ଏଇ ବୋଧେ ପ୍ରେମ

Advertisment
ଏଇ ବୋଧେ ପ୍ରେମ

ଭୁବନେଶ୍ବର : ଯେବେ ମଣିଷ ଆଖପାଖରେ ତା’ର ପୂରା ସଂସାର ଚଳପ୍ରଚଳ ହେଉଥାଏ, ସେବେ ସେ କର୍ମଜଞ୍ଜାଳରେ ଫସିଥାଏ। ମାତ୍ର ଯେବେ ସେ ବୟସର ଅପରାହ୍‌ଣରେ ପହଞ୍ଚେ, ସନ୍ତାନମାନେ ଥାଇ ବି ତାଙ୍କ ପାଖରେ ନଥାନ୍ତି। ଏହା ସଂସାରର ବିଡ଼ମ୍ବନା ହୋଇପାରେ ଅଥବା ବିଚିତ୍ର ସଂଯୋଗ। ହୁଏତ ତା’ର ସେ ନିଃସଙ୍ଗ ଦୁଃଖକୁ ସେ ସୁଖରେ ରୂପାନ୍ତରିତ କରିପାରେ ଅବା ନକରିପାରେ। ମାତ୍ର ଏହା ହିଁ ଜୀବନ। କେହି ଗ୍ରହଣ କରୁ ଅବା ନକରୁ। ମଙ୍ଗଳବାର ରବୀନ୍ଦ୍ର ମଣ୍ଡପରେ ସମାଜର ଏହି ବାସ୍ତବ ଚିତ୍ରକୁ ନାଟକ ରୂପରେ ଦେଖିବାର ସୁଯୋଗ ମିଳିଥିଲା। ବିଦ୍ୟାକନକ ସୃଜନାନୁଷ୍ଠାନ ଏବଂ ଭୁବନେଶ୍ବର ଓ ରୋଟାରି ଇଣ୍ଟରନ୍ୟାସ୍‌ନାଲ୍‌ ଡିଷ୍ଟ୍ରିକ୍ଟ-୩୨୬୨ର ମିଳିତ ପ୍ରଚେଷ୍ଟାରେ ମଞ୍ଚସ୍ଥ ହୋଇଥିଲା ନାଟକ ‘ଏଇ ବୋଧେ ପ୍ରେମ’।

ନାଟ୍ୟକାର ଦିଲ୍ଲୀପ ବଳବନ୍ତରାୟଙ୍କ ରଚିତ ଏବଂ ଶୁଭକାନ୍ତ ପାଢ଼ୀଙ୍କ ସଂଯୋଜିତ ଏହି ନାଟକକୁ ନିର୍ଦେଶନା ଦେଇଥିଲେ ଜଗଦୀଶ ପ୍ରସାଦ। ସଂଗୀତ କୈଳାସ ସେନାପତି ଦେଇଥିବା ବେଳେ ମଞ୍ଚ ସଜେଇଥିଲେ ପ୍ରଜ୍ଞାଦତ୍ତ ସାହୁ। ଆଲୋକ ପରିଚାଳନା କରିଥିଲେ ଶୁଭ୍ରାଂଶୁ ପରିଡ଼ା। ନବୀନ ପରିଡ଼ା, ସୁନନ୍ଦା, ଜଗଦୀଶ, ପ୍ରଦୋଷ, କିଶୋର, ଲକ୍ଷ୍ମୀପ୍ରିୟା, ଶୁଭସ୍ମିତା ଓ ଶୁଭକାନ୍ତ ପ୍ରମୁଖ ଅଭିନୟ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe