ବାରଙ୍ଗ: ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଆଜି ଏକ ପୁରୁଷ ଗାଡ଼ଭାଲୁର ମୃତ୍ୟୁ ହୋଇଛି। ଭାଲୁଟିର ବୟସ ୮ ବର୍ଷ ହୋଇଥିଲା। ସେ ଅସୁସ୍ଥ ହୋଇ ପଡ଼ିଥିବାରୁ ତାକୁ ନନ୍ଦନକାନନ ଭେଟନାରି ସ୍ଥିତ କ୍ୱାରେନ୍ଟାଇନ୍ରେ ରଖି ଚିକିତ୍ସା କରାଯାଉଥିଲା। ମୃତ୍ୟୁର କାରଣ ଜାଣିବା ପାଇଁ ଗାଡ଼ଭାଲୁଟିର ଶବକୁ ବ୍ୟବଚ୍ଛେଦ ଲାଗି ଓୟୁଏଟିକୁ ପଠାଯାଇଛି। ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ତା’ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିବ ବୋଲି ନନ୍ଦନକାନନ କର୍ତୃପକ୍ଷ କହିଛନ୍ତି। ଅନ୍ୟପକ୍ଷରେ ଏବେ ନନ୍ଦକନାନନରେ ଆଉ ୨ଟି ପୁରୁଷ ଓ ୨ଟି ମାଈ ଭାଲୁଙ୍କୁ ମିଶାଇ ମୋଟ ୪ଟି ଗାଡ଼ ଭାଲୁ ଅଛନ୍ତି।
ନନ୍ଦନକାନନରେ ଗାଡ଼ଭାଲୁର ମୃତ୍ୟୁ
Advertisment
Follow Us