‘ମୋ ସ୍କୁଲ’ କାର୍ଯ୍ୟକ୍ରମ ଉଦ୍ଦେଶ୍ୟରେ ସ୍ୱତନ୍ତ୍ର ସମାବେଶ

Advertisment
‘ମୋ ସ୍କୁଲ’ କାର୍ଯ୍ୟକ୍ରମ ଉଦ୍ଦେଶ୍ୟରେ ସ୍ୱତନ୍ତ୍ର ସମାବେଶ

ଭୁବନେଶ୍ୱ: ସରକାରୀ ଉଚ୍ଚବିଦ୍ୟାଳୟ ଭିଏସ୍‌ଏସ୍‌ ନଗର ପକ୍ଷରୁ ‘ମୋ ସ୍କୁଲ’ କାର୍ଯ୍ୟକ୍ରମ ଉଦ୍ଦେଶ୍ୟରେ ଏକ ସମାବେଶ ଆୟୋଜିତ ହୋଇଯାଇଛି। ଏଥିରେ ବିଦ୍ୟାଳୟର ପୂର୍ବତନ ବିଦ୍ୟାର୍ଥୀମାନଙ୍କ ସହ ବିଦ୍ୟାଳୟ ପରିଚାଳନା କମିଟି ସଭ୍ୟମାନେ ଉପସ୍ଥିତ ଥିଲେ। ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଅନୁପମା ନନ୍ଦ ସମାବେଶରେ ସଭାପତିତ୍ୱ କରିଥିଲେ। ପୁରାତନ ଛାତ୍ର ସଂସଦର ଉପଦେଷ୍ଟା ହର୍ଷବର୍ଦ୍ଧନ ନାୟକ ଓ ସଭାପତି ପ୍ରିୟରଞ୍ଜନ ଦାସ ପ୍ରମୁଖ ଉପସ୍ଥିତ ରହି ବିଦ୍ୟାଳୟର ସର୍ବାଙ୍ଗୀନ ଉନ୍ନତି ଯଥା ବିଦ୍ୟାର୍ଥୀମାନଙ୍କ ଜ୍ଞାନର ବିକାଶ ପାଇଁ ପାଠାଗାରର ଉନ୍ନତିକରଣ, ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ନିପା କାର୍ଯ୍ୟକ୍ରମ, ଜରିମୁକ୍ତ ପରିବେଶ ସଚେତନତା ଓ ବିଜ୍ଞାନଗାରର ଉନ୍ନତି ପ୍ରଭୃତି କାର୍ଯ୍ୟକ୍ରମକୁ ହାତକୁ ନେବା ଉପରେ ଆଲୋଚନା କରିଥିଲେ। ଏଥିରେ ପରିଚାଳନା କମିଟିର ସଭ୍ୟ ହାଡ଼ିବନ୍ଧୁ ପଟ୍ଟନାୟକ, କୈଳାଶ ଚନ୍ଦ୍ର ମିଶ୍ର ଓ ଶିକ୍ଷାପ୍ରେମୀ ସନାତନ ନାୟକ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe