ପିଚୁକୁଳିରେ ନବନିର୍ମାଣ କୃଷକ ସଙ୍ଗଠନର ବୈଠକ

Advertisment
ପିଚୁକୁଳିରେ ନବନିର୍ମାଣ କୃଷକ ସଙ୍ଗଠନର ବୈଠକ

ବୋଲଗଡ଼ : ପିଚୁକୁଳି ରଙ୍ଗ କାରଖାନାଠାରେ ନବନିର୍ମାଣ କୃଷକ ସଙ୍ଗଠନର ଏକ ପ୍ରସ୍ତୁତି ବୈଠକ ଖୋର୍ଧା ଜିଲ୍ଲା ସଂଯୋଜକ ସୁରେଶ ଚନ୍ଦ୍ର ମାନସିଂହଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ସଙ୍ଗଠନର ରାଜ୍ୟ ସଂଯୋଜକ ଶେଷଦେବ ନନ୍ଦ ଯୋଗଦେଇ ସରକାର ଚାଷୀମାନଙ୍କୁ ପ୍ରାଇସ୍‌, ପ୍ରେଷ୍ଟିଜ୍‌ ଓ ପେନସନ୍‌ ଯୋଗାଇଦେବା ପାଇଁ ଦାବି କରିଥିଲେ। ଚାଷୀମାନଙ୍କ ଏହି ୩ଟି ଦାବି ସଂପର୍କରେ ସରକାରଙ୍କୁ ଚେତାଇଦେବା ପାଇଁ ମାର୍ଚ୍ଚ ୧୨ ତାରିଖରୁ ବିଧାନସଭା ସମ୍ମୁଖରେ ଚାଷୀମାନେ ଜିଲ୍ଲାଓ୍ଵାରୀ ଏକଜୁଟ୍‌ ହୋଇ ଆନ୍ଦୋଳନ କରିବେ। ଏହି ପରିପ୍ରେକ୍ଷୀରେ ମାର୍ଚ୍ଚ ୧୭ ‘ଭୁବନେଶ୍ୱର ଚାଲ’ କାର୍ଯ୍ୟକ୍ରମକୁ ଖୋର୍ଧା ଜିଲ୍ଲା ଚାଷୀମାନେ ସଫଳ କରିବା ପାଇଁ ଶ୍ରୀ ନନ୍ଦ ଆହ୍ଵାନ ଦେଇଥିଲେ। ବୈଠକରେ ବୋଲଗଡ଼ ବ୍ଲକରୁ ହଜାର ହଜାର ଚାଷୀ ଯୋଗଦେବା ପାଇଁ ନିଷ୍ପତ୍ତି ନିଆଯାଇଥିଲା। ସେହିପରି କେନ୍ଦ୍ର ସରକାରଙ୍କ ଚାଷୀମାନଙ୍କ ପ୍ରତି ଅବିଚାର ନେଇ ଉପସ୍ଥିତ ବୈଠକରେ ଚାଷୀମାନେ ପ୍ରତିବାଦ ଜଣାଇଥିଲେ। ସଭାରେ କୃପାସିନ୍ଧୁ ଖଟେଇ, ବାଲ୍ମୀକି ବଳିୟାରସିଂହ, ସୁବାସ ଚନ୍ଦ୍ର ମିଶ୍ର, କାହ୍ନ ନାୟକ, ଆନନ୍ଦ ସାହୁ ଓ ହାଡୁବନ୍ଧୁ ନାୟକ ପ୍ରମୁଖ ଶତାଧିକ ଚାଷୀ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe