ଫିଟୁନି ରାଇମୋହନଙ୍କ ମୃତ୍ୟୁ ରହସ୍ୟ: ସାମ୍ନାକୁ ଆସିଲା ହୋଟେଲ୍‌ ଭିଡିଓ, ଆଜି ଆସିବ ବ୍ୟବଚ୍ଛେଦ ରିପୋର୍ଟ

ଘର ସିସିଟିଭି ଫୁଟେଜ୍‌ ଯାଞ୍ଚ କରୁଛି ପୁଲିସ

ବଢୁଛି ଆତ୍ମହତ୍ୟା ପ୍ରବଣତା: ଶୁଣନ୍ତୁ ନିଜ ପରିଜନଙ୍କ କ୍ରାଏ ଫର ହେଲ୍ପର ସଙ୍କେତ, ନିଅନ୍ତୁ କାଉନସିଲରଙ୍କ ପରାମର୍ଶ

Hindustan Times

ଭୁବନେଶ୍ବର : ଲୋକପ୍ରିୟ ଖଳନାୟକ ରାଇମୋହନ ପରିଡ଼ାଙ୍କ ମୃତ୍ୟୁକୁ ୩ଦିନ ବିତିଯାଇଥିଲେ ବି ଘଟଣା ଏବେ ବି ରହସ୍ୟ ହୋଇ ରହିଛି। ସେ ଆତ୍ମହତ୍ୟା କରିଥିବା କୁହାଯାଉ ଥିଲେ ବି ପୁଲିସ ମୃତଦେହକୁ ସନ୍ଦେହଜନକ ସ୍ଥିତିରେ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରିଥିଲା। କାରଣ ପରିବାରର କେହି ବି ଜଣେ ହେଲେ ନଥିବା ବେଳେ ଘର କବାଟ ଖୋଲା ରହିବା। ମୋବାଇଲ୍‌ ହ୍ବାଟ୍ସଆପ୍‌ରୁ ପରିବାରବର୍ଗଙ୍କୁ ମେସେଜ୍‌ କରିବା। ପାରିପାର୍ଶ୍ବିକ ସ୍ଥିତିକୁ ଦେଖିଲେ ତାଙ୍କ ସମର୍ଥକଙ୍କ ଠାରୁ ଆରମ୍ଭ କରି ସାଧାରଣ ଲୋକ ଏହାକୁ କେହି ସହଜରେ ଗ୍ରହଣ କରିପାରୁ ନାହାନ୍ତି। ଯାହାକୁ ନେଇ ଆତ୍ମହତ୍ୟା ପଛର କାରଣ ରହସ୍ୟମୟ ହେବାରେ ଲାଗିଛି। ସୋମବାର ବ୍ୟବଚ୍ଛେଦ ରିପୋର୍ଟ ଆସିବ ବୋଲି କୁହାଯାଉଛି। ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ରହସ୍ୟ ଉପରୁ ପର୍ଦା ହଟିପାରେ।

ଏସବୁ ରହସ୍ୟ ଭିତରେ ଆଉ ଏକ ଦିଗ ସାମ୍ନାକୁ ଆସିଛି। ରାଇମୋହନ ଏକ ହୋଟେଲ୍‌କୁ ଯାଇ ଖାଦ୍ୟ ପାର୍ସଲ ଆଣୁଥିବାର ଦୃଶ୍ୟ ଭାଇରାଲ୍‌ ହୋଇଛି।  ଆଉ ଏହା ତାଙ୍କର ଶେଷ ଭିଡିଓ ବୋଲି କୁହାଯାଉଛି। ଯେଉଁଥିରେ ସେ ଆଖିରେ କଳା ଚଷମା ଓ ଜିନ୍ସ ପ୍ୟାଣ୍ଟ ସହ ଧଳା ଗଞ୍ଜି ପିନ୍ଧି ଭିତରକୁ ପ୍ରବେଶ କରୁଛନ୍ତି। ହୋଟେଲରେ ପହଞ୍ଚିବା ପରେ ସାଧାରଣ ଲୋକଙ୍କ ଭଳି ଧାଡ଼ିରେ ଛିଡା ହୋଇ ଖାଇବା ଅର୍ଡର ଦେଉଛନ୍ତି। ଆଉ ଖାଇବା ପ୍ରସ୍ତୁତ ସମୟରେ ଲୋକଙ୍କ ସହ କଥାବାର୍ତା ହେଉଛନ୍ତି। ହୋଟେଲକୁ ଖାଦ୍ୟ ଆଣିବାକୁ ଯାଇଥିବା ବେଳରେ ଭିଡିଓ ଦେଖିଲେ ବିଶ୍ୱାସ କରିହେଉ ନାହିଁ, ଏତେ ସାଦାସିଧା ମଣିଷ ଆତ୍ମହତ୍ୟା କରିଦେଇପାରେ। କାହିଁକି ଏଭଳି ଚରମ ନିଷ୍ପତ୍ତି ନେଲେ? ଆତ୍ମହତ୍ୟାକୁ ନେଇ ଲୋକଙ୍କ ମନରେ ଅନେକ ଅସମାହିତ ପ୍ରଶ୍ନ ଏବେ ବି ରହିଛି। କୁହାଯାଉଛି, ୮ରୁ ୧୦ଦିନ ତଳେ ପୁଲିସ ରାଇମୋହନଙ୍କ ଘରକୁ ଆସିଥିଲା। କେଉଁ କାରଣ ପାଇଁ ପୁଲିସ ତାଙ୍କ ଘରକୁ ଯାଇଥିଲା? ପୁଲିସକୁ ନେଇ ରାଇମୋହନ ଚାପରେ ନଥିଲେ ତ? ପାରିବାରିକ କଳହ ନା ଆଉ କିଛି କାରଣ ପାଇଁ ଜୀବନ ହାରିଲେ? ଏଭଳି କିଛି ପ୍ରଶ୍ନ ସମସ୍ତଙ୍କ ମନରେ ଉଙ୍କି ମାରୁଛି।

ଅନ୍ୟ ଦିଗକୁ ନେଇ ମଧ୍ୟ ପୁଲିସ ଖୋଳତାଡ଼ ଆରମ୍ଭ କରିଛି। ପୁଲିସ ତାଙ୍କ ଘରର ସିସିଟିଭି ଫୁଟେଜ୍‌କୁ ଯାଞ୍ଚ କରୁଛି। ଯେହେତୁ ସେ ଘରେ ଏକା ଝୁଲନ୍ତା ଅବସ୍ଥାରେ ରହିଥିଲେ। ଆଉ କବାଟ ଖୋଲା ଥିଲା। ପ୍ରଥମେ କିଏ ଆସିଥିଲା? କେଉଁମାନେ ତାଙ୍କୁ ଉଦ୍ଧାର କରିଥିଲେ? ଏହାଛଡ଼ା ସପ୍ତାହକ ମଧ୍ୟରେ କେଉଁମାନେ ରାଇମୋହନଙ୍କ ପାଖକୁ ଆସିଥିଲେ। ସିସିଟିଭି ଫୁଟେଜ୍‌ର ସମସ୍ତ ଦୃଶ୍ୟକୁ ପୁଲିସ ତନ୍ନତନ୍ନ କରି ଯାଞ୍ଚ କରୁଛି। ଯେଉଁମାନଙ୍କ ଉପରେ ସନ୍ଦେହ ହେବ ସେମାନଙ୍କୁ ତଦନ୍ତ ପରିସରଭୁକ୍ତ କରାଯିବ ବୋଲି ଜଣାପଡ଼ିଛି। ସେହିପରି ସିଡିଆର ରିପୋର୍ଟର ବି ଯାଞ୍ଚ କରାଯାଉଛି। ରାଇମୋହନ କେଉଁମାନଙ୍କୁ କଲ୍‌ କରିଥିଲେ? ତାଙ୍କୁ କିଏ କଲ୍‌ କରିଥିଲା? କାହା ସହ ଅଧିକ ସମୟ କଥା ହୋଇଥିଲେ? ହ୍ବାଟ୍ସଆପ୍‌ରେ କିଏ କିଏ କଥା ହୋଇଥିଲେ? ସମସ୍ତ ଦିଗ ଉପରେ ପୁଲିସ ତଦନ୍ତ କରୁଛି। ରାଇଙ୍କ ମୋବାଇଲ୍‌ ସହ ପରିବାରର କେତେଜଣ ସଦସ୍ୟଙ୍କ ମୋବାଇଲ୍‌କୁ ଯାଞ୍ଚ ପାଇଁ ଫରେନ୍‌ସିକ୍‌ ଲ୍ୟାବ୍‌କୁ ପଠାଯାଇଛି। ଶନିବାର ପୁଲିସ ତାଙ୍କ ପତ୍ନୀ, ଦୁଇ ଝିଅ ଏବଂ ଡ୍ରାଇଭରକୁ ମାରାଥନ ଜେରା କରିଥିଲା। ସୋମବାର ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ରିପୋର୍ଟକୁ ଆଧାର କରି ଦରକାର ପଡ଼ିଲେ ପୁଣି ଜେରା କରାଯାଇପାରେ ବୋଲି ପୁଲିସ କହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe