ଭୁବନେଶ୍ୱର : ଜଣେ କିରାଣୀ ଉପରେ ରହିଛି ତାର ଅଫିସ୍ କାମର ବୋଝ। ପୁଣି ଠକି ଚାଲୁଥିବା ସମାଜର ବୋଝ ସହ ଜୀବନ ଜଞ୍ଜାଳର ବୋଝ। ମାତ୍ର ପତ୍ନୀର ପଦେ କଥାରେ ନାୟକର ସ୍ୱାଭିମାନ ଜାଗ୍ରତ ହୋଇଛି। ପରାଧୀନତାର ଶୃଙ୍ଖଳକୁ ଛିନ୍ନ କରିବାର ମାନସିକତା ନେଇ ସେ ଚାକିରିରୁ ଇସ୍ତଫା ଦେଇଛନ୍ତି। ଏହିଭଳି ଏକ କାହାଣୀକୁ ଆଧାର କରି ଆଜି ରବୀନ୍ଦ୍ର ମଣ୍ଡପରେ ମଞ୍ଚସ୍ଥ ହୋଇଥିଲା ନାଟକ ‘ଇସ୍ତଫା’। ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଓଡ଼ିଶା ନାଟ୍ୟ ସଂଘ ଆୟୋଜିତ ନାଟ୍ୟଧାରାରେ ମଞ୍ଚସ୍ଥ ଏହି ନାଟକର ନିର୍ଦେଶନା ଦେଇଥିଲେ ଜଗନ୍ନାଥ ସେଠ୍। ଏହି ଅବସରରେ କେନ୍ଦ୍ର ସଙ୍ଗୀତ ନାଟକ ଏକାଡେମିର ସଦସ୍ୟ ରାଜୁ ଦାସ, ଓଡ଼ିଶା ସଙ୍ଗୀତ ନାଟକ ଏକାଡେମିର ସଚିବ ବିଜୟ ଜେନା, ଅନଗୁଳ ରେଲେଓ୍ଵର ଏମ୍ଡିି ଦିଲ୍ଲୀପ ସାମନ୍ତରାୟ କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥିଲେ।
ପରାଧୀନତା ଭାଙ୍ଗିବାକୁ ‘ଇସ୍ତଫା’
Advertisment
Follow Us