ଭୁବନେଶ୍ୱର: ନନ୍ଦନକାନନ ୧୧ନମ୍ବର ‘କ’ ଖୁଆଡ଼ରେ ବିଷଧର ସାପ ଆଘାତରେ ଏକ ମାଟିଆ ଚିଲର ମୃତ୍ୟୁ ହୋଇଛି। ଗତକାଲି ମାଟିଆଚିଲର ଖୁଆଡ଼ରେ ସାପଟି ପ୍ରବେଶ କରିଥିଲା। ଏହା ଦେଖି ମାଟିଆ ଚିଲ ଉଡ଼ିଯାଇ ତାକୁ ପଞ୍ଝା ମାରିଥିଲା। ସାପଟି ପ୍ରତିକ୍ରିୟାଶୀଳ ହୋଇ ଚିଲଟିକୁ ଚୋଟ ମାରିଥିଲା। ମାଟିଆ ଚିଲର ପଞ୍ଝା ଢିଲା ହେବାର ସୁଯୋଗରେ ସାପଟି ପଦାକୁ ବାହାରି ଚାଲିଯାଇଥିଲା। ଏମାନଙ୍କର ଗର୍ଜନ ଶୁଣି ଦାୟିତ୍ୱରେ ଥିବା ଜନ୍ତୁରକ୍ଷକ ଦେଖିବା ପରେ କର୍ତ୍ତୃପକ୍ଷଙ୍କୁ ସୂଚନା ଦେଇଥିଲେ। ଏବେ ମାଟିଆ ଚିଲଙ୍କ ସଂଖ୍ୟା ୧୦କୁ ହ୍ରାସ ପାଇଛି।
ନନ୍ଦନକାନନରେ ସର୍ପାଘାତରେ ମାଟିଆଚିଲ ମୃତ
Advertisment
Follow Us