ନନ୍ଦନକାନନରେ ପହିଲି ରଜ ଫିକା

Advertisment

ଓଗାଳପଡ଼ାରେ ନିଆରା ଯାତ୍ରା

ଓଗାଳପଡ଼ାରେ ନିଆରା ଯାତ୍ରା

ନନ୍ଦନକାନନରେ ପହିଲି ରଜ ଫିକା

ବାରଙ୍ଗ : ପ୍ରବଳ ତାତି ଯୋଗୁଁ ଆଜି ନନ୍ଦନକାନନରେ ରଜ ଫିକା ପଡ଼ି ଯାଇଥିଲା। ଖୁବ୍‌ କମ୍‌ ସଂଖ୍ୟକ ପର୍ଯ୍ୟଟକ ବୁଲିବାକୁ ଆସିଥିଲେ। ମାତ୍ର ୧୨ ହଜାର ୨୦୧ପର୍ଯ୍ୟଟକ ଆସିଥିବା ଟିକେଟ ବିକ୍ରିରୁ ଜଣାପଡ଼ିଛି। ଟିକେଟ୍‌ ବିକ୍ରି ବାବଦକୁ ୫ ଲକ୍ଷ ୪୦ ହଜାର ୩୦୦ ଟଙ୍କା ମିଳିଛି। ଗତ ବର୍ଷ ପହିଲି ରଜର ୨୨ ହଜାର ୩୦ ଖଣ୍ଡ ଟିକେଟ ବିକ୍ରି ହୋଇଥିବା ବେଳେ ରାଜସ୍ବ ଆଦାୟ ହୋଇଥିଲା ୯ ଲକ୍ଷ ୪୪ ହଜାର ୩୧୦ ଟଙ୍କା। ସକାଳେ ପାଗ କୋହଲା ରହିଥିଲା, ମାତ୍ର ୧୦ଟା ପରେ ତାତି ସହ ଗୁଳୁଗୁଳି ଯୋଗୁଁ ନନ୍ଦନକାନନରେ ଭିଡ଼ କମି ଯାଇଥିଲା। ସେହିପରି ଶିଶୁ ଉଦ୍ୟାନ ଦୋଳି ପାଖରେ ମଧ୍ୟ ଭିଡ଼ ନଥିଲା। ତେବେ କାଞ୍ଜିଆ ହ୍ରଦରେ ପର୍ଯ୍ୟଟକମାନେ ବୋଟିଂର ମଜା ଉଠାଇଥିଲେ। ପର୍ଯ୍ୟଟକଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ନନ୍ଦନକାନନ ଉପ-ନିର୍ଦେଶକ ଜୟନ୍ତ ଦାସଙ୍କ ତତ୍ତ୍ୱାବଧାନରେ ନନ୍ଦନକାନନ ଛକଠାରୁ ପରିସର ପର୍ଯ୍ୟନ୍ତ କର୍ମଚାରୀ, ଡାକ୍ତର, ପୁଲିସ ଓ ସୁରକ୍ଷାକର୍ମୀ ନିୟୋଜିତ ଥିଲେ।

publive-image

ଓଗାଳପଡ଼ାରେ ନିଆରା ଯାତ୍ରା

ଖଣ୍ଡଗିରି : ଜଟଣୀ ବ୍ଲକ ଯାଁଳା ପଞ୍ଚାୟତର ଓଗାଳପଡ଼ା ଶ୍ରୀ ମୃଗେଶ୍ବର ମହାଦେବଙ୍କ ପୀଠରେ ପ୍ରସିଦ୍ଧ ଝାମୁଯାତ୍ରା ଆରମ୍ଭ ହୋଇଯାଇଛି। ଦୁଇ ଦିନିଆ ଏହି ପର୍ବର ଆଜି ପହିଲି ରଜ ଅବସରରେ ନିୟମାନୁସାରେ ପାଟୁଆମାନେ ମହାଦେବ ଶ୍ରୀ ମୃଗେଶ୍ବରଙ୍କ ପୀଠରେ କଣ୍ଟାରେ ଗଡ଼ିବା ସହ ନିଅାଁରେ ଝୁଲି ଅଘୋରତପ ସାଧନ କରିଛନ୍ତି। ରଜ ସଂକ୍ରାନ୍ତିରେ ପାଟୁଆମାନେ ନିଅାଁରେ ଚାଲି ତପ ବା ବ୍ରତ ସମାପନ କରିବେ। ସାଧାରଣତଃ ଝାମୁ ଯାତ୍ରା ପଣା ସଂକ୍ରାନ୍ତି ବା ମହାବିଷୁବ ସଂକ୍ରାନ୍ତିରେ ପାଳିତ ହୋଇଥାଏ। କିନ୍ତୁ ମୃଗେଶ୍ବର ମହାଦେବଙ୍କ ପୀଠରେ ରଜ ଅବସରରେ ଅନୁଷ୍ଠିତ ହେଉଥିବା ଏହି ଝାମୁ ଯାତ୍ରା ଏକ ନିଆରା ପର୍ବ। ପହିଲି ବର୍ଷାରେ ଏହି ଝାମୁ ଯାତ୍ରା ହୋଇ ଆସୁଥିବାରୁ କେହି କେହି ଏହାକୁ ଶୀତଳ ଝାମୁ ବୋଲି ଅଭିହିତ କରନ୍ତି। ପ୍ରାୟ ୫୦ ବର୍ଷ ତଳୁ ଚାଲିଥିବା ଏହି ପର୍ବ ମହାଦେବଙ୍କ ମୃଗେଶ୍ବରଙ୍କ ସ୍ବପ୍ନାଦେଶରୁ ହୋଇ ଆସୁଛି ବୋଲି ପ୍ରବାଦ ରହିଛି। ପ୍ରଥା ଅନୁସାରେ ପାଟୁଆମାନେ ଦୁଇ ଦିନ ପୂର୍ବରୁ ମା’ ଗଡ଼ଚଣ୍ଡୀଙ୍କ ପୀଠରେ ଉପାସନା ଆରମ୍ଭ କରନ୍ତି ଓ ପହିଲି ରଜ ଦିନ ମା’ଙ୍କ ଆଜ୍ଞାମାଳ ନେଇ ମହାଦେବଙ୍କ ପୀଠରେ କଣ୍ଟାରେ ଗଡ଼ିବା ସହ ନିଅାଁରେ ଝୁଲନ୍ତି। ଚଳିତ ବର୍ଷ ପ୍ରାୟ ୨୦ଜଣ ଶ୍ରଦ୍ଧାଳୁ ପାଟୁଆ ହୋଇ ବ୍ରତୀ ହୋଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe