ସୋଆର ୨୫ବର୍ଷ ପୂର୍ତ୍ତି ଉପଲକ୍ଷେ ସ୍ୱତନ୍ତ୍ର ଡାକଟିକଟ ‘ମାଇଁ ଷ୍ଟାମ୍ପ’ ଉନ୍ମୋଚିତ

Advertisment
ସୋଆର ୨୫ବର୍ଷ ପୂର୍ତ୍ତି ଉପଲକ୍ଷେ ସ୍ୱତନ୍ତ୍ର ଡାକଟିକଟ ‘ମାଇଁ ଷ୍ଟାମ୍ପ’ ଉନ୍ମୋଚିତ

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ୨୫ବର୍ଷ ପୂର୍ତ୍ତି ଅବସରରେ ଏକ ସ୍ୱତନ୍ତ୍ର ଡାକଟିକଟ ‘ମାଇଁ ଷ୍ଟାମ୍ପ’ ଏହାର ପ୍ରତିଷ୍ଠାତା ସଭାପତି ମନୋଜ ରଞ୍ଜନ ନାୟକଙ୍କ ଦ୍ୱାରା ଶୁକ୍ରବାର ଉନ୍ମୋଚିତ ହୋଇଯାଇଛି। ୫ଟଙ୍କା ମୂଲ୍ୟର ଏହି ଡାକଟିକଟରେ ଉଭୟ ସୋଆର ଲୋଗୋ ଏବଂ କୋଣାର୍କ ସୂର୍ଯ୍ୟମନ୍ଦିରର ଚିତ୍ର ରହିଛି। ଷ୍ଟାମ୍ପଟିକୁ ଉନ୍ମୋଚନ କରିବା ସମୟରେ ଏହାକୁ ଅତ୍ୟନ୍ତ ଖୁସିର ମୁହୂର୍ତ ବୋଲି ଶ୍ରୀ ନାୟକ ବର୍ଣ୍ଣନା କରିବା ସହ ଦେଶର ଶିକ୍ଷା ଏବଂ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ନିଜକୁ ଉତ୍ସର୍ଗୀକୃତ କରିବାକୁ ସୋଆର କାର୍ଯ୍ୟରତ ସହଯୋଗୀମାନଙ୍କୁ ସେ ଅନୁରୋଧ କରିଥିଲେ।

କାର୍ଯ୍ୟକ୍ରମରେ ସୋଆ କୁଳପତି ପ୍ରଫେସର୍‌ ଅଶୋକ କୁମାର ମହାପାତ୍ର, ଉପକୁଳପତି ପ୍ରଫେସର୍‌ ପ୍ରଦୀପ୍ତ କୁମାର ନନ୍ଦ, ରେଜିଷ୍ଟ୍ରାର ପ୍ରଫେସର୍‌ ବିଭୂତି ଭୂଷଣ ପ୍ରଧାନ, ପ୍ରତିଷ୍ଠାତା ସଦସ୍ୟା କୁମାରୀ ଉପାସନା ନାୟକ, ଛାତ୍ରମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତିରଞ୍ଜନ ଦାସ, ଆଇଟିଇଆର୍ ଡିନ୍ ପ୍ରଫେସର୍‌ ପି.କେ ସାହୁ, ଆଇଡିଏସ୍ ଡିନ୍ ପ୍ରଫେସର୍‌ ନୀତା ମହାନ୍ତି, ଫାଇନାନ୍ସ ଅଫିସର୍‌ ସରୋଜକାନ୍ତ ସାମଲ୍‌, ଜଏଣ୍ଟ ରେଜିଷ୍ଟ୍ରାର ଡ. ଶଶାଙ୍କ ଶେଖର ମିଶ୍ର, ୟୁନିଭର୍ସିଟି ଆଉଟ୍‌ରିଚ୍ ପ୍ରୋଗ୍ରାମ୍ ନିର୍ଦ୍ଦେଶକ ପ୍ରଫେସର୍‌ ନଚିକେତା କେ. ଶର୍ମା, ଡିଜିଏମ୍ ମେନ୍‌ଟେନାନ୍ସ ବିବେକ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe