ଚନ୍ଦ୍ରଶେଖରପୁର : ଦେଶର ୨୩ଟି ରାଜ୍ୟରୁ ମୋଟ୍ ୩୫ ଜଣ ୧୬ ବର୍ଷରୁ କମ୍ ବୟସର କୁନି ସୁନ୍ଦରୀ ପ୍ରତିଯୋଗୀ କିଟ୍ ନହ୍ନିପରୀ ୨୦୧୯ ପ୍ରତିଯୋଗିତାରେ ଯୋଗଦେବା ପାଇଁ ଆସି ପହଞ୍ଚିଛନ୍ତି। ଆଜି କିଟ୍ କ୍ୟାମ୍ପସରେ ସେମାନଙ୍କ ମଧ୍ୟରେ ସେମି ଫାଇନାଲ୍ ରାଉଣ୍ଡ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ରବିବାର ଅପରାହଣ୍ରେ ହେବାକୁ ଥିବା କିଟ୍ ନହ୍ନିପରୀ ଗ୍ରାଣ୍ଡ ଫିନାଲେରେ ପ୍ରତିଯୋଗୀମାନେ ଅଂଶ ଗ୍ରହଣ କରିବେ। ଗୀତ, ନୃତ୍ୟ, ସାଧାରଣଜ୍ଞାନ, ଖେଳ, ଫଟୋଗ୍ରାଫି, ସୁନ୍ଦର ମେକପ୍, କେଶ ସଜ୍ଜା ଓ ଫ୍ୟାସନ୍ ଭଳି ବଭିନ୍ନ ବର୍ଗର ପରୀକ୍ଷା ଦେଇ ଆଜି ପ୍ରତିଯୋଗୀମାନେ ନିଜର ଦକ୍ଷତା ପ୍ରଦର୍ଶନ କରିଥିଲେ। ଏହା ସହିତ କିଟ୍-କିସ୍ ବିଶ୍ବବିଦ୍ୟାଳୟର ସମସ୍ତ କ୍ୟାମ୍ପସ୍ ଓ କିସ୍ ଜଗନ୍ନାଥ ମନ୍ଦିର ପରିଭ୍ରମଣ କରି ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କୁ ସାକ୍ଷାତ କରିଥିଲେ। ଶ୍ରୀ ସାମନ୍ତ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇବା ସହ ସ୍ବାଗତ କରିଥିଲେ।
ଆଜି ନହ୍ନିପରୀ ଗ୍ରାଣ୍ଡ ଫିନାଲେ
Advertisment
Follow Us