ନନ୍ଦନକାନନ ବୁଲି ଆସିଥିବା ନାବାଳକ ନିଖୋଜ

Advertisment
ନନ୍ଦନକାନନ ବୁଲି ଆସିଥିବା ନାବାଳକ ନିଖୋଜ

ବାରଙ୍ଗ: ଗତ ଗୁରୁବାର ଦିନ ନନ୍ଦନକାନନ ବୁଲି ସାରି ଘରକୁ ଫେରିବା ବେଳେ ଜଣେ ୧୪ ବର୍ଷର ବାଳକ ନିଖୋଜ ହୋଇଛି। ତା’ ନାଁ ସୋନୁ ମାଝୀ। ଘର ଦେଓଗଡ଼ ଜିଲ୍ଲାର କୁଣ୍ଢେଇଗୋଲା ଥାନା ଅଧୀନ ରତନପୁର ଗ୍ରାମରେ। ସେ ତା’ ବଡ଼ ଭାଇ ଓ ଗାଁର କିଛି ଲୋକଙ୍କ ସହ ନଦିଆରାଣୀ ବସ୍‌ରେ ଆସିଥିଲା। ନନ୍ଦନକାନନରେ ବଡ଼ ଭାଇ(୧୬)ର ହାତ ଧରି ବୁଲି ଜୀବଜନ୍ତୁ ଦେଖିଥଲା। ଅପରାହ୍‌ଣ ୪ଟା ବେଳେ ସେ ବସ୍‌ରେ ବସିବାକୁ ଆସିବା ବେଳେ କେଉଁଆଡ଼େ ନିଖୋଜ ହୋଇଯାଇଥିଲା। ସୋନୁର ବାପା ସୁଶୀଲ ମାଝୀ ନନ୍ଦନକାନନ ଥାନାରେ ପୁଅର ନିଖୋଜ ସମ୍ପର୍କରେ ଅଭିଯୋଗ କରିଛନ୍ତି। ଅଭିଯୋଗକୁ ଭିତ୍ତି କରି ପୁଲିସ ଏକ ମାମଲା ରୁଜୁ କରିଛି। ‌

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe