ନନ୍ଦନକାନନ ଛକ: ସମସ୍ୟା ବଢ଼ାଉଛି ବେଆଇନ ପାର୍କିଂ

Advertisment

ବିଶ୍ୱସ୍ତରୀୟ ହେବାକୁ ଯାଉଥିବା ନନ୍ଦକାନନ ଛକ ଓ ପାଖରେ ଥିବା ମୁଖ୍ୟ ରାସ୍ତାର ଉଭୟ ପାର୍ଶ୍ୱରେ ବେଆଇନ ଭାବେ କାର୍‌ ଓ ବସ୍‌ ପାର୍କିଂ ସମସ୍ୟା ବଢ଼ାଉଛି। ପ୍ରତ୍ୟହ ରାଜ୍ୟ ଓ ରାଜ୍ୟ ବାହାରୁ ହଜାର...

ବିଶ୍ୱସ୍ତରୀୟ ହେବାକୁ ଯାଉଥିବା ନନ୍ଦକାନନ ଛକ ଓ ପାଖରେ ଥିବା ମୁଖ୍ୟ ରାସ୍ତାର ଉଭୟ ପାର୍ଶ୍ୱରେ ବେଆଇନ ଭାବେ କାର୍‌ ଓ ବସ୍‌ ପାର୍କିଂ ସମସ୍ୟା ବଢ଼ାଉଛି। ପ୍ରତ୍ୟହ ରାଜ୍ୟ ଓ ରାଜ୍ୟ ବାହାରୁ ହଜାର...

ନନ୍ଦନକାନନରେ ଜଳହସ୍ତୀ ଶାବକର ମୃତ୍ୟୁ

ବାରଙ୍ଗ: ବିଶ୍ୱସ୍ତରୀୟ ହେବାକୁ ଯାଉଥିବା ନନ୍ଦକାନନ ଛକ ଓ ପାଖରେ ଥିବା ମୁଖ୍ୟ ରାସ୍ତାର ଉଭୟ ପାର୍ଶ୍ୱରେ ବେଆଇନ ଭାବେ କାର୍‌ ଓ ବସ୍‌ ପାର୍କିଂ ସମସ୍ୟା ବଢ଼ାଉଛି। ପ୍ରତ୍ୟହ ରାଜ୍ୟ ଓ ରାଜ୍ୟ ବାହାରୁ ହଜାର ହଜାର ସଂଖ୍ୟକ ପର୍ଯ୍ୟଟକ ବସ୍‌ ଓ କାର୍‌ ଯୋଗେ ନନ୍ଦନକାନନକୁ ଆସୁଛନ୍ତି। ପର୍ଯ୍ୟଟକମାନେ ଆସିଥିବା ବସ୍‌ ଓ କାର୍‌ରୁ ଓହ୍ଲାଇ ସାରିବା ପରେ ଏହି ଗାଡ଼ିଗୁଡ଼ିକ ରାସ୍ତାକଡ଼ରେ ଛିଡ଼ାହୋଇ ରହୁଛି। ଫଳରେ ରାସ୍ତା ସଂକୀର୍ଣ୍ଣ ହୋଇ ଟ୍ରାଫିକ୍ ଜାମ୍‌ ପରିସ୍ଥିତି ଉପୁଜୁଛି।

ରଘୁନାଥପୁର ଭାୟା ନନ୍ଦନକାନନ ଛକରୁ ପଦାସାହି, ବାରଙ୍ଗ ଷ୍ଟେସନ ରାସ୍ତା, ଡାକ୍ତରଖାନା ଛକ ପର୍ଯ୍ୟନ୍ତ ଯାଇଥିବା ପ୍ରମୁଖ ଚାରି ରାସ୍ତାର ଉଭୟ ପାର୍ଶ୍ୱରେ ଶତାଧିକ ବସ୍ ଓ କାର୍‌କୁ ଧାଡ଼ି କରି ଚାଳକମାନେ ପର୍ଯ୍ୟଟକଙ୍କ ଫେରିବା ବାଟକୁ ଚାହିଁ ରହୁଥିବାର ଦୃଶ୍ୟ ଦେଖିବାକୁ ମିଳୁଛି। ଏକ ଜିନଗହଳିପୂର୍ଣ୍ଣ ଅଞ୍ଚଳ ଭାବେ ପରିଚିତ ଏହି ରାସ୍ତାରେ ଟ୍ରାଫିକ୍‌ ଜାମ୍‌ ସମୟରେ କାର୍‌, ବାଇକ, ବସ୍ ଓ ଅଟୋ ସବୁ ଖୁନ୍ଦାଖୁନ୍ଦି ହୋଇ ଯାଉଛନ୍ତି। ସେହିପରି ରାସ୍ତାର ଅପରପାର୍ଶ୍ୱକୁ ଗାଡ଼ି ବୁଲାଇବା ବେଳେ ଗାଡ଼ି ଡ୍ରାଇଭର୍‌ଙ୍କୁ ନାକେଦମ୍ ହେବାକୁ ପଡ଼ୁଛି। ରୋଗୀ ନେଇ ଯାଉଥିବା ଆମ୍ବୁଲାନ୍ସ, ଜରୁରୀକାଳୀନଗାଡ଼ି ମଧ୍ୟ ଭିଡ଼ରେ ଅଟକି ରହୁଥିବାର ଦୃଶ୍ୟ ଦେଖିବାକୁ ମିଳୁଛି।

ଏବେ ପର୍ଯ୍ୟଟନ ଋତୁ ଆରମ୍ଭରୁ ଭିଡ଼ ସମସ୍ୟା ଅଣାୟତ୍ତ କରିଥିଲା ବେଳେ ଆଗକୁ ସ୍ଥିତି ବିଗିଡ଼ିବାର ଆଶଙ୍କା ଉପୁଜିଛି।
ସେହିପରି ରାସ୍ତାର ବିଭିନ୍ନ ସ୍ଥାନରେ ବିପଦପୂର୍ଣ୍ଣ ଭାବେ ବିଜ୍ଞାପନ ଫଳକ ଝୁଲାଇ ଦିଆଯାଇଛି। ଏଭଳି ବେଆଇନ୍ ଗାଡି ରହଣି ଓ ଫଳକ ଝୁଲା ପାଇଁ ପ୍ରତ୍ୟହ ଛୋଟମୋଟ ଦୁର୍ଘଟଣା ଘଟୁଛି। ସରକାର କୋଟିକୋଟି ଟଙ୍କାର ରାଜସ୍ୱ ହରାଉଥିବା ବେଳେ ପୂର୍ତ୍ତ ବିଭାଗ ଓ ପ୍ରଶାସନିକ ଅଧିକାରୀମାନେ ନିରବଦ୍ରଷ୍ଟା ସାଜିଛନ୍ତି। ବେଆଇନ୍ ହୋର୍ଡିଂ ଓ ବେଆଇନ୍ ଗାଡି ପାର୍କିଂ ଉପରେ ରୋକ୍‌ ପାଇଁ ଜରିମନା ଆଦାୟ କରାଯିବା ସହ ଉପଯୁକ୍ତ ସରକାରୀ ଜାଗାର ବନ୍ଦୋବସ୍ତ ପାଇଁ ଦାବି ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe