ଭୁବନେଶ୍ୱର: ସଂଗୀତରେ ସୁରୋମଣିଙ୍କୁ ସଶ୍ରଦ୍ଧ ସମ୍ମାନ ଭେଟିଦେଇଥିଲେ କଣ୍ଠଶିଳ୍ପୀବୃନ୍ଦ। ପ୍ରଭୁ ଶ୍ରୀଜଗନ୍ନାଥଙ୍କ ଜଣାଣ ଓ ଭଜନରେ ଶ୍ରୋତାଙ୍କ ମନୋରଂଜନ ସହ ପଣ୍ଡିତ ରଘୁନାଥ ପାଣିଗ୍ରାହୀଙ୍କୁ ୮୬ତମ ଜନ୍ମଦିନରେ ସ୍ମରଣ କରିବାର ଅବକାଶ ଦେଇଥିଲା ସଂଯୁକ୍ତା ଓ ରଘୁନାଥ ପାଣିଗ୍ରାହୀ କଲ୍ଚରାଲ୍ ହେରିଟେଜ୍ ଫାଉଣ୍ଡେସନ୍। ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଏବଂ ଗୁରୁ କେଳୁ ଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ରର ମିଳିତ ସହଯୋଗରେ ଆୟୋଜିତ ସଙ୍ଗୀତ ଭିିତ୍ତିକ କାର୍ଯ୍ୟକ୍ରମ ‘ନମାମି ସୁରୋମଣି’ରେ ପୁରୀର ଗଜପତିି ମହାରାଜା ଦିବ୍ୟସିଂହ ଦେବ ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଲେ, ସେ ଥିଲେ ଭକ୍ତି ସଂଗୀତର ଆଦର୍ଶ। ତାଙ୍କର ଭକ୍ତି ସଂଗୀତ ଅନନ୍ୟ। ସେ ନିଜ ସଂଗୀତ ମାଧ୍ୟମରେ ଚିର ଅମର ରହିବେ ବୋଲି କହିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଔପନ୍ୟାସିକା ପ୍ରତିଭା ରାୟ, ଅଭିନେତା ବିଜୟ ମହାନ୍ତି, କ୍ଷୀରୋଦ କୁମାର ଜେନା ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଡ.ସଞ୍ଜୀବ ହୋତା ଏବଂ ବାବୁ ପାଣିଗ୍ରାହୀ ଉପସ୍ଥିତ ଥିଲେ। ବାବୁ ପାଣିଗ୍ରାହୀ ଓ ଅନ୍ୟ କଣ୍ଠଶିଳ୍ପୀବୃନ୍ଦ ସଙ୍ଗୀତରେ ସୁରୋମଣିଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ବାଦ୍ୟଯନ୍ତ୍ରରେ ସହଯୋଗ କରିଥିଲେ ଶିଳ୍ପୀ ଶରତ, ଅବନୀକାନ୍ତ, ପ୍ରିୟରଞ୍ଜନ, ପ୍ରେମଶଙ୍କର, ବରଦା, ଦେବାଶିଷ, ଅଭିରାମ ଓ ଶ୍ୟାମା। ଡ.ମୃତ୍ୟୁଞ୍ଜୟ ରଥ ଓ ମଧୁମିତା କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ।
‘ରଘୁନାଥ ପାଣିଗ୍ରାହୀ ଭକ୍ତି ସଂଗୀତର ଆଦର୍ଶ’
Advertisment
Follow Us