ନନ୍ଦନକାନନ ଉନ୍ନତୀକରଣ: ବୈଠକ, ଘୋଷଣାରେ ସୀମିତ ଯୋଜନା

Advertisment

ନନ୍ଦନକାନନ ପ୍ରାଣୀ ଉଦ୍ୟାନକୁ ବିଶ୍ବ ପର୍ଯ୍ୟଟନ ମାନଚିତ୍ରରେ ସ୍ଥାନିତ କରିବାକୁ ଟନେଲ୍‌ ଆକ୍ବାରିୟମ୍‌ ନିର୍ମାଣ, କାଞ୍ଜିଆ ହ୍ରଦର ନବୀକରଣ, ବନ୍ୟଜନ୍ତୁ ବିନିମୟ କାର୍ଯ୍ୟକ୍ରମ, ଚିତାବାଘ, ଛୋଟ ବିରାଡ଼ି ପ୍ରଜାତିର ପ୍ରାଣୀ, ବିଦେଶୀ ବାନର ଜାତୀୟ ପ୍ରାଣୀଙ୍କ ନିମନ୍ତେ....

ନନ୍ଦନକାନନ ପ୍ରାଣୀ ଉଦ୍ୟାନକୁ ବିଶ୍ବ ପର୍ଯ୍ୟଟନ ମାନଚିତ୍ରରେ ସ୍ଥାନିତ କରିବାକୁ ଟନେଲ୍‌ ଆକ୍ବାରିୟମ୍‌ ନିର୍ମାଣ, କାଞ୍ଜିଆ ହ୍ରଦର ନବୀକରଣ, ବନ୍ୟଜନ୍ତୁ ବିନିମୟ କାର୍ଯ୍ୟକ୍ରମ, ଚିତାବାଘ, ଛୋଟ ବିରାଡ଼ି ପ୍ରଜାତିର ପ୍ରାଣୀ, ବିଦେଶୀ ବାନର ଜାତୀୟ ପ୍ରାଣୀଙ୍କ ନିମନ୍ତେ....

dgdvccv

ଭୁବନେଶ୍ବର: ନନ୍ଦନକାନନ ପ୍ରାଣୀ ଉଦ୍ୟାନକୁ ବିଶ୍ବ ପର୍ଯ୍ୟଟନ ମାନଚିତ୍ରରେ ସ୍ଥାନିତ କରିବାକୁ ଟନେଲ୍‌ ଆକ୍ବାରିୟମ୍‌ ନିର୍ମାଣ, କାଞ୍ଜିଆ ହ୍ରଦର ନବୀକରଣ, ବନ୍ୟଜନ୍ତୁ ବିନିମୟ କାର୍ଯ୍ୟକ୍ରମ, ଚିତାବାଘ, ଛୋଟ ବିରାଡ଼ି ପ୍ରଜାତିର ପ୍ରାଣୀ, ବିଦେଶୀ ବାନର ଜାତୀୟ ପ୍ରାଣୀଙ୍କ ନିମନ୍ତେ ଖୁଆଡ଼ ନିର୍ମାଣ ଉପରେ ୨୦୨୪ ଡିସେମ୍ବର ୬ ତାରିଖରେ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗର ଅଧିକାରୀମାନେ ନନ୍ଦନକାନନ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରିଥିଲେ। ୪ ମାସ ପ‌ରେ ଅର୍ଥାତ୍‌ ଏପ୍ରିଲ ୧୧ରେ ପୁଣିଥରେ ସେହି ବିଷୟରେ ଆଲୋଚନା ହୋଇଛି। ବିଭାଗୀୟ ଅତିରିକ୍ତ ମୁଖ୍ୟ ସଚିବ ସତ୍ୟବ୍ରତ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଚ୍ଚସ୍ତରୀୟ ବୈଠକରେ ପ୍ରାଣୀ ଉଦ୍ୟାନ ପରିସରରେ ଟନେଲ୍‌ ଆକ୍ବାରିୟମ୍‌, କାଞ୍ଜିଆ ହ୍ରଦର ପୁନରୁଦ୍ଧାର, ପ୍ରାଣୀ ବିନିୟମ କାର୍ଯ୍ୟକ୍ରମକୁ ବ୍ୟାପକ କରିବା, ଉଦ୍ଭିଦ ଉଦ୍ୟାନର ସୌନ୍ଦର୍ଯ୍ୟୀକରଣ, ରୋପ୍‌ ୱେ, ନନ୍ଦନକାନନ ମେଟ୍ରୋଷ୍ଟେସନ ନିର୍ମାଣ, ଗ୍ରାମ୍ୟ ରାସ୍ତା କାର୍ଯ୍ୟ ହାତକୁ ନେବାକୁ ଆଲୋଚନା ହୋଇଛି। 

ଦୁଇଦୁଇ ଥର ବୈଠକ ସରିଥିଲେ ମଧ୍ୟ କେବେ ସୁଦ୍ଧା କାମ ଆରମ୍ଭ ହେବ ସେନେଇ ରୂପରେଖ ପ୍ରସ୍ତୁତ ହୋଇପାରିନାହିଁ। ଆଲୋଚନା ଓ ସମୀକ୍ଷାରେ ହିଁ  ଯୋଜନା ଅଟକି ରହିଛି। ଏବେ ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ସ୍ବଚ୍ଛତା ବଜାୟ ରଖିବା ସହ କାଞ୍ଜିଆ ହ୍ରଦକୁ ପ୍ରଦୂଷଣ ମୁକ୍ତ କରିବାକୁ କର୍ତ୍ତୃପକ୍ଷ ନିଷ୍ପତ୍ତି ନେଇଛନ୍ତି। କାଞ୍ଜିଆ ହ୍ରଦର ଜୋନ୍‌-ଏରେ ବୋଟିଂ ସୁବିଧା ଉପଲବ୍ଧ କରିବାକୁ ଟେଣ୍ଡର୍‌ ଆହ୍ବାନ କରାଯାଇଛି। ଚଳିତ ମାସ ୨୮ ତାରିଖ ମଧ୍ୟରେ ଦେଶର ଯେ କୌଣସି ପର୍ଯ୍ୟଟନ ସ୍ଥଳୀରେ ୫ ବର୍ଷର ଅଭିଜ୍ଞତା ଥିବା ସରକାରୀ କିମ୍ବା ନାମକରା ଘରୋଇ ସଂସ୍ଥା ଆବେଦନ କରିପାରିବେ। । ରାଜିନାମା ସ୍ବାକ୍ଷର ହେବାର ୧୫ ଦିନ ମଧ୍ୟରେ ସଂସ୍ଥା ଏହାର ପରିଚାଳନା ଆରମ୍ଭ କରିବ। ୨, ୪ ଓ ୬ ସିଟ୍‌ ବିଶିଷ୍ଟ ନୂଆ ଛୋଟ ପେଡାଲ ବୋଟ୍‌ ବ୍ୟବସ୍ଥା କରାଯିବ। 

କାଞ୍ଜିଆ ହ୍ରଦରେ ବୋଟିଂ ପାଇଁ ଟେଣ୍ଡର, ‌ସ୍ବଚ୍ଛତାକୁ ଗୁରୁତ୍ବ
ପ୍ରାଣୀଉଦ୍ୟାନ ବର୍ଜ୍ୟ ପରିଚାଳନ ପାଇଁ ବିଏମ୍‌ସି ସହ ହେବ ବୁଝାମଣାପତ୍ର

ରାଜିନାମା ସ୍ବାକ୍ଷର ସମୟରେ ସମ୍ପୃକ୍ତ ସଂସ୍ଥା କାଞ୍ଜିଆ ହ୍ରଦ ଯେପରି ପ୍ରଦୂଷିତ ନ ହୁଏ ସେଥିପାଇଁ ଉତ୍ତରଦାୟୀ ରହିବେ। ଶବ୍ଦ ପ୍ରଦୂଷଣ ମଧ୍ୟ ନିୟନ୍ତ୍ରଣ ଭିତରେ ରହିବା ଆବଶ୍ୟକ। ନନ୍ଦନକାନନ ପ୍ରାଣୀ ଉଦ୍ୟାନ କର୍ତ୍ତୃପକ୍ଷ ବୋଟିଂ ଦିନ ଓ ସମୟ ଧାର୍ଯ୍ୟ କରିବେ। ସମ୍ପୃକ୍ତ ସଂସ୍ଥା ବୋଟିଂ ସମୟରେ ଯାତ୍ରୀଙ୍କ ସୁରକ୍ଷାକୁ ସୁନିଶ୍ଚିତ କରାଇବେ। ବୋଟିଂ ସମୟରେ ସମସ୍ତ ଯାତ୍ରୀଙ୍କୁ ଲାଇଫ୍‌ ଜ୍ୟାକେଟ୍‌ ପ୍ରଦାନ, ଆବଶ୍ୟକୀୟ ମାନବ ସମ୍ବଳ, ସୁରକ୍ଷା ପାଇଁ ଉଦ୍ଧାରକାରୀ ବୋଟ୍‌ ପ୍ରସ୍ତୁତ ରଖିବେ।  ଯଦି କୌଣସି ପ୍ରକାର ଦୁର୍ଘଟଣା ହୁଏ ତେବେ ସମ୍ପୃକ୍ତ ସଂସ୍ଥା କ୍ଷତିପୂରଣ ପ୍ରଦାନ କରିବ। 

ପ୍ରାଣୀ ଉଦ୍ୟାନର ବର୍ଜ୍ୟ ପରିଚାଳନାକୁ ତ୍ବରାନ୍ବିତ କରାଯିବ। ସମଗ୍ର ପ୍ରାଣୀ ଉଦ୍ୟାନରୁ ବାହାରୁ ଥିବା ବର୍ଜ୍ୟବସ୍ତୁର ଯେପରି ଠିକ୍‌ ପରିଚାଳନା ହେବ ସେନେଇ ବିଏମ୍‌ସି ଓ ପ୍ରାଣୀ ଉଦ୍ୟାନ ମଧ୍ୟରେ ଏକ ବୁଝାମଣାପତ୍ର ସ୍ବାକ୍ଷରିତ ହେବ। ଉଦ୍ୟାନର ବିକାଶ ତଥା ସଂରକ୍ଷଣ ପାଇଁ ଅଧିକ ପୃଷ୍ଠପୋଷକଙ୍କୁ ଚିହ୍ନଟ କରିବା ଏବଂ ସେମାନଙ୍କୁ ସାମିଲ କରିବା ଉଦ୍ଦେଶ୍ୟରେ ‘ନନ୍ଦନକାନନର ପୃଷ୍ଠପୋଷକ’ କାର୍ଯ୍ୟକ୍ରମକୁ ଲାଗୁ କରିବାକୁ ଯୋଜନା ହୋଇଛି। ଏବେ ପ୍ରାଣୀ ଉଦ୍ୟାନରେ ୧୬୮ ପ୍ରଜାତିର ୪,୨୪୨ଟି ବନ୍ୟପ୍ରାଣୀ ଅଛନ୍ତି। ସେଥିମଧ୍ୟରୁ ୭୮ ପ୍ରଜାତିର ୧,୮୭୧ଟି ପକ୍ଷୀ, ୫୪ ପ୍ରଜାତିର ୧,୯୮୦ ସ୍ତନ୍ୟପାୟୀ, ୩୦ ପ୍ରଜାତିର ୩୭୦ ସରୀସୃପ ଓ ୬ ପ୍ରଜାତିର ୨୧ଟି ଉଭୟଚର ପ୍ରାଣୀ ରହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe