୪‌ରେ ମଞ୍ଚସ୍ଥ ହେବ ‘ନବକଳେବର’

୪‌ରେ ମଞ୍ଚସ୍ଥ ହେବ ‘ନବକଳେବର’

ଭୁବନେଶ୍ବର: ସାଇଶ୍ରଦ୍ଧା ପ୍ରଡକ୍ସନ ଟ୍ରଷ୍ଟ ପକ୍ଷରୁ ଆସନ୍ତା ୪ ତାରିଖରେ ରବୀନ୍ଦ୍ର ମଣ୍ଡପରେ ନାଟକ ‘ନବକଳେବର’ ପରିବେଷଣ ହେବ। ଓଡ଼ିଆ ସଂସ୍କୃତିର ମୂଳପିଣ୍ଡ ଶ୍ରୀଜଗନ୍ନାଥଙ୍କୁ ଉତ୍ସର୍ଗୀକୃତ ଏହି ନାଟକ ୩ ଦିନ ଧରି ରବୀନ୍ଦ୍ର ମଣ୍ଡପରେ ପରିବେଷଣ ହେବ। ଆଜି ପୂର୍ବାହ୍ନରେ ରସୁଲଗଡ଼ସ୍ଥିତ ହୋଟେଲ ଉର୍ମିରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ଟ୍ରଷ୍ଟ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଏହାର ନାଟ୍ୟକ‌ାର ଶଙ୍କର ତ୍ରିପାଠୀ ରହିଥିବା ବେଳେ ନିର୍ଦ୍ଦେଶକ ରହିଛନ୍ତି ଧୀର ମଲ୍ଲିକ।

ନାଟକ ସନ୍ଧ୍ୟା ସାଢ଼େ ୬ଟାରୁ ଆରମ୍ଭ ହେବ ବୋଲି ପ୍ରଯୋଜିକା ତଥା ସାଇଶ୍ରଦ୍ଧା ପ୍ରଡକ୍ସନ ଟ୍ରଷ୍ଟର ପରିଚାଳନା ନିର୍ଦ୍ଦେଶିକା ବିନି ସାମଲ ସୂଚନା ଦେଇଛନ୍ତି। ଏଥି‌‌ରେ କିଶୋର ଖଣ୍ଡୁଆଳ, ଉଷାଶ୍ରୀ ମିଶ୍ର, ଅଖିଳ ପଟ୍ଟନାୟକ, ଉମା ଭଟ୍ଟଚାର୍ଯ୍ୟ ପ୍ରମୁଖ ବିଭିନ୍ନ ଭୂମିକାରେ ଅଭିନୟ କରିବେ। ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ବହୁ ସାଂସଦ, ବିଧାୟକ ଓ ପ୍ରଶାସନିକ ଅଧିକାରୀ ଉପସ୍ଥିତ ରହିବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe