ନବନିର୍ମାଣ କୃଷକ ସଂଗଠନର ଚକାବନ୍ଦ ଆନ୍ଦୋଳନ

Advertisment
ନବନିର୍ମାଣ କୃଷକ ସଂଗଠନର ଚକାବନ୍ଦ ଆନ୍ଦୋଳନ

ଭୁବନେଶ୍ୱର: କେନ୍ଦ୍ର ସରକାରଙ୍କ ନୂତନ କୃଷି ନୀତି ଉଭୟ କୃଷି ଓ କୃଷକ ବିରୋଧୀ ବୋଲି ଅଭି‌ଯୋଗ କରି ନବନର୍ମାଣ କୃଷକ ସଂଗଠନ ଆଜି ବିକ୍ଷୋଭ ପ୍ରଦର୍ଶନ କରିଥିଲା। କଟକ-ଭୁବନେଶ୍ବର ଜାତୀୟ ରାଜପଥର ହାଇଟେକ୍‌ ଛକଠାରେ ଚକାବନ୍ଦ ଆନ୍ଦୋଳନ କରିଥିଲା। ସଂଗଠନର ଶତାଧିକ କର୍ମୀ ରାସ୍ତା ଅବରୋଧ କରିବାରୁ ପୁଲିସ୍‌ ସେମାନଙ୍କୁ ଉଠାଇ ନେଇଥିଲା।ସଂଗଠନ ଅଭିଯୋଗ ଅଭିଯୋଗ ମୁତାବକ, ପ୍ରଧାନମନ୍ତ୍ରୀ କୃଷକଙ୍କୁ ଚରମ ଅବହେଳା କରିଛନ୍ତି। କୃଷକ ବିରୋଧୀ କୃଷି ବିଲ୍‌ ଆଣି ଚାଷର ସର୍ବନାଶ କରିଛନ୍ତି। ଏହାଛଡ଼ା ହୁ ହୁ ହୋଇ ଅତ୍ୟାବଶ୍ୟକ ସାମଗ୍ରୀର ଦର ବଢ଼ୁଥିଲେ ମଧ୍ୟ ସରକାର ହାତ ବାନ୍ଧି ବସିଛନ୍ତି। ସେହିଭଳି ରିଲିଫ୍‌ କୋଡ୍‌ ସଂଶୋଧନ ହେବା ଜରୁରୀ ବୋଲି ସଂଗଠନ ଦାବି କରିଛି। ଏହାକୁ ସଂଶୋଧନ କରାଯାଇ ଧାନ ଏକର ପିଛା ୧୫ ହଜାର କ୍ଷତିପୂରଣ ଦେବା ପାଇଁ ଦାବି ହୋଇଛି। ସଂଗଠନର ରାଷ୍ଟ୍ରୀୟ ସଂଯୋଜକ ଅକ୍ଷୟ କୁମାରଙ୍କ ନେତୃତ୍ବରେ ରାଜ୍ୟ ସଂଯୋଜକ ଶେଷଦେବ ନନ୍ଦ, ସହ ସଂଯୋଜକ ଉମାକାନ୍ତ ରାଉତ, ଯୁବ ଛାତ୍ର ସଭାପତି ମନୱର ଅଲ୍ଲୀ, ଶୁଭେନ୍ଦୁ ମଲ୍ଲିକ, ସଂଗ୍ରାମ କିଶୋର, ଭରତ ସ୍ବାଇଁ, ଗୋବିନ୍ଦ ମହାପାତ୍ର, ସୁବାସ ଚନ୍ଦ୍ର, ମହେଶ୍ବର ଜେନା, ଦୁର୍ଗାପ୍ରସାଦ ଦାଶ, ରାଜନାରାୟଣ ଜେନା, ଅଶ୍ବିନୀ ଜେନା, ସୁରେଶ ଚନ୍ଦ୍ର ମାନସିଂ, ଜୟନ୍ତ ତ୍ରିପାଠୀ, ପ୍ରଶାନ୍ତ ଲେଙ୍କା, ମଦନ ସାହୁ, ରଣଜିତ ଦଳବେହେରା ପ୍ରମୁଖ ଏଥିରେ ସାମିଲ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe