ଦୂଷିତ ପାଣି ହିଁ କୁମ୍ଭୀର ମୃତ୍ୟୁର କାରଣ

Advertisment

କୁମ୍ଭୀର ଓ ଜଳହସ୍ତୀ ଟାଙ୍କି ଅନୁଧ୍ୟାନ କଲେ ବିଶେଷଜ୍ଞ

କୁମ୍ଭୀର ଓ ଜଳହସ୍ତୀ ଟାଙ୍କି ଅନୁଧ୍ୟାନ କଲେ ବିଶେଷଜ୍ଞ

ଦୂଷିତ ପାଣି ହିଁ କୁମ୍ଭୀର ମୃତ୍ୟୁର କାରଣ

ବାରଙ୍ଗ : ୨୦୧୫-୧୬ରେ ନନ୍ଦନକାନନରେ ବାରମ୍ବାର ଘଡ଼ିଆଳ କୁମ୍ଭୀରଙ୍କ ମୃତ୍ୟୁ ଘଟଣା ନନ୍ଦନକାନନ କର୍ତୃପକ୍ଷଙ୍କ ଚିନ୍ତା ବଢ଼ାଇ ଦେଇଥିଲା। ଆଗକୁ ଯେପରି ଏହି ଘଟଣାର ପୁନରାବୃତ୍ତି ନହୁଏ ସେଥିପ୍ରତି କର୍ତୃପକ୍ଷ ଗୁରୁତ୍ୱ ଦେଇଥିଲେ। କୁମ୍ଭୀରମାନଙ୍କ ମୃତ୍ୟୁର କାରଣ ଜାଣିବାକୁ ଜୋର୍‌ ଦିଆଯାଇଥିଲେ। ଏହାକୁ ଦୃଷ୍ଟିରେ ରଖି ଆଜି ଏକ ବିଶେଷଜ୍ଞ ଦଳ ନନ୍ଦନକାନନ ପରିଦର୍ଶନରେ ଆସି ଘଡ଼ିଆଳ କୁମ୍ଭୀରମାନେ ରହୁଥିବା ଟାଙ୍କି ଦେଖିବା ସହିତ ଏହାର ଜଳ ପରୀକ୍ଷା କରିଥିଲେ। ଟାଙ୍କିର ବିଷାକ୍ତ ପାଣି ହିଁ କୁମ୍ଭୀରମାନଙ୍କ ମୃତ୍ୟୁର କାରଣ ବୋଲି ବିଶେଷଜ୍ଞମାନେ ମତ ଦେଇଥିଲେ। ସ୍ଥିତି ଅନୁଧ୍ୟାନ ଓ କର୍ତୃପକ୍ଷଙ୍କ ସହ ଆଲୋଚନା ପରେ ଏହି ମତ ପ୍ରକାଶ ପାଇଥିଲା।

ସେହିପରି ଜଳହସ୍ତୀମାନଙ୍କ ମୃତ୍ୟୁର କାରଣ ଦୂଷିତ ପାଣି ବୋଲି ମତ ପ୍ରକାଶ ପାଇଛି। ଦୀର୍ଘ ବର୍ଷ ହେବ ଟାଙ୍କିଗୁଡିକରୁ ଜଳ ନିଷ୍କାସନ କରା ନଯିବା। ଟାଙ୍କି ଉଝଳା ନଯିବା ପାଣି ଦୂଷିତ ହେବାର କାରଣ ବୋଲି କୁହାଯାଇଛି। ଟାଙ୍କିରେ କୁମ୍ଭୀର ଓ ଜଳହସ୍ତୀଙ୍କର ମଳ,ମୂତ୍ର ଓ ବଳକା ଖାଦ୍ୟ ସବୁ ପଡ଼ି ରହି ପଚୁଛି। ସେଗୁଡ଼ିକ ପଙ୍କରେ ପରିଣତ ହୋଇ ଟାଙ୍କିରେ ଜମି ରହୁଛି। ଫଳରେ ସେଥିରେ ଜୋକ ସୃଷ୍ଟି ହେଉଛନ୍ତି। ଜୋକ କୁମ୍ଭୀର ଓ ଜଳହସ୍ତୀଙ୍କ ପେଟ ଭିତରକୁ ଯାଇ ସେମାନଙ୍କ ପାକସ୍ଥଳୀ, ଯକୃତକୁ ସଂକ୍ରମିତ କରୁଛନ୍ତି। ଯାହାଫଳରେ ସେମାନେ ବିଭିନ୍ନ ମାରତ୍ମକ ରୋଗରେ ପଡ଼ୁଛନ୍ତି। ଏହାଦ୍ୱାରା କୁମ୍ଭୀର ଓ ଜଳହସ୍ତୀଙ୍କ ମୃତ୍ୟୁ ହେଉଛି। କୁମ୍ଭୀର ଓ ଜଳହସ୍ତୀମାନଙ୍କ ସୁରକ୍ଷା ଲାଗି ସେମାନେ ରହୁଥିବା ଟାଙ୍କିରୁ ପାଣି ନିଷ୍କାସନ କରି ସେଥିରୁ ପଙ୍କ ଉଦ୍ଧାର କରିବାକୁ ବିଶେଷଜ୍ଞମାନେ କର୍ତ୍ତୃପକ୍ଷଙ୍କୁ ପରାମର୍ଶ ଦେଇଛନ୍ତି। ଗତବର୍ଷ ଘଡ଼ିଆଳ ଟାଙ୍କିରୁ ଜଳ ନିଷ୍କାସନ ଲାଗି ପଦକ୍ଷପ ନିଆ ଯାଇଥିଲା। ଆଗାମୀ ଦିନରେ ଖୁବ୍‌ ଶୀଘ୍ର ବିଶେଷଜ୍ଞଙ୍କ ପରାମର୍ଶ ଅନୁଯାୟୀ ଘଡ଼ିଆଳ କୁମ୍ଭୀର ଟାଙ୍କି ଓ ଜଳହସ୍ତୀ ଘର ସଫା କରିବାକୁ ନନ୍ଦନକାନନ କର୍ତ୍ତୃପକ୍ଷ ନିଷ୍ପତ୍ତି ନେଇଛନ୍ତି।

ବିଶେଷଜ୍ଞ ଦଳରେ କେନ୍ଦ୍ରୀୟ ଚିଡ଼ିଆଖାନାର ସଦସ୍ୟ ସରୋଜ ପଟ୍ଟନାୟକ, କୁମ୍ଭୀର ବିଶେଷଜ୍ଞ ଲାଲା ଏ କେ ସିଂ, ସୁଦର୍ଶନ କର ଓ ସୁଧାକର ମହାରଣା ଥିଲେ। ଅନ୍ୟମାନଙ୍କ ମଧ୍ୟରେ ନନ୍ଦନକାନନ ନିର୍ଦେଶକ ଶିଶିର ଆଚାର୍ଯ୍ୟ, ଉପ-ନିର୍ଦେଶକ ଜୟନ୍ତ କୁମାର ଦାସ, ବରିଷ୍ଠ ପ୍ରାଣୀ ଚିକିତ୍ସକ ଅନୀଲ କୁମାର ଦାସ ଓ ଜନ୍ତୁ ବିଭାଗ ସହକାରୀ ନିର୍ଦେଶକ ଅଞ୍ଜନ କୁମାର ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ। ସୂଚନାଯୋଗ୍ୟ ଯେ, ୨୦୧୫-୧୬ରେ ନନ୍ଦନକାନନରେ ୧୬ଟି ଘଡ଼ିଆଳ କୁମ୍ଭୀରଙ୍କ ମୃତ୍ୟୁ ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe