ଲିଙ୍ଗରାଜଙ୍କ ଶକ୍ତି ଉପରେ ନାଗରାଜ

Advertisment

ଆଜି ଲିଙ୍ଗରାଜ ମନ୍ଦିର ଗର୍ଭଗୃହରେ ଏକ ବିଚିତ୍ର ଘଟଣା ଘଟିଲା। ସକାଳଧୂପ ବେଶ ପରେ ସାହାଣମେଲା ଦର୍ଶନ ବେଳେ ଏକ ନାଗସାପ ବାହାରିଥିଲା। ପରମ୍ପରା ଅନୁଯାୟୀ ମହାପ୍ରଭୁ ଲିଙ୍ଗରାଜ କାର୍ତ୍ତିକ ମାସ ପାଇଁ ରାଜବେଶ ଧାରଣ କରିଥିଲେ।

ଆଜି ଲିଙ୍ଗରାଜ ମନ୍ଦିର ଗର୍ଭଗୃହରେ ଏକ ବିଚିତ୍ର ଘଟଣା ଘଟିଲା। ସକାଳଧୂପ ବେଶ ପରେ ସାହାଣମେଲା ଦର୍ଶନ ବେଳେ ଏକ ନାଗସାପ ବାହାରିଥିଲା। ପରମ୍ପରା ଅନୁଯାୟୀ ମହାପ୍ରଭୁ ଲିଙ୍ଗରାଜ କାର୍ତ୍ତିକ ମାସ ପାଇଁ ରାଜବେଶ ଧାରଣ କରିଥିଲେ।

sfssfsffssf

ପୁରୁଣା ଭୁବନେଶ୍ୱର: ଆଜି ଲିଙ୍ଗରାଜ ମନ୍ଦିର ଗର୍ଭଗୃହରେ ଏକ ବିଚିତ୍ର ଘଟଣା ଘଟିଲା। ସକାଳଧୂପ ବେଶ ପରେ ସାହାଣମେଲା ଦର୍ଶନ ବେଳେ ଏକ ନାଗସାପ ବାହାରିଥିଲା। ପରମ୍ପରା ଅନୁଯାୟୀ ମହାପ୍ରଭୁ ଲିଙ୍ଗରାଜ କାର୍ତ୍ତିକ ମାସ ପାଇଁ ରାଜବେଶ ଧାରଣ କରିଥିଲେ। ସେତେବେଳେ କେଉଁଠୁ କେଜାଣି ପ୍ରାୟ ଦେଢ଼ଫୁଟ ଲମ୍ବର ଏକ ଜୀବନ୍ତ ନାଗ ଆସି ମହାପ୍ରଭୁଙ୍କ ଶ୍ରୀଛାମୁ ଉପରେ ଉଭା ହୋଇଥିଲା। ନାଗଟି ମହାପ୍ରଭୁଙ୍କ ଶ୍ରୀମୁଖ ଉପରେ ଚଢ଼ି ତାଙ୍କ ମଥାରେ ଥିବା ଚନ୍ଦ୍ର ଉପରେ ବସି ରହିଲା। 

କିଛି ସେବାୟତଙ୍କ କହିବା ଅନୁଯାୟୀ, ପୂର୍ବରୁ ମହାପ୍ରଭୁଙ୍କର ଏହି ରାଜବେଶ ସମୟରେ ସୁଦୃଶ୍ୟ ରୂପାର ନାଗ ଲାଗି ହେଉଥିଲେ। ଯାହା ଏହି ବେଶକୁ ଆହୁରି ସୁନ୍ଦର କରି ଦେଉଥିଲା। ସେ ପରମ୍ପରା ଆଉ ନିୟମିତ ଅନୁସରଣ କରାଯାଉନାହିଁ। ତେବେ ଆଜି ଜୀବନ୍ତ ନାଗ ଦେଖିବାକୁ ମିଳିଥିଲା। ଆଜି ଅପରାହ୍ଣ ପ୍ରାୟ ସାଢେ ୨ଟା ସମୟରେ ବେଶ୍ କିଛି ସମୟଧରି ମହାପ୍ରଭୁଙ୍କ ଉପରେ ନାଗଟି ରହିଥିଲା। ନାଗଛୁଆ ଉପରେ ଯେତେବେଳେ ପାଳିଆ ସେବାୟତଙ୍କ ନଜରରେ ପଡିଲା, ସମସ୍ତେ ଆଶ୍ଚର୍ଯ୍ୟ ହୋଇଥିଲେ। ଉପସ୍ଥିତ ଅନେକ ଶ୍ରଦ୍ଧାଳୁ ଓ ତୀର୍ଥଯାତ୍ରୀ ମଧ୍ୟ ଏ ଦୃଶ୍ୟ ଦେଖିଥିଲେ। ସେମାନେ ଭାଗ୍ୟବାନ ବିଚାର କରିଥିଲେ। ନାଗର ଉପସ୍ଥିତି ସଂପର୍କରେ ନିଶ୍ଚିତ ହେବାପରେ ଗର୍ଭଗୃହରୁ ସମସ୍ତଙ୍କୁ ବାହାର କରାଯାଇଥିଲା। ନାଗଛୁଆକୁ ସେବାୟତମାନେ ଏକ ଜାରି ସାହାଯ୍ୟରେ ଉଦ୍ଧାର କରି ମନ୍ଦିର ବେଢ଼ାରେ ଛାଡ଼ିଥିଲେ। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe