ମଞ୍ଚସ୍ଥ ହେଲା ନାଟକ ‘ଖଳନାୟିକା-ଏକ ଆତ୍ମକଥା’ : ଆଖିକୁ ସାକ୍ଷୀ କଲେ ମନ ଧୋକା ଖାଏ

Advertisment
ମଞ୍ଚସ୍ଥ ହେଲା ନାଟକ ‘ଖଳନାୟିକା-ଏକ ଆତ୍ମକଥା’ : ଆଖିକୁ ସାକ୍ଷୀ କଲେ ମନ ଧୋକା ଖାଏ

ଭୁବନେଶ୍ବର : ଚେହେରା ମିଶିଲେ ଚରିତ୍ର ମିଶେନା। ଆଖିକୁ ସାକ୍ଷୀ କଲେ ଧୋକା ଖାଏ ମନ। ସଂପର୍କକୁ ମାରିବା ପାଇଁ ନିତି ନିତି ନୂଆ ବାଟ ଖୋଜେ ମଣିଷ। ଏମିତି ଅନେକ ନାଟକୀୟ ମୋଡ଼ ଦେଇ ମଧ୍ୟ ଅନେକ ସମ୍ପର୍କର ସୂତାଖିଅରେ ଛିଣ୍ଡିଯାଏ। ଏଠି ନାୟିକା ଭିତରେ କ’ଣ ଲୁଚିଛି ଖଳନାୟିକା? ସମ୍ପର୍କକୁ ନେଇ ଏମିତି ଏକ ବିଶ୍ବାସ ଓ ଅବିଶ୍ବାସର ନାଟକ ‘ଖଳନାୟିକା-ଏକ ଆତ୍ମକଥା’ ଲାବଣ୍ୟ ଥିଏଟର୍‌ ପକ୍ଷରୁ ପରିବେଷିତ ହୋଇଥିଲା ଭଞ୍ଜକଳା ମଣ୍ଡପରେ। ସବୁ ପାପ କ’ଣ ପ୍ରାୟଶ୍ଚିତ କରେ? ଚେହେରା କ’ଣ ନିଜକୁ ଚିହ୍ନିପାରେ? ଯଦି ହଁ ତେବେ କେ‌େତବେଳେ। ପ୍ରେମରେ ନା ଭ୍ରମରେ? ପଶ୍ଚାତ୍ତାପରେ ନା ପ୍ରତାରଣାରେ? ଅନୁସନ୍ଧାନ‌େର ନା ଅନୁଶୀଳନ‌େର? ଏହାର ଉତ୍ତର ଦେଇଥିଲା ଏହି ନାଟକ। ଦିଲ୍ଲୀପ ବଳବନ୍ତରାୟ ନାଟକ ରଚନା କରିଥିବା ବେଳେ ନିର୍ଦେଶନା ଦେଇଥିଲେ ସତ୍ୟ ଜେନା। ଅଞ୍ଜଳି ପଣ୍ଡା ଓ ସୋନିକା ସାହୁ ଅଭିନୟ କରିଥିଲେ। ଏହି ଅବସରରେ ଓଡ଼ିଶା ନାଟ୍ୟ ସଂଘର ସଭାପତି ହରେନ୍‌ ସାହୁ ଓ ସମ୍ପାଦକ ଲାଲା ବୀରେନ ରାୟ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe