ନନ୍ଦନକାନନ: ହାତୀ ‘ମାମା’ ମାରାତ୍ମକ ହାରପିସ୍‌ ସଂକ୍ରମିତ

Advertisment
ଛେଣ୍ଡିପଦାରେ ହାତୀ ଆତଙ୍କ; ଦନ୍ତାହାତୀ ଆକ୍ରମଣରେ ମହିଳା ମୃତ

symbolic photo

ବାରଙ୍ଗ: ନନ୍ଦନକାନନ ପ୍ରାଣୀ ଉଦ୍ୟାନର ୫ ବର୍ଷର ମାଈ ହାତୀ ‘ମାମା’ ମାରାତ୍ମକ ହାରପିସ୍‌ ଭୂତାଣୁ ଦ୍ବାରା ସଂକ୍ରମିତ ହୋଇଛି। ୫ ଦିନ ତଳୁ ତା’ର ସ୍ବାସ୍ଥ୍ୟାବସ୍ଥା ଭଲ ରହୁ ନଥିବାରୁ ସେ ଠିକ୍ ଭାବେ ଖିଆପିଆ କରୁ ନଥିଲା। ସେ ସଂକ୍ରମିତ ହୋଇଥିବାର ସନ୍ଦେହ ହେବାରୁ ତାକୁ ପ୍ରାଣୀ ଚିକିତ୍ସା କେନ୍ଦ୍ର ପାଖରେ ଥିବା କୋଠରୀ ମଧ୍ୟରୁ ବାହାରକୁ ଛଡ଼ାଯାଉନାହିଁ। ପ୍ରତିଷେଧକ ଟିକା ଦେଇ ତା’ର ଚିକିତ୍ସା ଚାଲୁ ରହିଥିବା ବେଳେ ଖାଦ୍ୟପେୟ ଉପରେ ନଜର ରଖାଯାଇଛି। ତା’ର ରକ୍ତ ନମୁନା ପରୀକ୍ଷା ପାଇଁ ଭୁବନେଶ୍ବରସ୍ଥିତ ଓୟୁଏଟି ପ୍ରାଣୀ ବିଭାଗକୁ ପଠାଯାଇଥିଲା। ସେଥିରୁ ହାରପିସ୍‌ ଭୂତାଣୁ ସଂକ୍ରମଣର ଲକ୍ଷଣ ମିଳିଛି। ମାମା ୩୦ ପ୍ରତିଶତ ସଂକ୍ରମିତ ଥିବା ଜଣାପଡ଼ିଛି। ମାମାର ରକ୍ତ ନମୁନା ଅଧିକ ପରୀକ୍ଷା ଲାଗି ସେଣ୍ଟର ଫର ୱାଇଲ୍ଡ ଲାଇଫ୍ ଆଣ୍ଡ ରିସର୍ଚ ସେଣ୍ଟରକୁ ପଠାଯାଇଛି।

୨୦୧୭ ନଭେମ୍ବର ୩ରେ ମାମା ୫ ମାସର ହୋଇଥିବା ବେଳେ ଖୋର୍ଦ୍ଧା ବନଖଣ୍ଡ ଟାଙ୍ଗୀ ଅଞ୍ଚଳରୁ ଉଦ୍ଧାର ହୋଇଥିଲା। ୨୦୧୯ରେ ନନ୍ଦନକାନନରେ ହାରପିସ୍ ଭୂତାଣୁ ସଂକ୍ରମଣ କାରଣରୁ ହାତୀ ମଡ଼କ ହୋଇଥିଲା। ମାମା ସହିତ ଚନ୍ଦନ, କମଳା, ଜୁଲି ଓ ଗୌରୀ ଆକ୍ରାନ୍ତ ହୋଇଥିଲେ। ମାମା ଅଳ୍ପକେ ମୃତ୍ୟୁ ମୁଖରୁ ବର୍ତ୍ତିଯାଇଥିବା ବେଳେ ବାକି ୪ଟି ହାତୀଙ୍କର ମୃତ୍ୟୁ ହୋଇଥିଲା। ଅଗଷ୍ଟ ୨୬ରେ ଚନ୍ଦନ(୯), ୧୯ ସେପ୍ଟେମ୍ବରରେ ଜୁଲି (୧୦), ୨୪ ଡିସେମ୍ବରରେ କମଳା (୬) ଓ ୨୬ ଡିସେମ୍ବରରେ ଗୌରୀ(୭)ର ମୃତ୍ୟୁ ହୋଇଥିଲା। ସେହିଭଳି ଚନ୍ଦକା ଡମପଡ଼ା ଅଭୟାରଣ୍ୟରେ ଏକ ୧୦ ବର୍ଷର ଦନ୍ତା ହାତୀ ହାରପିସ୍‌ ଭୂତାଣୁ ସଂକ୍ରମିତ ହୋଇ ମୃତ୍ୟୁବରଣ କରିଥିଲା। ସେତେବେଳେ ହାରପିସ୍‌ ସଂକ୍ରମଣରେ ହାତୀ ମଡ଼କକୁ ନେଇ ନନ୍ଦନକାନନ ଓ ରାଜ୍ୟ ସରାକାର ଆତଙ୍କିତ ହୋଇ ପଡ଼ିଥିଲେ। ଏବେ ମାମା ଠାରେ ଲକ୍ଷଣ ପ୍ରକାଶ ପାଇବାରୁ ପୁଣି ପୁଣି ସଂକ୍ରମଣ ଆଶଙ୍କା ବଢ଼ିଯାଇଛି। ନନ୍ଦନକାନନରେ ବର୍ତ୍ତମାନ ପ୍ରେମା, ବାସନ୍ତୀ ଓ ହୀରା ୩ଟି ମାଈ ହାତୀ ଅଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe