ଦେଶୀ ମଦ ପଛରେ ପଡ଼ିଛି ଅବକାରୀ ବିଭାଗ : ଡ୍ୟାନ୍ସ ବାର୍‌ରେ ଚାଲିଛି ଉଲଗ୍ନ ନୃତ୍ୟ

ଡାନ୍ସ ବାର୍‌‌‌ରେ ଚଢ଼ଉ, ୫ ବଙ୍ଗୀୟ ଯୁବତୀ ଉଦ୍ଧାର

ଭୁବନେଶ୍ୱର: କେଉଁଠି କେତେବେଳେ ଦେଶୀ ମଦ ତ କେତେବେଳେ ବସ୍ତିରେ ରନ୍ଧା ମଦ କାରଖାନା ଉପରେ ଚଢ଼ଉ କରି ଅବକାରୀ ବିଭାଗ ବାହାବା ନେଉଛି। ଏଣେ ରାଜଧାନୀରେ ବାର୍‌ଗୁଡ଼ିକରେ ଯୁବତୀମାନେ ଖୁଲମ୍‌ଖୁଲା ଅଶ୍ଳୀଳ ନୃତ୍ୟ ପ୍ରଦର୍ଶନ କରୁଛନ୍ତି। କିନ୍ତୁ ଅବକାରୀ ବିଭାଗ ଏହି ଡ୍ୟାନ୍ସ ବାର୍‌ ଉପରେ ଚଢ଼ଉ କରିବାରେ ପଛଘୁଞ୍ଚା ଦେଉଛି। ନିୟମ ରହିଛି କୌଣସି ବି ବାର୍‌ରେ ଯୁବତୀମାନେ ନୃତ୍ୟ କରି ପାରିବେ ନାହିଁ। ଅବକାରୀ ବିଭାଗରେ ହିଁ ଏଭଳି କଡ଼ା ଗାଇଡ ଲାଇନ୍‌ ଅଛି। ହେଲେ ବିଭାଗ ନିଜ ଗାଇଡ୍‌ ଲାଇନ୍‌କୁ କେବେ ବି ପାଳନ କରୁନାହିଁ। ଅନ୍ୟପକ୍ଷରେ କେବଳ ଲକ୍ଷ୍ମୀସାଗର ଥାନା ଅଧୀନ କାହିଁକି ରାଜଧାନୀରେ ଏବେ ଛତୁ ଫୁଟିଲା ଭଳି ଡ୍ୟାନ୍ସ ବାର୍‌ ଖୋଲିଛି। ଜନପଥ, ଅଶୋକନଗର, ବାପୁଜୀନଗର, ନୂଆପଲ୍ଲୀ, ଚନ୍ଦ୍ରଶେଖରପୁର, ଖଣ୍ଡଗିରି ଆଦି ଅଞ୍ଚଳରେ ଏବେ ମାଳମାଳ ଡ୍ୟାନ୍ସ ବାର ଖୋଲିଛି। ଯେଉଁଠି ଯୁବତୀମାନେ ଟଙ୍କା ନେଇ ଅଶ୍ଳୀଳ ନୃତ୍ୟ କରୁଛନ୍ତି। କିନ୍ତୁ ଅବକାରୀ ବିଭାଗ ଏସବୁ ଦେଖି ଚୁପ୍‌ ହୋଇ ବସି ରହିଛି। କମିସନରେଟ୍‌ ପୁଲିସର ଜଣେ ବରିଷ୍ଠ ପୁଲିସ ଅଧିକାରୀଙ୍କ କହିବା ଅନୁଯାୟୀ, ପୁଲିସ ବିଭାଗ କେବଳ ଗୀତ ବୋଲିବା ପାଇଁ ଅନୁମତି ପ୍ରଦାନ କରିଥାନ୍ତି। ଅନ୍ୟ ଅନୁମତି ସବୁ ଅବକାରୀ ବିଭାଗ ପ୍ରଦାନ କରିଥାଏ। ଅବକାରୀ ବିଭାଗର ନିୟମ ଅନୁଯାୟୀ କୌଣସି ବାର୍‌ରେ ଯୁବତୀ ବା ମହିଳା କାମ କରି ପାରିବେ ନାହିଁ। ହେଲେ ବିଭାଗ ଏହା ଜାଣିଥିଲେ ମଧ୍ୟ କେବେ ବି ଚଢ଼ଉ କରୁନାହିଁ। ଏହା ପଛରେ ଅନ୍ୟ କିଛି କାରଣ ରହିଛି କି ବୋଲି ସାଧାରଣରେ ପ୍ରଶ୍ନ ଉଠୁଛିି।

ପେଣ୍ଟାଗନ୍‌ ବାର୍‌ ଲାଇସେନ୍ସ ରଦ୍ଦ ପାଇଁ ଅବକାରୀକୁ ଚିଠି ଲେଖିଲା ପୁଲିସ
ବୁଧବାର ବିଳମ୍ବିତ ରାତିରେ ସ୍ପେସାଲ ସ୍କ୍ଵାଡ୍‌ ଓ ଲକ୍ଷ୍ମୀସାଗର ଥାନା ପୁଲିସ ମିଳିତ ଚଢ଼ଉ କରି କଟକ ରୋଡ୍‌ସ୍ଥିତ ହୋଟେଲ ପେଣ୍ଟାଗନ୍‌ରୁ ୧୦ଜଣ ଅଣଓଡ଼ିଆ ଯୁବତୀଙ୍କୁ ଉଦ୍ଧାର କରିଥିଲା। ବାର୍‌ର ମ୍ୟାନେଜର୍‌ ସନ୍ଦୀପ ଦାସଙ୍କୁ ପୁଲିସ ଥାନାରେ ଅଟକ ରଖିଥିଲା। ଆଜି ଉଦ୍ଧାର ହୋଇଥିବା ଯୁବତୀଙ୍କ ପରିଚୟପତ୍ର ଯାଞ୍ଚକରି ପୁଲିସ ସେମାନଙ୍କୁ ଘରକୁ ପଠାଇଛି। ସେମାନେ ପଞ୍ଜାବ, ଗୁଜୁରାଟ ଓ ପଶ୍ଚିମବଙ୍ଗ ଅଞ୍ଚଳର ବୋଲି ପୁଲିସ କହିଛି। ବାରମ୍ବାର ଏହି ହୋଟେଲ ବିରୋଧରେ ଅଭିଯୋଗ ହେଉଥିବାରୁ ପୁଲିସ ଏହାର ଲାଇସେନ୍ସ ରଦ୍ଦ ପାଇଁ ଅବକାରୀ ବିଭାଗକୁ ଚିଠି ଲେଖିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe