ଜାତୀୟ ଚିତ୍ରକଳା ପ୍ରଦର୍ଶନୀ

Advertisment
ଜାତୀୟ ଚିତ୍ରକଳା ପ୍ରଦର୍ଶନୀ

ଭୁବନେଶ୍ୱର: ଇଣ୍ଡିଆନ୍‌ କନ୍‌ଟେମ୍ପରାରି ଆର୍ଟିଷ୍ଟ ଆସୋସିିଏସନ୍‌ ପକ୍ଷରୁ ଜାତୀୟ ଚିତ୍ରକଳା ପ୍ରଦର୍ଶନୀ ଟଙ୍କପାଣି ରୋଡ୍‌ସ୍ଥିତ ସୁଭଦ୍ରା ଆର୍ଟ ଗ୍ୟାଲେରିଠାରେ ଅନୁଷ୍ଠିତ ହୋଇଯାଇଛି। ଏହି ସାତ ଦିନିଆ ଶିବିରକୁ ସିବିଆଇର ପୂର୍ବତନ ବିଚାରପତି ହୃଦୟ ବଲ୍ଲଭ ଦାସ ଉଦ୍‌ଘାଟନ କରିଥିଲେ। ଏଥିରେ ମୁଖ୍ୟ ଅତିଥି ଭାବେ ପର୍ଯ୍ୟଟନ ଓ ସଂସ୍କୃତି ବିଭାଗ ମନ୍ତ୍ରୀ ଅଶୋକ ପଣ୍ଡା ଏବଂ ସମ୍ମାନିତ ଅତିଥି ଭାବେ ମେୟର ଅନନ୍ତ ନାରାୟଣ ଜେନା, ସାଂସଦ ପ୍ରସନ୍ନ ପାଟ୍ଟସାଣୀ, ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ, ପଦ୍ମ ବିଭୂଷଣ ଶିଳ୍ପୀ ରଘୁନାଥ ମହାପାତ୍ର, ଓଡ଼ିଶା ଲଳିତକଳା ଏକାଡେମିର ସଚିବ ମାନସ ରଞ୍ଜନ ରଥ, ବରିଷ୍ଠ ସମ୍ବାଦିକ ପ୍ରଦୋଷ ପଟ୍ଟନାୟକ ଓ ସୁଭଦ୍ରା ଆର୍ଟ ଗ୍ୟାଲେରିର ଚେୟାରମ୍ୟାନ୍‌ ସୂର୍ଯ୍ୟ ରଥ, କର୍ପୋରେଟର୍‌ ପୁଷ୍ପା ଦାସ ପ୍ରମୁଖ ଯୋଗ ଦେଇଥିଲେ। ଚିତ୍ରଶିଳ୍ପୀ ସଞ୍ଜୀବ ବିଶ୍ୱାଳ ସ୍ୱାଗତ ଭାଷଣ ଦେଇଥିଲେ। କାର୍ଯ୍ୟକ୍ରମରେ ୬୦ରୁ ଅଧିକ ଶିଳ୍ପୀ ଯୋଗଦେଇଥିଲେ। ବାଙ୍ଗାଲୁରୁ ଏମ୍‌ଏସ୍‌ ମୂର୍ତ୍ତି, ଝାରଖଣ୍ଡରୁ ସଙ୍ଗୀତା କିଶୋର, ଦିଲ୍ଲୀରୁ ଏମ୍‌ ଡି ଅନଓ୍ଵାର, ଆନ୍ଧ୍ରଦଦେଶରୁ ବିକ୍ରମ ଜିତ, ଆସାମରୁ ଜୁମୋନୀ ବୋରା, ମୁମ୍ବାଇରୁ ଅନିଲ୍‌ ଡିଙ୍ଗାନ୍‌ କର, ସଞ୍ଜୟ କେତନ ପ୍ରମୁଖ ଯୋଗଦେଇଥିଲେ। ଏହି ଅବସରରେ ଓଡ଼ିଶୀ ଶିଳ୍ପୀ କାତ୍ତ୍ୟାୟିନୀ ମହାନ୍ତିଙ୍କ ସହ ଚିତ୍ର ଶିଳ୍ପୀ ସଙ୍ଗୀତା ପଟ୍ଟନାୟକ, ରଘୁନାଥ ସାହୁ, ସୁନୀଲ ଡାକୁଆ, ଶୁଭମୟ ବିଶ୍ୱାଳ ଓ ବିନୋଦିନୀ ବେହେରାଙ୍କୁ ସମ୍ମାନିତ କରାଯାଇଥିଲା। ଶେଷରେ ଅନୁଷ୍ଠାନର ସଂପାଦକ ସଞ୍ଜୀବ ବିଶ୍ୱାଳ ଧନ୍ୟବାଦ ଅର୍ପଣ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe