ନମାମି ମନ୍ଦାକିନୀ ମହୋତ୍ସବ ଉଦ୍‌ଘାଟିତ

Advertisment
ନମାମି ମନ୍ଦାକିନୀ ମହୋତ୍ସବ ଉଦ୍‌ଘାଟିତ

ଭୁବନେଶ୍ୱର: ସାଂସ୍କୃତିକ ଅନୁଷ୍ଠାନ ନମାମି ମନ୍ଦାକିନୀ ପକ୍ଷରୁ ଉତ୍କଳ ନବବର୍ଷ ଓ ମହାବିଷୁବ ସଂକ୍ରାନ୍ତି ଉପଲକ୍ଷେ ସ୍ଥାନୀୟ ରବୀନ୍ଦ୍ର ମଣ୍ଡପଠାରେ ନମାମି ମନ୍ଦାକିନୀ ମହୋତ୍ସବ-୨୦୨୨ ଅନୁଷ୍ଠିତ ହୋଇଯାଇଛି। ଅନୁଷ୍ଠାନର ଅଧ୍ୟକ୍ଷ ବରିଷ୍ଠ ସାମ୍ବାଦିକ ପ୍ରଦ୍ୟୁମ୍ନ ଶତପଥୀଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ଶତାୟୁ ସ୍ୱାଧୀନତା ସଂଗ୍ରାମୀ ହଟ୍ଟନାଥ ମଙ୍ଗରାଜ, ବିଶିଷ୍ଟ ସାହିତ୍ୟିକ ଦାଶ ବେନହୁର, ପୂର୍ବତନ ମନ୍ତ୍ରୀ ଦାମୋଦର ରାଉତ, ବିଜୟ ମହାପାତ୍ର, ପ୍ରଫେସର୍‌ କୈଳାସଚନ୍ଦ୍ର ଟିକାୟତ, ବିଧାୟକ ପ୍ରଫୁଲ୍ଲ ସାମଲ, ଲୋକସେବା ଆୟୋଗ ସଦସ୍ୟ ନିରଂଜନ ସାହୁ, ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ର ପ୍ରମୁଖ ଯୋଗ ଦେଇଥିଲେ।

ଉତ୍କଳର ଗୌରବମୟ ପରମ୍ପରା, ସଂସ୍କୃତି, ଐତିହ୍ୟ ଉପରେ ଆଲୋକପାତ କରିବା ସହିତ ସମସ୍ତେ ମା’, ମାଟି ଓ ମାତୃଭାଷାର ସୁରକ୍ଷା ପାଇଁ ଆଗେଇ ଆସିବା ଆବଶ୍ୟକ ବୋଲି କହିଥିଲେ। ଶ୍ରୀମନ୍ଦିର ସୁରକ୍ଷା ଓ ସୀମା ସୁରକ୍ଷା ଉପରେ ଗୁରୁତ୍ୱାରୋପ କରିଥିଲେ। ଏହି ଅବସରରେ ପ୍ରଭାତଙ୍କ ନେତୃତ୍ୱରେ ଉତ୍କଳର ଗୌରବମୟ ଗାଥା ଉପରେ ସଂଗୀତ, ନୃତ୍ୟ ପରିବେଷଣ କରାଯାଇଥିଲା। ପରେ ବିଶିଷ୍ଟ ବ୍ୟକ୍ତିବି‌‌ଶେଷ ଗଦାଧର ପରିଡ଼ା, ଐତିହାସିକ ସତ୍ୟବାଦୀ ବଳିଆରସିଂହ, ସାମ୍ବାଦିକ ଅର୍ଦ୍ଧେନ୍ଦୁ ଦାସ, ସରୋଜ କୁମାର ପ୍ରଧାନ, ଶିକ୍ଷାବିତ୍ କେଶବ ଶତପଥୀଙ୍କୁ ନାଗରିକ ସମ୍ବର୍ଦ୍ଧନା ୨୦୨୨ ପ୍ରଦାନ କରାଯାଇଥିଲା। ନମାମି ମନ୍ଦାକିନୀ ପକ୍ଷରୁ ଯୁବ ପ୍ରତିଭା ଭାବେ ମୁଖପାତ୍ର ଅରବିନ୍ଦ ତ୍ରିପାଠୀ, ଲେଖିକା ଶକୁନ୍ତଳା ବଳିଆରସିଂ, ଆଦର୍ଶ ଦାସ, ସୁନୀଲ ମିଶ୍ର, ସଂଯୋଜକ ନାରାୟଣ ଓଝା, ରୋହିତ କୁମାର, ତନ୍ମୟ ସାମନ୍ତରାୟଙ୍କୁ ସମ୍ମାନିତ କରାଯାଇଥିଲା। କାର୍ଯ୍ୟକ୍ରମକୁ ଡ. ମୃତ୍ୟଞ୍ଜୟ ରଥ ସଂଯୋଜନା କରିଥିଲେ। ମହାମଞ୍ଚ ଉପସଭାପତି ପ୍ରଦୀପ ବିଶ୍ୱାଳ ଓ ବିଜୟ ପରିଡ଼ା ପରିଚାଳନା କରିଥିବା ବେଳେ ଯନ୍ତ୍ରୀ ଶିଶିର ନାୟକ ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe