ବାରଙ୍ଗ: ନନ୍ଦନକାନନ ପ୍ରାଣୀ ଉଦ୍ୟାନର ୬୪ ନମ୍ବର ଖୁଆଡ଼ ମଧ୍ୟରେ ରହୁଥିବା ଏକ ୮ ବର୍ଷ ବୟସର ପୁରୁଷ ବାରହସିଙ୍ଗା ହରିଣର ଲିଙ୍ଗରେ ଅସ୍ତ୍ରୋପଚାର କରାଯାଇଛି। କୌଣସି କାରଣରୁ ବାରହସିଙ୍ଗା ହରିଣଟିର ଲିଙ୍ଗ ପଦାକୁ ବାହାରି ରହିଥିଲା। ଓଡ଼ିଶା ବୈଷୟିକ କୃଷି ଓ ପ୍ରାଣୀ ଗବେଷଣା ତାଲିମ କେନ୍ଦ୍ର(ଓୟୁଏଟି) ଶଲ୍ୟ ବିଭାଗର ପ୍ରଫେସର୍ ଡ. ସୁଶେଣ କୁମାର ପଣ୍ତା ନିଶ୍ଚେତକ ଦେଇ ଅସ୍ତ୍ରୋପଚାର କରିଥିଲେ। ଅସ୍ତ୍ରୋପଚାର ପରେ ବାରହସିଙ୍ଗାର ଲିଙ୍ଗ ପୂର୍ବାବସ୍ଥାକୁ ଫେରି ଆସିଛି। ନନ୍ଦନକାନନରେ ମୋଟ ୧୧ଟି ବାରହସିଙ୍ଗା ଅଛନ୍ତି।
ନନ୍ଦନକାନନରେ ବାରହସିଙ୍ଗାର ଅସ୍ତ୍ରୋପଚାର
Advertisment
Follow Us