ନନ୍ଦନକାନନରେ ସର୍ବବୃହତ୍‌ ଅଜଗରର ମୃତ୍ୟୁ

Advertisment
ନନ୍ଦନକାନନରେ ସର୍ବବୃହତ୍‌ ଅଜଗରର ମୃତ୍ୟୁ

ବାରଙ୍ଗ. ନନ୍ଦନକାନନ ପ୍ରାଣୀ ଉଦ୍ୟାନର ସର୍ବବୃହତ ରେଟିକୁଲେଟେଡ୍‌ (ଜାଲି ସଦୃଶ ଚିତ୍ରିତ) ଅଜଗର ସାପର ଆଜି ସକାଳେ ବାର୍ଦ୍ଧକ୍ୟ ଜନିତ କାରଣରୁ ମୃତ୍ୟୁ ହୋଇଯାଇଛି। ୩୩ ବର୍ଷ ବୟସର ଏହି ମାଈ ଅଜଗରଟି ସରୀସୃପ ଉଦ୍ୟାନର ୫୧ ନମ୍ବର ଖୁଆଡ଼ ମଧ୍ୟରେ ରହି ପର୍ଯ୍ୟଟକମାନଙ୍କର ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଥିଲା। ସେ ଗତ ପ୍ରାୟ ଏକ ମାସ ହେଲାଣି ଆହାର ଛଡ଼ି ଦେଇଥିଲା। ମୃତ୍ୟୁ ବେଳକୁ ତାର ଓଜନ ୩୧ କେଜି ଓ ଲମ୍ବ ୧୬.୩ଫୁଟ୍‌ ଥିବା ଜଣାପଡ଼ିଛି। ବାର୍ଦ୍ଧକ୍ୟ କାରଣରୁ ତାର ପାକସ୍ଥଳୀ, ହୃତପିଣ୍ଡ ଓ କିଡ୍‌ନି ଆଦି ଗୋଟିଏ ପରେ ଗୋଟିଏ ଅଙ୍ଗ ନିଷ୍କ୍ରିୟ ହୋଇଯିବାରୁ ଶେଷରେ ତା’ର ମୃତ୍ୟୁ ହୋଇଥିବା ଶବ ବ୍ୟବଚ୍ଛେଦରୁ ଜଣା ପଡ଼ିଛି। ୧୯୮୫ ମସିହା ଜାନୁଆରି ମାସରେ ଜନ୍ମ ନେଇଥିବା ଏହି ସାପଟିକୁ ୧୯୯୨ ମସିହାରେ ମାଡ୍ରାସସ୍ଥିତ କ୍ରୋକଡାଇଲ ପାର୍କରୁ ନନ୍ଦନକାନନ ଅଣାଯାଇଥିଲା। ଏହି ପ୍ରଜାତିର ସାପଙ୍କର ପରମାୟୁ ୩୦ରୁ ୩୫ ବର୍ଷ ହେଉଥିବାବେଳେ ଏମାନେ ମୁଖ୍ୟତଃ ଆଣ୍ଡାମାନ ଓ ନିକୋବାର ଦ୍ୱୀପପୁଞ୍ଜରେ ଦେଖା ଯାଆନ୍ତି। ଥରକେ ୭୦ରୁ ୮୦ଟି ପର୍ଯ୍ୟନ୍ତ ଅଣ୍ଡା ଦେଇଥାଆନ୍ତି। ଏହି ପ୍ରଜାତିର ଅଜଗର ବହୁତ ବୁଦ୍ଧିମାନ ହୋଇଥାନ୍ତି। ଏମାନେ କୁଶଳି ଶିକାରୀ ହୋଇଥିବାବେଳେ ଅନାୟାସରେ ହରିଣ ଓ ବାରହା ଆଦିକୁ ଗିଳି ଦେଇଥାନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe