ଦିବ୍ୟାଙ୍ଗ ଅନୁଷ୍ଠାନକୁ ପୁରସ୍କୃତ କରିବ ନାଲ୍‌କୋ

ଦିବ୍ୟାଙ୍ଗ ଅନୁଷ୍ଠାନକୁ ପୁରସ୍କୃତ କରିବ ନାଲ୍‌କୋ

ଭୁବନେଶ୍ୱର : ଦିବ୍ୟାଙ୍ଗଙ୍କ ଉପରେ ପ୍ରସ୍ତୁତ ଓଡ଼ିଆ ଚଳଚ୍ଚିତ୍ର ‘ସପନଟିଏ’ର ପ୍ରଥମ ସୋ’ ଆଜି ନାଲ୍‌କୋ ଭବନ ପ୍ରେକ୍ଷାଳୟରେ ପ୍ରଦର୍ଶିତ ହୋଇଛି। ଇଚ୍ଛାରାମ ଫାଉଣ୍ଡେସନ୍‌ ବ୍ୟାନର୍‌ରେ ମିଲନ ଦାସଙ୍କ ପ୍ରଯୋଜନା ଓ ନିର୍ଦେଶନାରେ ପ୍ରସ୍ତୁତ ଏହି ଚଳଚ୍ଚିତ୍ରରେ ଦିବ୍ୟାଙ୍ଗମାନେ ହିଁ ପ୍ରମୁଖ ଭୂମିକାରେ ଅଭିନୟ କରିଛନ୍ତି। ସମାଜରେ ଦିବ୍ୟାଙ୍ଗମାନେ ଏବେ ବି କିଭଳି ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଛନ୍ତି, ତାହାକୁ ଏହି ଚଳଚ୍ଚିତ୍ର ମାଧ୍ୟମରେ ପ୍ରଦର୍ଶିତ କରାଯାଇଛି।

ପ୍ରଥମ ସୋ’କୁ ଉଦ୍‌ଘାଟନ କରି ନାଲ୍‌କୋ ସିଏମ୍‌ଡି ଡ. ତପନ କୁମାର ଚାନ୍ଦ କହିଲେ, ଭଲ କାର୍ଯ୍ୟ କରୁଥିବା ଅନୁଷ୍ଠାନକୁ ନାଲ୍‌କୋ ପୁରସ୍କୃତ କରିବ। ଏହି ଚଳଚ୍ଚିତ୍ର କିଭଳି ଜାତୀୟ ଓ ଅନ୍ତର୍ଜାତୀୟ ପୁରସ୍କାରରେ ସାମିଲ ହେବ, ସେନେଇ ପଦକ୍ଷେପ ନିଆଯିବ ବୋଲି ସେ କହିଥିଲେ।

ନିର୍ଦେଶକ ମିଲ୍‌ନ ଦାସ କହିଥିଲେ ଯେ ଜଣେ ଦିବ୍ୟାଙ୍ଗ ଜନ୍ମ ହେବା ପରେ ଆମର ସେମାନଙ୍କ ପ୍ରତି କ’ଣ କର୍ତ୍ତବ୍ୟ ରହୁଛି, ତାହା ଏହି ଚଳଚ୍ଚିତ୍ରରେ ଦେଖାଇବାକୁ ପ୍ରୟାସ କରାଯାଇଛି। ଏହି ଅବସରରେ ଚଳଚ୍ଚିତ୍ର ନିର୍ଦେଶିକା ମିଲନ ଦାସ ଓ ଅଭିନୟ କରିଥିବା ଦିବ୍ୟାଙ୍ଗଙ୍କୁ ନାଲ୍‌କୋ ସିଏମ୍‌ଡି ଡ. ଚାନ୍ଦ ସମ୍ବର୍ଦ୍ଧିତ କରିଥିଲେ। ନାଲ୍‌କୋର ବିଭିନ୍ନ ବିଭାଗର ନିର୍ଦେଶକ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe