ତଥାପି ମୁହଁ ଫୁଟାଣି : ‘ମୋ ପୁଅର ଦରମା ମାସକୁ କୋଟିଏ’

Advertisment

ଭିଜିଲାନ୍ସ କହିଲା ଡାହା ମିଛ

ଭିଜିଲାନ୍ସ କହିଲା ଡାହା ମିଛ

ତଥାପି ମୁହଁ ଫୁଟାଣି : ‘ମୋ ପୁଅର ଦରମା ମାସକୁ କୋଟିଏ’

File Picture

ଭୁବନେଶ୍ୱର : ସରକାରଙ୍କୁ ଲୁଟି ଯେତିକି କଳାଧନ ଲୁଚାଇ ରଖିଥିଲେ, ତା’ଠାରୁ ଅଧିକ ବଦନାମ୍ ହେବାକୁ ପଡ଼ିଲାଣି ପାଠକ ପରିବାରକୁ। ଜଣେ ସରକାରୀ ଅଧିକାରୀ ଏତେ ଟଙ୍କାର ସମ୍ପତ୍ତି କେଉଁଠୁ ଆଣିଲେ, ତାହାର ଖୋଳତାଡ଼ କରିବ ଏସ୍‌ଆଇଟି। କିନ୍ତୁ ବାପା ଅଭୟକାନ୍ତ ପାଠକ ଓ ପୁଅ ଆକାଶଙ୍କର ମୁହଁଫୁଟାଣି କମି ନାହିଁ। ଆଜି କୋର୍ଟଚାଲାଣ ପୂର୍ବରୁ କ୍ୟାପିଟାଲ ହସ୍ପିଟାଲରେ ଯେତେବେଳେ ଗଣମାଧ୍ୟମ ପ୍ରତିନିଧି ପ୍ରତିକ୍ରିୟା ନେବାକୁ ଚାହିଥିଲେ, ସେତେବେଳେ ନିଜର ରୋବାବ୍ ଦେଖାଇଥିଲେ ଅଭୟକାନ୍ତ। କୋଟି କୋଟି ଟଙ୍କା କେଉଁଠୁ ଆଣିଲେ ବୋଲି ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତରରେ ଅଭୟକାନ୍ତ କହିଥିଲେ ତାଙ୍କ ପୁଅ ଆକାଶ ବଡ଼ ଚାକିରି କରିଛି। ମାସକୁ କୋଟିଏ ଟଙ୍କାର ଦରମା ପାଉଛି। ସବୁ ସମ୍ପତ୍ତି ତା’ର ଦରମା ଟଙ୍କାରେ ହୋଇଛି। ଆମକୁ ଉଦ୍ଦେଶ୍ୟମୂଳକ ଭାବେ ଫସାଇ ଦିଆଯାଉଛି। କିନ୍ତୁ ବାପାଙ୍କର କୋଟିଏ ଟଙ୍କାର ଦରମା କଥାକୁ ଖଣ୍ଡନ କରିଛନ୍ତି ପୁଅ ଆକାଶ। ସବୁ କଥା ସାମ୍ନାକୁ ଆସିବ ଓ କୋର୍ଟକୁ ଜଣାଇବେ ବୋଲି କହିଛନ୍ତି। ମାସକୁ କୋଟିଏ ଟଙ୍କାର ଦରମା କଥାକୁ କେହି ଗ୍ରହଣ କରିପାରୁ ନାହାନ୍ତି। ଅପରପେକ୍ଷ ଏହା ଡାହା ମିଛ ବୋଲି କହିଛି ଭିଜିଲାନ୍ସ। ସେ ଏତେ ଦରମା ପାଉଥିବା ସମ୍ପର୍କରେ ବ୍ୟାଙ୍କ ଆକାଉଣ୍ଟରୁ କୌଣସି ପ୍ରମାଣ ମିଳିନାହିଁ। ଆୟକର ଦାଖଲର ମଧ୍ୟ କୌଣସି ହିସାବ ମିଳି ନାହିଁ। ଆକାଶ ସେମିତି କୌଣସି ଚାକିରି ମଧ୍ୟ କରୁ ନଥିଲେ। ଅଭୟକାନ୍ତ ହଡ଼ପ କରିଥିବା କଳାଧନକୁ ପୁଅକୁ ଦିଅନ୍ତି। ତା’ ପୁଣି ନଗଦ। ଭୁବନେଶ୍ବରରେ ସହିଦନଗର ଓ ନୟାପଲ୍ଲୀରେ ଏଟିଏମ୍ ମାଧ୍ୟମରେ ୮କୋଟି ୪୦ ଲକ୍ଷ ଟଙ୍କା ଜମାରୁ ଏହା ସ୍ପଷ୍ଟ ହୋଇଯାଇଛି।

ସେହିପରି ଆକାଶ ନିଜକୁ ଟାଟା ମୋଟର୍ସ ଏମ୍‌ଡି କହି ଚାକିରି ଦେବା ନାଁରେ ଲକ୍ଷାଧିକ ଟଙ୍କା ଠକେଇ ମଧ୍ୟ କରିଥିଲା। ଏ ନେଇ କ୍ରାଇମବ୍ରାଞ୍ଚରେ ମାମଲା ମଧ୍ୟ ରୁଜୁ ହୋଇଛି। ପୁନେର ଅଫିସ୍‌ ଖୋଲି ଅନଲାଇନ୍‌ରେ ଆକାଶ ଏହି ଠକେଇ କରିଥିଲା। ସେଠାରେ ମ୍ୟାନେଜର ସମେତ କର୍ମଚାରୀମାନଙ୍କୁ ନିଯୁକ୍ତି ଦେଇଥିଲା। ଯାହାକୁ ଭିଜିଲାନ୍ସ ଠାବ କରିଛି। ଏହି ଗୋଟିଏ ନା ଆହୁରି ନକଲି କମ୍ପାନି ଖୋଲି ଆକାଶ ଠକେଇ କରୁଥିଲା, ତାହା ମଧ୍ୟ ସନ୍ଦେହ ପରିସରକୁ ଆସିଛି। କ୍ରାଇମବ୍ରାଞ୍ଚ ଏ ସମ୍ପର୍କରେ ଖୋଳତାଡ଼ କରୁଥିବା ବେଳେ ଆକାଶକୁ ରିମାଣ୍ଡ‌‌‌ରେ ନେଇପାରେ ବୋଲି ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe