ନନ୍ଦନକାନନରେ ବିଶ୍ୱ ହସ୍ତୀ ଦିବସ: ଖୁସିକଲା ଲିସା ଓ ଆଶାଙ୍କ ନଖରାମି

ଆଜି ନନ୍ଦନକାନନ ପ୍ରାଣୀଉଦ୍ୟାନରେ ବିଶ୍ୱ ହସ୍ତୀ ଦିବସ ପାଳିତ ହୋଇଯାଇଛି। ହାତୀଙ୍କ ସୁରକ୍ଷା ପାଇଁ ସାଧାରଣରେ ସଚେତନ ବାର୍ତ୍ତା ବାଣ୍ଟିବା ପାଇଁ ଉଦ୍ଦିଷ୍ଟ ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ମୁଖ୍ୟ ବନ୍ୟପ୍ରାଣୀ ସଂରକ୍ଷକ ତଥା ‘ପ୍ରକୃତି ଓ ବନ୍ୟପ୍ରାଣୀ ସଂରକ୍ଷକ....

dgdggdxvv

ବାରଙ୍ଗ: ଆଜି ନନ୍ଦନକାନନ ପ୍ରାଣୀଉଦ୍ୟାନରେ ବିଶ୍ୱ ହସ୍ତୀ ଦିବସ ପାଳିତ ହୋଇଯାଇଛି। ହାତୀଙ୍କ ସୁରକ୍ଷା ପାଇଁ ସାଧାରଣରେ ସଚେତନ ବାର୍ତ୍ତା ବାଣ୍ଟିବା ପାଇଁ ଉଦ୍ଦିଷ୍ଟ ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ମୁଖ୍ୟ ବନ୍ୟପ୍ରାଣୀ ସଂରକ୍ଷକ ତଥା ‘ପ୍ରକୃତି ଓ ବନ୍ୟପ୍ରାଣୀ ସଂରକ୍ଷକ ସମାଜ’ର ସଦସ୍ୟ ବିକାଶ ରଞ୍ଜନ ଦାଶ ଯୋଗଦେଇଥିଲେ। ନନ୍ଦନକାନନର ଉପନିର୍ଦ୍ଦେଶକ ସନତ କୁମାର ନାରାୟଣ, ଜନ୍ତୁ ବିଭାଗ ଏସିଏଫ୍ ନୂତନ କୁମାର ହେମ୍ବ୍ରମ, ରେଞ୍ଜ୍‌ ଅଫିସର ଭଗବାନ ବିଶୋଇ, ବରିଷ୍ଠ ଚିକିତ୍ସକ ଡା. ଶରତ କୁମାର ମିଶ୍ର, ଡା. ଶରତ କୁମାର ସାହୁଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀ ଓ କର୍ମଚାରୀମାନେ ଉପସ୍ଥିତ ଥିଲେ।  

କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଥିଲା ହାତୀ ସଫାରିରେ। ଆଜି ହାତୀମାନଙ୍କ ଲାଗି ଯଥେଷ୍ଟ ପରିମାଣର ଆଖୁ, କଦଳୀ, ସେଓ, ନଡିଆ ଓ ତରଭୁଜ ଆଦି ଅଣାଯାଇଥିଲା। ବୁଢ଼ୀ ହାତୀ ବାସନ୍ତୀ(୬୧), ଯୁବା ମାଈ ହାତୀ ହୀରା(୨୭), କୁନି ଛୁଆ ହାତୀ ଆଶା(୩) ଓ ଲିସା(ଦେଢବର୍ଷ)ଙ୍କୁ ଧରି ମାହୁନ୍ତମାନେ ଉତ୍ସବସ୍ଥଳୀକୁ ଆସିଥିଲେ। ସେଠାରେ ଅତିଥିମାନେ ହାତୀମାନଙ୍କୁ ନିଜ ହାତରେ ଖୁଆଇଥିଲେ। ବାସନ୍ତୀ ଓ ହୀରା ଖୁସିରେ ଫଳ ଓ ଆଖୁ ଖାଇଥିଲେ। କିନ୍ତୁ ଦୁଇ ଛୁଆ ହାତୀ ଖାଇବେ କ’ଣ, ନଖରାମି ଆରମ୍ଭ କରିଦେଲେ। ଏତେ ଲୋକଙ୍କୁ ପାଖରେ ଦେଖି ସେମାନେ ଖୁସିରେ ଖେଳିବା ଆରମ୍ଭ କରିଦେଲେ। ଅତିଥିମାନେ ସେମାନଙ୍କ ମୁହଁରେ ଫଳ ଦେଉଥିବା ବେଳେ ସେମାନେ ଖାଦ୍ୟକୁ ନ ଚାହିଁ ଖେଳିବାରେ ମାତି ଯାଇଥିଲେ। ଚୁଲ୍‌ବୁଲି ଲିସା ଲସରପସର ହୋଇ ଅତିଥିମାନଙ୍କ ଦେହରେ ଘଷିହୋଇଥିଲା ଏବଂ ଆଶା ଅତିଥିମାନଙ୍କ ହାତ ଓ ସାର୍ଟକୁ ଶୁଣ୍ଢରେ ଭିଡ଼ିବାରେ ଲାଗିଥିଲା। ତେଣୁ ଅତିଥିମାନେ ମଧ୍ୟ ଦୁଇ ଛୁଆଙ୍କ ସହିତ ଖେଳିବାରେ ମଜ୍ଜି ଯାଇଥିଲେ। ହାତୀ ଶାବକଦ୍ବୟଙ୍କ ଏହି ଖୁସିର ଖେଳ, ଅତିଥି ଓ ଦର୍ଶକଙ୍କ ମନ କିଣିନେଇଥିଲା। 

ଏହି ଅବସରରେ ମାହୁନ୍ତ ଅର୍ଜୁନ ଖମାରୀ, ଗଙ୍ଗା ଖମାରୀ, ସୁରେଶ ମହାନ୍ତି, ରବି ଓ ପପୁଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଏହାପରେ କାନନ ବାଘୁଣୀ ସ୍ମୃତି ଛକରେ ବିଭିନ୍ନ ବିଦ୍ୟାଳୟରୁ ଆସିଥିବା ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ପ୍ରଶ୍ନୋତ୍ତର ଓ ଗଳ୍ପ କଥନ ପ୍ରତଯୋଗିତା କରାଯାଇ ପୁରସ୍କାର ପ୍ରଦାନ କରାଯାଇଥିଲା। ପରେପରେ ଛାତ୍ରଛାତ୍ରୀମାନେ ସେଲ୍‌ଫି ପଏଣ୍ଟରେ ହାତୀ ଛବି ସହିତ ଫଟୋ ଉଠାଇ ଦସ୍ତଖତ ଅଭିଯାନରେ ସାମିଲ ହୋଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe