ନନ୍ଦନକାନନ ଖବର : ଦର୍ଶକଙ୍କ ମନୋରଂଜନ କରୁଛନ୍ତି ଲେଡି ଆମହର୍ଷ୍ଟ ଫିଜାଣ୍ଟ

Advertisment
ନନ୍ଦନକାନନ ଖବର : ଦର୍ଶକଙ୍କ ମନୋରଂଜନ କରୁଛନ୍ତି ଲେଡି ଆମହର୍ଷ୍ଟ ଫିଜାଣ୍ଟ

ବାରଙ୍ଗ : ଲେଡି ଆମହର୍ଷ୍ଟ ଫିଜାଣ୍ଟ। ଚିତ୍ର ବିଚିତ୍ର ଓ ବିଲୁପ୍ତ ପ୍ରାୟ କୁକୁଟ ପ୍ରଜାତିର ଏହି ପକ୍ଷୀ ନନ୍ଦନକାନନ ପ୍ରାଣୀ ଉଦ୍ୟାନକୁ ବୁଲି ଆସୁଥିବା ପର୍ଯ୍ୟଟକଙ୍କ ପାଇଁ ମନୋରଞ୍ଜନର ମାଧ୍ୟମ ପାଲଟିଛି। ଏହି ପ୍ରଜାତିର ଅଣ୍ଡିରା ପକ୍ଷୀଙ୍କ ରଙ୍ଗ ଅତ୍ୟନ୍ତ ଆକର୍ଷଣୀୟ। ଲମ୍ବ ୧୦୦ରୁ ୧୨୦ ସେମି, ଲାଞ୍ଜର ଲମ୍ବ ୮୦ ସେମି ହୋଇଥିବା ବେଳେ ମାଈ ପକ୍ଷୀର ରଙ୍ଗ ପୁରୁଷଠାରୁ ଫିକା ଓ ଆକାର ଛୋଟ। ନନ୍ଦନକାନନରେ ୩ଟି ଅଣ୍ଡିରା, ୪ଟି ମାଈ ଓ ଲିଙ୍ଗ ନିରୂପଣ ହୋଇ ନ ଥିବା ୪ଟି ଛୁଆକୁ ମିଶାଇ ମୋଟ ୧୧ଟି ପକ୍ଷୀ ଅଛନ୍ତି। ବ୍ରିଟିସ ଶାସନ ସମୟରେ ବେଙ୍ଗଲର ଗଭର୍ଣ୍ଣର ଥିବା ଉଇଲିୟମ ପିଟ୍‌ ଆମହର୍ଷ୍ଟଙ୍କ ପତ୍ନୀ ସାରା ଆମହର୍ଷ୍ଟ ଏହି ପକ୍ଷୀର ନମୁନା ଲଣ୍ଡନ ପଠାଇ ଥିବାରୁ ତାଙ୍କ ନାମ ଅନୁସାରେ ପକ୍ଷୀର ନାମକରଣ ଏପରି ରଖାଯାଇଛି। ଏହି ପ୍ରଜାତିର ପକ୍ଷୀ ସାଧାରଣତଃ ଉତ୍ତର ଚାଇନା, ଦକ୍ଷିଣ ମିଆଁମାର ଓ ଅନ୍ୟ କିଛି ସ୍ଥାନରେ ଦେଖାଯାଆନ୍ତି। ଅତୀତରେ ଏହି ପ୍ରଜାତି ପକ୍ଷୀଙ୍କ ପାଇଁ ଇଂଲଣ୍ତର ବେଷ୍ଟ ବେଡଫୋଡର୍ ସାୟର ଡରବାନ ଠାରେ ସ୍ବାବଲମ୍ବୀ ଜଙ୍ଗଲ ସ୍ଥାପନ କରାଯାଇଥିଲା। ଏବେ ଏହି ପ୍ରଜାତି ସଂକଟରେ ଥିବା ପକ୍ଷୀ ପ୍ରଜାତି ତାଲିକାଭୁକ୍ତ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe