ନାମ ପଞ୍ଜୀକରଣ କରି ବୁଲି ହେବ ‘ଆଦି‌ବାସୀ ମେଳା’, କ୍ୟାସଲେସ୍‌ ହେବ ଜିନିଷପତ୍ର କିଣାବିକା

Advertisment
ନାମ ପଞ୍ଜୀକରଣ କରି ବୁଲି ହେବ ‘ଆଦି‌ବାସୀ ମେଳା’, କ୍ୟାସଲେସ୍‌ ହେବ ଜିନିଷପତ୍ର କିଣାବିକା

The Siasat Daily

ଭୁବନେଶ୍ବର : ଏଥର ଆଦିବାସୀ ମେଳା ଟିକେ ନିଆରା ହେବ। କରୋନା କଟକଣା ଓ ସଚେତନତା ଦୃଷ୍ଟିରୁ ଆଦିବାସୀ ମେଳା ବୁଲିବା ପାଇଁ ନାମ ପଞ୍ଜୀକରଣ କରିବାକୁ ପଡ଼ିବ। ଜିନିଷପତ୍ର କିଣାକିଣି ପାଇଁ ମଧ୍ୟ କ୍ୟାସଲେସ୍‌ ଟ୍ରାନ୍‌ଜାକ୍‌ସନ ବ୍ୟବସ୍ଥା କରାଯାଇଛି। ଦର୍ଶକମାନଙ୍କ ଭିଡ଼ ଏଡ଼ାଇବାକୁ ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ବିଭାଗ ପକ୍ଷରୁ ଆୟୋଜିତ ‘ଆଦିବାସୀ ମେଳା’ ଦେଖିବାକୁ adibasimela2021.com ୱେବ୍‌ସାଇଟ୍‌କୁ ଯାଇ ଦର୍ଶକମାନେ ନିଜ ନାମ ପଞ୍ଜୀକରଣ କରିପାରିବେ କିମ୍ବା ଭର୍ଚୁଆଲ୍‌ ମାଧ୍ୟମରେ ଏହାକୁ ଦେଖିପାରିବେ। ଯେଉଁମାନେ ଅନ୍‌ଲାଇନ୍‌ରେ ପଞ୍ଜୀକରଣ କରିଛନ୍ତି, ସେମାନେ ମୋବାଇଲରେ ପାଇଥିବା ବାର୍‌କୋଡ୍‌ ଦେଖାଇ ମେଳା ପରିସରକୁ ପ୍ରବେଶ କରିବେ।

publive-image Twitter

ଯେଉଁମାନେ ପଞ୍ଜୀକରଣ କରି ନଥିବେ, ସେମାନେ ମେଳାର ଫାଟକ ପାଖରେ ନିଜ ନାମ ପଞ୍ଜୀକରଣ କରି ମେଳା ପରିସରକୁ ପ୍ରବେଶ କରିପାରିବେ। ଦର୍ଶକମାନେ କେବଳ ୧ଘଣ୍ଟା ପାଇଁ ହିଁ ମେଳା ପରିସରରେ ବୁଲି ପାରିବେ। ମେଳା ପରିସରରେ ପେଟିଏମ୍‌ ମାଧ୍ୟମରେ କ୍ୟାସ୍‌ଲେସ୍‌ ଟ୍ରାନ୍‌ଜାକ୍‌ସନ୍‌ର ବ୍ୟବସ୍ଥା କରାଯାଇଛି। ଏଥିସହ ଭର୍ଚୁଆଲ୍‌ ମାଧ୍ୟମରେ ମଧ୍ୟ ମେଳା ବୁଲି ଦର୍ଶକମାନେ ସାମଗ୍ରୀ କିଣି ପାରିବେ। ଏଥିସହ ଆଦିବାସୀ ମେଳାରେ ସଂଧ୍ୟା ୬ଟାରୁ ୭ଟା ପର୍ଯ୍ୟନ୍ତ ଆୟୋଜିତ ସାଂସ୍କୃତିକ କାର୍ଯ୍ୟକ୍ରମର ମଜା ଭର୍ଚୁଆଲ୍‌ ମାଧ୍ୟମରେ ନିଆଯାଇପାରିବ। ରାଜ୍ୟ ସରକାରଙ୍କ ପଦକ୍ଷେପ ସ୍ବରୂପ ବିଭାଗ ପକ୍ଷରୁ ମେଳାରେ ଇ-ରେଜିଷ୍ଟ୍ରେସନ୍‌, ଇ-ମାର୍କେଟିଂ ଓ ଇ-କଲ୍‌ଚରାଲ୍‌ କାର୍ଯ୍ୟକ୍ରମର ବ୍ୟବସ୍ଥା କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe