ନନ୍ଦନକାନନକୁ ଆସିବ ମହୀଶୂରରୁ ଧୂସର ଗଧିଆ

ନନ୍ଦନକାନନକୁ ଆସିବ ମହୀଶୂରରୁ ଧୂସର ଗଧିଆ

ବାରଙ୍ଗ: ନନ୍ଦନକାନନ ପ୍ରାଣୀ ଉଦ୍ୟାନକୁ ଖୁବ୍‌ଶୀଘ୍ର ମହୀଶୂର ଚିଡ଼ିଆଖାନାରୁ ହଳେ ଧୂସର ରଙ୍ଗର ଗଧିଆ (ଗ୍ରେ’ ଉଲଭସ୍‌) ଆସିବ। ଏଥିପାଇଁ ନନ୍ଦନକାନନରୁ ଏକ ହଳ କୁଜି ହରିଣ ଉକ୍ତ ଚିଡ଼ିଆଖାନାକୁ ଦିଆଯିବ ବୋଲି ଚୁକ୍ତି ହୋଇଛି। କିଛି ଦିନ ମଧ୍ୟରେ ମହୀଶୂର ଚିଡ଼ିଆଖାନାର କର୍ମଚାରୀ ସାଥୀରେ ଗଧିଆ ହଳଙ୍କୁ ଆଣି ନନ୍ଦନକାନନରେ ପହଞ୍ଚିବେ ଓ ପ୍ରତିବଦଳରେ କୁଜି ହରିଣ ଧରି ପ୍ରତ୍ୟାବର୍ତ୍ତନ କରିବାକୁ ଯୋଜନା ହୋଇଛି। ନନ୍ଦନକାନନକୁ ପ୍ରଥମ କରି ଆସୁଥିବା ଏହି ବିଲୁପ୍ତପ୍ରାୟ ପ୍ରଜାତିର ଶିକାରୀ ଜୀବ ଆଫ୍ରିକା, ଆଲାସ୍କା ଓ ଏସିଆ ମହାଦେଶର କେତେକ ସ୍ଥାନରେ ଦେଖିବାକୁ ମିଳନ୍ତି। ଏମାନଙ୍କ ସଂଖ୍ୟା ଏବେ ୭ ହଜାରରୁ ୧୧ ହଜାର ୨ଶହ ମଧ୍ୟରେ ସୀମିତ ଥିବା ଏକ ରିପୋର୍ଟରୁ ଜଣାଯାଇଛି। ଏମାନେ ଜଙ୍ଗଲ ଓ ଏହାର ଆଖପାଖ ଅଞ୍ଚଳରେ ସଂଘବଦ୍ଧ ଭାବେ ରହନ୍ତି। ମୂଷାଠାରୁ ଆରମ୍ଭ କରି ହରିଣ ପର୍ଯ୍ୟନ୍ତ ସ୍ତନ୍ୟପାୟୀ ଓ ପକ୍ଷୀ ଏମାନଙ୍କର ଆହାର। ଶରୀର ତୁଳନାରେ ମୁଣ୍ଡ ଓ ଗୋଡ଼ ବଡ଼ ହୋଇଥିବା ବେଳେ ଓଜନ ୩୦ରୁ ୮୦ କେଜି, ଉଚ୍ଚତା ୬୦ରୁ ୯୦ ସେମି ଓ ଲମ୍ବ ୧.୬ ମିଟର ମଧ୍ୟରେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe