଥମ ଆଦର୍ଶ ଗ୍ରାମ ଓ ପରେ ସ୍ମାର୍ଟ ଗ୍ରାମ ହୋଇପାରିଛି। ସେହିଭଳି ମାଣପୁର ମଧ୍ୟ ଏକ ସ୍ମାର୍ଟ ପଞ୍ଚାୟତରେ ପରିଣତ ହୋଇପାରିଛି। ଏକ ଟ୍ରେନ୍‍ ଦୁର୍ଘଟଣାରେ ଅଚ୍ୟୁତଙ୍କ ପିତା ଅନାଦି ଚରଣଙ୍କ ଅକାଳ ମୃତ୍ୟୁ ହେବା ପରେ ନୀଳିମାରାଣୀ ନିଜର ଦୃଢ଼ ମନୋବଳ, ନିଷ୍ଠା, ସଂଘର୍ଷ ମଧ୍ୟରେ ନିଜ ପିଲାଙ୍କୁ ମଣିଷ କରିବା ସହ ତାଙ୍କ ଗାଁ ଓ ପଞ୍ଚାୟତକୁ କିଭଳି ଆଦର୍ଶ କରି ଗଢ଼ିଛନ୍ତି, ତାହା ଏହି ପୁସ୍ତକରେ ବର୍ଣ୍ଣିତ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe