ଉଲଗ୍ନ କରି ନାବାଳିକାଙ୍କ ଭିଡିଓ ସୁଟିଂ, ଜଣେ ଅଟକ

Advertisment
ଅତିରିକ୍ତ ତହସିଲଦାରଙ୍କ ଗାଡ଼ିକୁ ପିଛା କରି ଯୁବକ ଅଟକ

image source-nayalook.com

ପୁରୀ : ରାସ୍ତାରେ ଯାଉଥିବା ଜନୈକା ନାବାଳିକାଙ୍କୁ ତାଙ୍କ ଭାଇ ସମ୍ମୁଖରେ ଅଟକାଇ ତିନିଜଣ ଯୁବକ ଅସଦାଚରଣ କରିବା ସହିତ ଜବରଦସ୍ତ ମୋବାଇଲ୍‌ରେ ଭିଡିଓ ସୁଟିଂ କରିଥିଲେ। ଏ ସମ୍ପର୍କରେ କାହାରିକୁ କହିଲେ ଜୀବନରେ ମାରିଦିଆଯିବ ବୋଲି ଧମକ ଦେଇଥିଲେ। ଏ ନେଇ ପୁରୀ ଜିଲ୍ଲା କାକଟପୁର ଥାନାରେ ଅଭିଯୋଗ ହୋଇଛି। ଅଭିଯୋଗ ପରେ ପୁଲିସ ଜଣଙ୍କୁ ଅଟକ ରଖିଛି।

ପୁଲିସ ସୂତ୍ରରୁ ମିଳିଥିବା ସୂଚନାରୁ ଜଣାପଡ଼ିଛି, ଆଜି ଜଣେ ୧୫ ବର୍ଷର ନାବାଳକ ସହିତ ତା’ର ୧୩ ବର୍ଷିୟା ନାବାଳିକା ଭଉଣୀ ନୀଳକଣ୍ଠପୁର ଗ୍ରା‌ମରେ ଥିବା ସାଙ୍ଗ ଘରକୁ ଯାଉଥିଲେ। ଏହି ସମୟରେ ସେମାନଙ୍କୁ କଣ୍ଟାପଡ଼ା ବରୋଦା ବ୍ୟାଙ୍କ ନିକ‌ଟରେ କଣ୍ଟାପଡ଼ା ବସା ଉପର ବସ୍ତିର ତିନିଜଣ ଯୁବକ ଅଟକାଇଥିଲେ। ତାଙ୍କୁ ଅସୌଜନ୍ୟ ବ୍ୟବହାର ସହ ଡ୍ରେସ୍‌ ଖୋଲି ନଗ୍ନ ଫଟୋ ଉଠାଇବା ସହ ଭିଡ଼ିଓ ସୁଟିଂ କରିଥିଲେ। ଏ ସମ୍ପର୍କରେ ଯଦି କାହାରିକୁ କୁହ ତେବେ ମାରିଦିଆଯିବ ବୋଲି ଧମକ ଦେଇଥିଲେ। ଘରକୁ ଫେରି ଉଭୟ ଭାଇଭଉଣୀ ସମସ୍ତ ଘଟଣା କହିବାରୁ ତାଙ୍କ ମା’ ଏ ନେଇ କାକଟପୁର ଥାନାରେ ଲିଖିତ ଅଭିଯୋଗ କରି ନ୍ୟାୟ ଭିକ୍ଷା କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe