‘ନନ୍ଦିକା’ର ପ୍ରଥମ ସ୍ବନକ୍ଷତ୍ର ଉତ୍ସବ

‘ନନ୍ଦିକା’ର ପ୍ରଥମ ସ୍ବନକ୍ଷତ୍ର ଉତ୍ସବ

ଭୁବନେଶ୍ବର: ମାସିକ ସାହିତ୍ୟ ପତ୍ରିକା ‘ନନ୍ଦିକା’ର ପ୍ରଥମ ସ୍ବନକ୍ଷତ୍ର ଉତ୍ସବ ଆଜି ହୋଟେଲ ମେ’ ଫେୟାରରେ ଅନୁଷ୍ଠିତ ହୋଇଛି। ‘ନନ୍ଦିକା’ର ମୁଖ୍ୟ ସମ୍ପାଦକ ମନୋଜ କୁମାର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦ୍‌ଘାଟନୀ ଉତ୍ସବରେ ପଦ୍ମବିଭୂଷଣ କବି ସୀତାକାନ୍ତ ମହାପାତ୍ର, କବି ପଦ୍ମଭୂଷଣ ଡ. ରମାକାନ୍ତ ରଥ, ବିଶିଷ୍ଟ କବି ପ୍ରତିଭା ଶତପଥୀ ପ୍ରମୁଖ ଅତିଥି ଭାବେ ଯୋଗଦେଇ ଓଡ଼ିଆ ସାହିତ୍ୟର ବିଭିନ୍ନ ଦିଗ ଓ ସାହିତ୍ୟ ପତ୍ରିକା ଉପରେ ଆଲୋକପାତ କରିଥିଲେ। ଏହି ଅବସରରେ ‘ନନ୍ଦିକା’ର ଦ୍ବିତୀୟ ବର୍ଷର ପ୍ରଥମ ସ˚ଖ୍ୟା ଅତିଥିଙ୍କ ଦ୍ବାରା ଉନ୍ମୋଚିତ ହୋଇଥିଲା। ପତ୍ରିକାର ମୁଖ୍ୟ ସମ୍ପାଦକ ମନୋଜ ମହାପାତ୍ର ସ୍ବାଗତ ଭାଷଣ ଦେଇଥିବା ବେଳେ ଉପଦେଷ୍ଟା ଡ. ରାମଚନ୍ଦ୍ର ବେହେରା ଉପସ୍ଥିତ ଥିଲେ। ଉତ୍ସବର ଦ୍ବିତୀୟ ଅଧିବେଶନରେ ‘ସାମ୍ପ୍ରତିକ କବିତା ଓ ‘ନନ୍ଦିକା’ ଶୀର୍ଷକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା। ଡ. ଆଶୁତୋଷ ପରିଡ଼ାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଅଧିବେଶନରେ ଅପର୍ଣ୍ଣା ମହାନ୍ତି, ସୀତାକାନ୍ତ ମହାନ୍ତି, ଶତ୍ରୁଘ୍ନ ପାଣ୍ତବ ପ୍ରମୁଖ ଅ˚ଶଗ୍ରହଣ କରି କବିତାର ବିଭିନ୍ନ ଦିଗ ଉପରେ ଆଲୋଚନା କରିଥିଲେ। ତୃତୀୟ ଅଧିବେଶନରେ ଡ. ସୁଲୋଚନା ଦାସଙ୍କ ଅଧ୍ୟକ୍ଷତାରେ ‘ସାମ୍ପ୍ରତିକ ଗଳ୍ପ ଓ ନନ୍ଦିକା’ ଶୀର୍ଷକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା। ଏଥିରେ ବିଶିଷ୍ଟ କଥାକାର ସଦାନନ୍ଦ ତ୍ରିପାଠୀ, ସହଦେବ ସାହୁ, ପରେଶ କୁମାର ପଟ୍ଟନାୟକ ଅ˚ଶଗ୍ରହଣ କରିଥିଲେ। ଶେଷ ଅଧିବେଶନରେ ଭାସ୍କର ପରିଚ୍ଛାଙ୍କ ଅଧ୍ୟକ୍ଷତାରେ ‘ନନ୍ଦିକାରେ ସାହିତ୍ୟଭିତ୍ତିକ ଆଲୋଚନା: ଫିଚର‌୍‌’ ଶୀର୍ଷକ ଆଲୋଚନା ଅନୁଷ୍ଠିତ ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe