ନାବାଳିକାଙ୍କ ନଗ୍ନ ଭିଡିଓ ଭାଇରାଲ୍‌, ଯୁବକ ଗିରଫ

Advertisment
ନାବାଳିକାଙ୍କ ନଗ୍ନ ଭିଡିଓ ଭାଇରାଲ୍‌, ଯୁବକ ଗିରଫ

ABP LIVE - ABP News

ଭୁବନେଶ୍ବର: ଫେସ୍‌ବୁକ୍‌ରେ ନାବାଳିକାଙ୍କ ସହ ସାଙ୍ଗ ହେଲା। ପ୍ରେମ ପାଲରେ ପକାଇଲା। ଶାରୀରିକ ସମ୍ପର୍କ ନରଖିବାରୁ ନାବାଳିକାଙ୍କ ନଗ୍ନ ଭିଡିଓ ଭାଇରାଲ କଲା। ଏଭଳି କାଣ୍ଡ ଘଟାଇଥିବା ଜଣେ ଯୁବକକୁ ସାଇବର ଥାନା ପୁଲିସ ଗିରଫ କରିଛି। ସେ ହେଲା, ଗଞ୍ଜାମ ଜିଲ୍ଲା ଛତ୍ରପୁର ଅଞ୍ଚଳର ପପନ ସାହୁ।

ସୂଚନା ମୁତାବକ, କିଛିଦିନ ତଳେ କେନ୍ଦୁଝର ଜିଲ୍ଲାର ଜଣେ ଯୁବତୀଙ୍କ ସହ ପପନର ଫେସ୍‌ବୁକରେ ବନ୍ଧୁତା‌ ହୋଇଥିଲା। ଧୀରେ ଧୀରେ ଉଭୟଙ୍କ ସମ୍ପର୍କ ନିବିଡ଼ ହେବାରୁ ନମ୍ବର ଦିଆନିଆ ହୋଇଥିଲା। ଫୋନ୍‌ରେ କଥାବାର୍ତ୍ତା ସହ ଭିଡିଓ କଲ୍‌, ଚାଟିଂ କରିଥିଲେ। ଭିଡିଓ କଲ୍‌ରେ ଉଭୟ ଅଶ୍ଳୀଳ ଚାଟିଂ କରିଥିଲେ। ତେବେ ପପନ ସୁଯୋଗ ପାଇ ନାବାଳିକାଙ୍କ ନଗ୍ନ ଭିଡିଓର ସ୍କ୍ରିନ୍‌ ରେକର୍ଡିଂ କରିଥିଲା। ନାବାଳିକା ଭୁବନେଶ୍ବର ଆସିଥିବା ବେଳେ ତାଙ୍କୁ ସେ ଗଞ୍ଜାମ ଡାକିଥିଲା। ହେଲେ ନାବାଳିକା ରାଜି ନହେବାରୁ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା।

ପପନ ଫେକ ଆଇଡି ଖୋଲି ଫେସବୁକ୍‌ରେ କେତେକ ନଗ୍ନଫଟୋ ଭାଇରାଲ କରିଥିଲା। ଏନେଇ ନାବାଳିକାଙ୍କ ପରିବାର ସାଇବର ଥାନାରେ ଅଭିଯୋଗ ପରେ ପୁଲିସ ଏକ ମାମଲା ରୁଜୁକରି ଘଟଣାର ତଦନ୍ତ ଜାରି ରଖିଥିଲ। ନମ୍ବର ଟ୍ରାକିଂ କରି ଗତକାଲି ରାତିରେ କମିସନରେଟ୍‌ ପୁଲିସର ଏକ ଟିମ୍‌ ଛତ୍ରପୁରସ୍ଥିତ ପପନ ଘରେ ଚଢ଼ଉ କରି ତାକୁ ଗିରଫ କରିଥିଲା। ଆଜି ଥାନାକୁ ଆଣି ପଚରାଉଚରା କରିବା ପରେ କୋର୍ଟ ଚାଲାଣ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe